US Drone :ଟ୍ରମ୍ପଙ୍କ ପୁଅଙ୍କ କମ୍ପାନୀ ସହ ପାକିସ୍ତାନର ଡ୍ରୋନ୍ ଡିଲ
ଆମେରିକା ଡ୍ରୋନ୍ କମ୍ପାନୀ ପାୱାରସ ପାକିସ୍ତାନ ସେନା ସହ ଏକ ଡ଼ିଲ ବୁଝମଣା କରିଛି | କମ୍ପାନୀର ସହ- ପ୍ରତିଷ୍ଠାତା ବ୍ରେଟ ଭେଳିକୋଭିଚ କହିଛନ୍ତି ଯେ ଏହି ଚୁକ୍ତି ଡ୍ରୋନ୍ ପାଇଁ ପ୍ରାରମ୍ଭିକ ଅର୍ଡର ମଧ୍ୟ ଅଟେ |

ଆମେରିକା ଡ୍ରୋନ୍ କମ୍ପାନୀ ପାକିସ୍ତାନ ସୈନ୍ୟବାହିନୀ ସହ ଏକ ବୁଝାମଣାପତ୍ର ସ୍ଵାକ୍ଷର କରିଛି | ଏହି ଚୁକ୍ତିରେ ଡ୍ରୋନ୍ ସମ୍ପର୍କିତ ପ୍ରାରମ୍ଭିକ ଅର୍ଡ଼ର ମଧ୍ୟ ସାମିଲ ରହିଛି | ବିଶେଷ କଥା ହେଉଛି , ଏହି ଡିଲରେ ସାମିଲ ଥିବା କମ୍ପାନୀ ଖୁବ ଶୀଘ୍ର ସେହି କମ୍ପାନୀ ସହ ଯୋଡିବାକୁ ଯାଉଛି , ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ପୁଅଙ୍କ ଭାଗ ଅଛି | ଆମେରିକା ଡ୍ରୋନ୍ କମ୍ପାନୀ ପାୱାରସ ପାକିସ୍ତାନ ସେନା ସହ ଏକ ଡ଼ିଲ ବୁଝମଣା କରିଛି | କମ୍ପାନୀର ସହ- ପ୍ରତିଷ୍ଠାତା ବ୍ରେଟ ଭେଳିକୋଭିଚ କହିଛନ୍ତି ଯେ ଏହି ଚୁକ୍ତିରେ ଡ୍ରୋନ୍ ପାଇଁ ପ୍ରାରମ୍ଭିକ ଅର୍ଡର ମଧ୍ୟ ଅଟେ | ଏହି ଚୁକ୍ତିରେ କେତେ ଟଙ୍କା ଏବଂ ପାକିସ୍ତାନକୁ କେତେ ଡ୍ରୋନ୍ ମିଳିବ ,ଏହାର ତଥ୍ୟ ଏବେ ଯାଏଁ ମିଳିନାହିଁ | ବସୁରକ୍ଷା କାରଣ ଗରସଇ ବ୍ରେଟ ଭେଲିକୋଭିଚ ଅଧିକ ବିବରଣୀ ଦେବାକୁ ମନା କରିଛନ୍ତି | ସେ କହିଛନ୍ତି ଏହି ବୁଝବଣା ମାନବହିଁ ଡ୍ରୋନ୍ ସହିତ ଜଡିତ | ପାୱାରସ ଏମିତି ଡ୍ରୋନ୍ ଯାହାର ବ୍ୟବହାର ପବନ ଓ ସମୁଦ୍ରରେ କରାଯାଇପାରିବ | ଏହି ଡ଼ିଲରେ ଆଉ ଏକ ବିଶେଷ କଥହ ଅଛି | ପାୱାରସ ବହୁତ ଶୀଘ୍ର Aureus Greenway Holdings ନାମକ କମ୍ପାନୀ ସହିତ ଜଡିତ ହେବେ | ଦୁଇ କମ୍ପାନୀଙ୍କ ମୁତାବକ ,ଏହି ଡିଲ ଅକ୍ଟୋବର ଆରମ୍ଭରୁ ଆରମ୍ଭରେ ସମାପ୍ତ ହୋଇପାରେ | Aureus Greenway Holdingsରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁନିୟର ଓ ଏରିକ ଟ୍ରମ୍ପର ଅଂଶ ବା ଭାଗ ଅଛି | ଆମେରିକିୟ ଡକ୍ୟୁମେଣ୍ଟ ଅନୁଯାୟୀ ,ଉଭୟଙ୍କ ଅଂଶଧନ ଆମେରିକୀୟ ଭେଞ୍ଚର୍ସ ନାମକ ଏକ ନିବେଶ ପାଣ୍ଠିରେ ରଖାଯାଇଛି | ଦୁଇଟି କମ୍ପାନୀର ମିଶ୍ରଣ ପରେ ,ଏହି ପାଣ୍ଠିରେ ନୂତନ କମ୍ପାନୀରେ ପ୍ରାୟ ୯.