Cyclone Akvan’s Impact: ବର୍ଷାରେ ଭିଜୁଛି ପାଚିଲା ଧାନ, ଚାଷୀଙ୍କ ଆଖିରେ ଚିନ୍ତାର ଲୁହ
ଭାଙ୍ଗିଲା ଚାଷୀଙ୍କ ସ୍ୱପ୍ନ | ପାଚିଲା ଧାନ କ୍ଷେତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ଚାଷୀଙ୍କ ଚିନ୍ତାରେ ବଢ଼ିବାରେ ଲାଗିଛି |

ଭାଙ୍ଗିଲା ଚାଷୀଙ୍କ ସ୍ୱପ୍ନ |ପାଚିଲା ଧାନ କ୍ଷେତରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି, ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି | ବାତ୍ୟା ଅକ୍ଵାନ ଲଗାଣ ବର୍ଷା ପ୍ରଭାବରେ ଚାଷୀମାନଙ୍କ ଅମଳ ହେବାକୁ ଥିବା ପାଚିଲା ଧାନ କ୍ଷେତରେ ବର୍ଷା ପାଣି ଜମି ରହିଥିବାରୁ ଚାଷୀଙ୍କ ମନରେ ଛନକା ପଶିଛି। ବାଲେଶ୍ୱର ଜିଲ୍ଲା ସୋର, ଔପଦା ଅଞ୍ଚଳ ରେ ଅନେକ ଏକର ଏକର ଚାଷ ଜମିରେ ଅତ୍ୟଧିକ ପବନ ଯୋଗୁଁ ଧାନ ଗଛ ତଳେ ପଡିଯିବା ଫଳରେ, ପାଣି ବୁଡ଼ି ରହିଥିବା ଯୋଗୁ ପାଚିଲା ଧାନ ଗଜା ହେଇଯିବ ଚାଷୀଙ୍କ ମନରେ ଭୟ ରହିଛି | ଦିନରାତି ଝାଳବୁହା ପରିଶ୍ରମ କରି ଯେଉଁ ଧାନ ଅମଳ କରିବାକୁ ଚାଷୀ ଆଶା ବାନ୍ଧିଥିଲେ, ତାହା ଏବେ ବର୍ଷା ପାଣି ଯୋଗୁଁ ବିପଦରେ ପଡ଼ିଛି।ବାତ୍ୟା ବର୍ଷା ଯୋଗୁଁ ଧାନ ଫସଲର କ୍ଷତି ହେବା ଆଶଙ୍କା ରହିଥିବା ବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଋଣ କରି ଚାଷ କରିଥିବା ଚାଷୀ ଏବେ କେମିତି ଋଣ ପରିଶୋଧ କରିବେ ଏବଂ ପରିବାର ଚଳାଇବେ, ସେହି ଚିନ୍ତାରେ ରହିଛନ୍ତି।ଏଭଳି ସ୍ଥିତିରେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରିବା ସହିତ ପ୍ରଭାବିତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀ ମହଲରେ ଦାବି ହେଉଛି।
