ଚରିତ୍ର ସନ୍ଦେହରେ ପତ୍ନୀକୁ ମର୍ଡର କରି ଆତ୍ମହତ୍ୟା କଲା ଅଖିଳେଶ
ହତ୍ୟା ପରେ ଅଭିଯୁକ୍ତ ନିଜ ଝିଅ ପଢ଼ୁଥିବା ସ୍କୁଲକୁ ଯାଇ ଘରର ଚାବି ଓ ଏଟିଏମ୍ କାର୍ଡ ଦେଇଥିଲେ। ସେ ଝିଅକୁ କହିଥିଲେ ଯେ, ତାଙ୍କ ମା' ମାଉସୀଙ୍କ ଘରକୁ ଯାଇଛନ୍ତି। ଏହା ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଉର୍ମିଳାଙ୍କ ଝିଅଙ୍କ ଭାବପ୍ରବଣ ବୟାନ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।

ଚରିତ୍ର ସନ୍ଦେହରେ ପତ୍ନୀଙ୍କୁ ନୃଶଂସ ହତ୍ୟା କରିଥିବା ସ୍ୱାମୀ ଟ୍ରେନଲାଇନରେ ଶୋଇ ଆତ୍ମହତ୍ୟା କରିଦେଲା। ଇନ୍ଦୋରରେ ପୋଷ୍ଟାଲ ଆସିଷ୍ଟାଣ୍ଟ ଉର୍ମିଳା ସୈନି ହତ୍ୟାକାଣ୍ଡର ଅଭିଯୁକ୍ତ ସ୍ୱାମୀ ଅଖିଳେଶ ସୈନିଙ୍କ ଶବ ଗଞ୍ଜବାସୌଦା ପାଖ ରେଳଟ୍ରାକରେ ମିଳିଛି। ପୁଲିସ ଅଖିଳେଶକୁ ଖୋଜୁଥିଲା ଓ ଅଖିଳେଶ ଉପରେ ୨୦ହଜାର ଟଙ୍କାର ପୁରଷ୍କାର ଘୋଷଣା କରିଥିଲା। ପତ୍ନୀ ଉର୍ମିଳାଙ୍କ ଚରିତ୍ରକୁ ନେଇ ସନ୍ଦେହୀ ଅଖିଳେଶ ଗଲା ୧୧ ତାରିଖରେ ଘରେ ହିଁ ଉର୍ମିଳାଙ୍କୁ ମାରିଦେଇଥିଲା। ଆଗ ଉର୍ମିଳାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ପରେ ଥୁମୁଣି ଭାଙ୍ଗିଦେଲା। ମର୍ଡର ବେଳେ ଯେମିତି କାହାରି ଶବ୍ଦ ଶୁଭିବନି, ସେଥିଲାଗି ଟିଭିର ସାଉଣ୍ଡ ବଢ଼ାଇଦେଲା। ପିଲାଏ ଯେବେ ସ୍କୁଲରୁ ଫେରି ଦେଖିଲେ, ମାଆର ରକ୍ତ ଜୁଡୁବୁଡ଼ୁ ଶରୀର ଦେଖିଥିଲେ। ଘଟଣା ପରେ ଅଭିଯୁକ୍ତ ଅଖିଳେଶ ଫେରାର୍ ଥିଲା। ଅଖିଳେଶର ଶବ ଗଞ୍ଜବାସୌଦା ଓ ପଓ୍ୱଇ ଭିତରେ ଥିବା ରେଲଓ୍ୱେ ଟ୍ରାକରେ ମିଳିଛି। ପୁଲିସ ଅନୁସାରେ ଅଖିଳେଶର ମୁଣ୍ଡ ଗାଏବ ଥିଲା। ଉର୍ମିଳାଙ୍କ ହତ୍ୟା ପରେ ନିଜ ମୋବାଇଲ ଘରେ ଛାଡ଼ି ଫେରାର୍ ହୋଇଯାଇଥିଲେ ଅଖିଳେଶ। ସେଥିଲାଗି ତାହାର ଲୋକେସନ ଟ୍ରାକ୍ କରିବା କାଠିକର ହୋଇପଡ଼ିଥିଲା ପୁଲିସ ପାଇଁ। ଇଣ୍ଡିଆ ପୋଷ୍ଟରେ ପୋଷ୍ଟାଲ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ୩୮ ବର୍ଷୀୟା ଉର୍ମିଳା ସୈନୀଙ୍କୁ ୧୧ ଜୁଲାଇ ୨୦୨୬ରେ ତାଙ୍କ ସ୍ୱାମୀ ଅଖିଲେଶ ସୈନୀ ହତ୍ୟା କରିଥିଲେ। ପୋଲିସ ତଦନ୍ତ ଅନୁସାରେ, ଅଖିଲେଶ ପୂର୍ବରୁ ଏହି ହତ୍ୟାର ଯୋଜନା କରିଥିଲେ ଏବଂ ଅନଲାଇନ୍ରେ ଛୁରୀ କିଣିଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଘଟଣା ଦିନ ସେ ପ୍ରଥମେ ଦୁଇ ସନ୍ତାନଙ୍କୁ ସ୍କୁଲରେ ଛାଡ଼ି ଘରକୁ ଫେରିଥିଲେ। ପରେ ଉର୍ମିଳାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା। ପାରିବାରିକ କଳହ ଓ ପରସ୍ପର ଅବିଶ୍ୱାସ ଏହି ହତ୍ୟାର ସମ୍ଭାବ୍ୟ କାରଣ ବୋଲି ପୋଲିସ ସନ୍ଦେହ କରୁଛି। ହତ୍ୟା ପରେ ଅଭିଯୁକ୍ତ ନିଜ ଝିଅ ପଢ଼ୁଥିବା ସ୍କୁଲକୁ ଯାଇ ଘରର ଚାବି ଓ ଏଟିଏମ୍ କାର୍ଡ ଦେଇଥିଲେ। ସେ ଝିଅକୁ କହିଥିଲେ ଯେ, ତାଙ୍କ ମା' ମାଉସୀଙ୍କ ଘରକୁ ଯାଇଛନ୍ତି। ଏହା ପରେ ସେ ସେଠାରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଉର୍ମିଳାଙ୍କ ଝିଅଙ୍କ ଭାବପ୍ରବଣ ବୟାନ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା। ସେ କହିଥିଲେ ଯେ, ତାଙ୍କ ମା'ଙ୍କୁ ଯେପରି ଯନ୍ତ୍ରଣା ଦେଇ ହତ୍ୟା କରାଯାଇଛି, ସେହିପରି କଠୋର ଦଣ୍ଡ ତାଙ୍କ ବାପାଙ୍କୁ ମିଳିବା ଉଚିତ। ରେଳ ଟ୍ରାକ୍ରୁ ଅଖିଳେଶର ଶବ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଏବଂ ପରିଚୟପତ୍ର ମିଳିଥିବା ସୂଚନା ମିଳିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏବଂ ସମସ୍ତ ପରିସ୍ଥିତି ସ୍ପଷ୍ଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।
