US 100% Trarif : ଋଷି ତେଲରେ ଜଡିତ ଆଇନରେ US ସ୍ଵାକ୍ଷର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ଋଷିଆ ଓ ଇରାନ ଉପରେ ପ୍ରତିବନ୍ଧ ଲଗେଇଥିବା ପାଇଁ ଆଇନରେ' ସ୍ଵାକ୍ଷର କରିଛନ୍ତି। ଯାହା ଟ୍ରମ୍ପ ଋଷିଆ ଠାରୁ ଉର୍ଜା କିଣୁଥିବା ଭାରତ ଓ ଚୀନ ଭଳି ଦେଶଗୁଡିକ ଉପରେ ୧୦୦% ପର୍ଯ୍ୟନ୍ତ ଟାରିଫ ଲଗାଇବାର ଅଧିକାର ପ୍ରଦାନ କରିଛି |
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଋଷିଆ ଓ ଇରାନ ଉପରେ ପ୍ରତିବନ୍ଧ ଲଗାଇବା ସମ୍ପର୍କିତ ଆଇନ’ରେ ସ୍ୱାକ୍ଷର କରିଛନ୍ତି | ଏହି ଆଇନର ଉଦ୍ଦେଶ୍ୟ ଋଷିଆ ଏବଂ ଋଷିଆଠାରୁ ବହୁ ପରିମାଣରେ ଉର୍ଜା କିଣୁଥିବା ଚୀନ ଓ ଭାରତ ଭଳି ଦେଶଗୁଡ଼ିକ ଉପରେ ଭାରି ଟାରିଫ୍ ଲଗାଇବା | ଏହି ଆଇନ ଅନୁସାରେ, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷିଆଠାରୁ ତେଲ ଓ ଗ୍ୟାସ୍ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାର ଅଧିକାର ମିଳିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଶୁକ୍ରବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘ଲିଣ୍ଡସେ ଓ.ଗ୍ରାହାମ୍ ଋଷ ଓ ଇରାନ ଉପରେ ପ୍ରତିବନ୍ଧ ଲଗାଇବା ଆଇନ, ୨୦୨୬’ରେ ସ୍ୱାକ୍ଷର କରିଛନ୍ତି । ଏହି ଆଇନ ଋଷିଆ ଉପରେ ଆଇନଗତ ପ୍ରତିବନ୍ଧ, ଟାରିଫ୍ ଏବଂ କଟକଣା ଲଗାଇବାର ଅଧିକାର ପ୍ରଦାନ କରୁଛି । ଏହା ସହିତ ଇରାନ ଉପରେ ପୂର୍ବରୁ ଲାଗୁ ହୋଇଥିବା ପ୍ରତିବନ୍ଧଗୁଡ଼ିକୁ ମଧ୍ୟ ଆହୁରି ବଢ଼ାଇବାର ବ୍ୟବସ୍ଥା ରହିଛି | House of Representatives ବୁଧବାର ଏହି ଆଇନ ଅନୁମୋଦନ କରାଯାଇଥିଲା | ଏହି ଆଇନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେହି ଦେଶ ଉପରେ ୧୦୦% ଟାରିଫ ଲଗେଇବାର ଅଧିକାର ଦେଇଥିଲେ ଯେଉଁ ଦେଶ ଋଷିଆ ଠାରୁ ତେଲ ଓ ଗ୍ୟାସ କିଣୁଛନ୍ତି | ଏହିଥିରେ ଚାଇନା ଓ ଭାରତ ସାମିଲ ଅଛି | ରାଷ୍ଟ୍ରପତି ନିଷ୍ପତି ନେବେ କେଉଁ ଦେଶରେ କେତେ ଟାରିଫ ଲାଗିବ | ଯଦି ଟ୍ରମ୍ପ ଭାରତ ଉପରେ ୧୦୦% ଟାରିଫ ଲଗାଇବାର ନିଷ୍ପତି ନିଏ , ତେବେ ଏହାର ପ୍ରଭାବ ଭାରତ ଆମେରିକା ଯାଉଥିବା ଜିନିଷ ଉପରେ ପଡିବ | ଆମେରିକା ବଜାରରେ ଭାରତୀୟ ଦେଉଥିବା ଜିନିଷ ଉପରେ ପଡିବ | ଆମେରିକା ବଜାରରେ ଭାରତୀୟ ଉତ୍ପାଦର ମୂଲ୍ୟ ବଢିପାରେ ବା ଭାରତୀୟ ରପ୍ତାନୀକାରିଙ୍କ ଉପରେ ଚାପ ବଢିପାରେ |ଏହାର ନାମ ଦକ୍ଷିଣ କେରୋଲିନାର ସ୍ୱର୍ଗତ ସିନେଟର ଲିଡ଼ସ ଗ୍ରାହମଙ୍କ ନାମ ଉପରେ ରଖାଯାଇଥିଲା | ଗ୍ରାହମ ଏହି ପ୍ରସ୍ତାବକୁ ତିଆରି କରିବା ପାଇଁ ବର୍ଷେରୁ ଅଧିକ ସମୟ ନେଇଥିଲେ | ଏହି ଆଇନରେ, ଋଷିଆର ଶକ୍ତି ଯୋଗାଣ କରୁଥିବା ' ଛାୟା ଫିଲ୍ଟ 'ର ଋଷିଆ ଅଧିକାରୀ ,ବ୍ୟାଙ୍କ ଏବଂ ଟ୍ୟାଙ୍କରଗୁଡିକୁ ଟାର୍ଗେଟ କରାଯାଇଛି | ସାମଗ୍ରିକ ଭାବରେ , ନୂତନ ଆମେରିକା ଆଇନ ଋଷିଆ ଏବଂ ଇରାନ ଉପରେ କଟକଣା ପରିସରକୁ ବିସ୍ତାର କରିଛି ,ଋଷ ତେଲ ଏବଂ ଗ୍ୟାସର ପ୍ରମୁଖ କ୍ରେତାଙ୍କ ଉପରେ ୧୦୦% ପର୍ଯ୍ୟନ୍ତ ଟାରିଫ ଲାଗୁ କରିବାକୁ ଅନୁମତି ଦେଇଛି |