୯ ପ୍ରତିଶତ ଅଂଶଧନ ରହିବ ବୋଲି ଆଶା କରାଯାଉଛି | ପାକିସ୍ତାନର ସେନା କହିଛନ୍ତି ପାୱାରସର ଏକ ପ୍ରତିନିଧିମଣ୍ଡଳ କମ୍ପାନୀର ସହ- ପ୍ରତିଷ୍ଠାତା ବ୍ରେଟ ଭେଲିକୋଭିଚରଙ୍କ ନେତୃତ୍ୱରେ ସେନା ପ୍ରମୁଖ ଫିଲଡ ମାର୍ଶଲ ସୟେଦ ଅସୀମ ମୁନିରଙ୍କ ସହିତ ଦେଖା ହୋଇଥିଲେ | ଏହି ବୈଠକରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ କ୍ରୟ, ଉତ୍ପାଦନ ଏବଂ ଆହୁରି ସହଯୋଗ ବିଷୟରେ ଆଲୋଚନା ହୋଇଥିଲା । ତଥାପି, ପାକିସ୍ତାନ ସେନା ତାଙ୍କ ବିବୃତ୍ତିରେ ପାୱାରସ ସହିତ ବୁଝାମଣାପତ୍ର କିମ୍ବା ପ୍ରାରମ୍ଭିକ ଡ୍ରୋନ ଅର୍ଡର ବିଷୟରେ ଉଲ୍ଲେଖ କରିନାହିଁ । ପାୱାରସ ପ୍ରତିଷ୍ଠାତା ଆଣ୍ଡ୍ରୁ ଫକ୍ସ କହିଛନ୍ତି ଯେ ପାକିସ୍ତାନର ବ୍ୟକ୍ତିଗତ ପ୍ରତିରକ୍ଷା ବ୍ୟବସାୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିକଶିତ ହୋଇନାହିଁ । ବୈଠକରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ଉପକରଣ କ୍ରୟ, ଉତ୍ପାଦନ ଏବଂ ଆହୁରି ସହଯୋଗ ବିଷୟରେ ଆଲୋଚନା ହୋଇଥିଲା। ଏଭଳି ପରିସ୍ଥିତିରେ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ସେଠାରେ କାମ କରିବାର ଯଥେଷ୍ଟ ସୁଯୋଗ ରହିଛି । କମ୍ପାନୀ ପାକିସ୍ତାନରେ ନିଜର ପ୍ରଯୁକ୍ତି ବିକଶିତ କରିବା ସହ ଉଭୟ ଦେଶର କମ୍ପାନୀଗୁଡ଼ିକୁ ଏକାଠି ଆଣିବାର ବାଟ ଖୋଜୁଛି । ପାୱରସ୍ କହିଛି ଯେ, କମ୍ପାନୀକୁ ମିଳୁଥିବା କଣ୍ଟ୍ରାକ୍ଟ ସହ ଟ୍ରମ୍ପଙ୍କ ପୁଅମାନଙ୍କର କୌଣସି ସମ୍ପର୍କ ନାହିଁ। କମ୍ପାନୀ ଅନୁସାରେ, ଟ୍ରମ୍ପଙ୍କ ପୁଅମାନେ ଏହାର ଦୈନନ୍ଦିନ କାର୍ଯ୍ୟରେ ସାମିଲ ନୁହନ୍ତି । ଡୋନାଲ୍ଡ ଟ୍ରମ୍ପ ଜୁନିୟରଙ୍କ ପ୍ରବକ୍ତା ମଧ୍ୟ କହିଛନ୍ତି ଯେ, ପାୱରସ୍ର କାର୍ଯ୍ୟକଳାପ କିମ୍ବା କଣ୍ଟ୍ରାକ୍ଟ ପାଇବାରେ ଟ୍ରମ୍ପ ଜୁନିୟରଙ୍କର କୌଣସି ଭୂମିକା ନାହିଁ । ସେ କହିଛନ୍ତି ଯେ, ପାକିସ୍ତାନ ସହ ହୋଇଥିବା ଏହି ଡିଲ୍ ବିଷୟରେ ଟ୍ରମ୍ପ ଜୁନିୟରଙ୍କୁ ପୂର୍ବରୁ କୌଣସି ସୂଚନା ନଥିଲା । ହ୍ୱାଇଟ୍ ହାଉସ୍ ମଧ୍ୟ କହିଛି ଯେ, ଏହି ମାମଲାରେ ସ୍ୱାର୍ଥର ସଂଘାତ (Conflict of Interest) ଭଳି କୌଣସି ପ୍ରସଙ୍ଗ ନାହିଁ ।
