ଡବଲ ମିନିଂ ପାଇଁ ଉଦୟନିଧି ଷ୍ଟାଲିନ ଗିରଫ..
ଉଦୟନିଧି ହସି କହିଥିଲେ-“ପାଣି ଅନ୍ୟ କେଉଁଠି ପହଞ୍ଚୁ ବା ନ ପହଞ୍ଚୁ, ସେଠାରେ ନିଶ୍ଚୟ ପହଞ୍ଚିବା ଦରକାର।”ଏହାପରେ ସେ ସ୍ପଷ୍ଟ କରି କହିଥିଲେ ଯେ ସେ କାବେରୀ ନଦୀର ପାଣି ବିଷୟରେ କହୁଥିଲେ। କିନ୍ତୁ TVK ଓ BJP ଅଭିଯୋଗ କରଥିଲେ ଯେ, ତ୍ରିଶାଙ୍କ ନାମରେ ସ୍ଲୋଗାନ ଉଠିବା ପରେ ଏଭଳି ମନ୍ତବ୍ୟ କରିବା ଏକ ଦ୍ୱିଅର୍ଥବୋଧକ (ଡବଲ୍ ମିନିଂ) ଓ ମହିଳାଙ୍କ ପ୍ରତି ଅପମାନଜନକ ଟିପ୍ପଣୀ।

ଉଦୟନିଧି ଷ୍ଟାଲିନ ଗିରଫ। ଡିଏମକେ ନେତା ତଥା ତାମିଲନାଡ଼ୁର ବିରୋଧୀ ଦଳ ନେତା ଉଦୟଙ୍କୁ ଘରୁ ଗିରଫ କଲା ପୁଲିସ। ମୁଖ୍ୟମନ୍ତ୍ରୀ ବିଜୟ ଓ ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଆପତ୍ତିଜନକ ଓ ମାନହାନି ମନ୍ତବ୍ୟ ମାମଲାରେ ଗିରଫ ହେଲେ ଉଦୟ । ଏତଲା ଆଧାରରେ ତଞ୍ଜାପୁର ପୁଲିସ ଉଦୟଙ୍କୁ ଗିରଫ କଲା। କାବେରୀ ଜଳବିବାଦ ପ୍ରତିବାଦ ସମାରୋହରେ ଉଦୟଙ୍କ ବିବାଦୀୟ ବୟାନକୁ ନେଇ ଏତଲା ରୁଜୁ ହୋଇଥିଲା। ସେପଟେ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଉଦୟ। ଉଦୟନି଼ଧି ହେଉଛନ୍ତି ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ। ଚେନ୍ନାଇସ୍ଥିତ ତାଙ୍କ ବାସଭବନରୁ ପୁଲିସ ଗିରଫ କରିଛି। ଏହି ଗିରଫ ଏକ ବିବାଦୀୟ ଭାଷଣକୁ କେନ୍ଦ୍ର କରି ହୋଇଛି, ଯେଉଁଥିରେ ସେ କାବେରୀ ଜଳ ବିବାଦକୁ ନେଇ ଆୟୋଜିତ ଏକ ଆନ୍ଦୋଳନ ସମୟରେ କଥା ହେଉଥିଲେ। ଥଞ୍ଜାଭୁରରେ କାବେରୀ ପ୍ରସଙ୍ଗରେ ଆୟୋଜିତ ଏକ ଡିଏମକେ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ଭିଡ଼ ମଧ୍ୟରୁ ଅଭିନେତ୍ରୀ ତ୍ରିଶାଙ୍କ ନାମରେ ସ୍ଲୋଗାନ ଉଠିଥିଲା। ଉଦୟନିଧିଙ୍କ ପ୍ରତିକ୍ରିୟାକୁ ଅଶ୍ଳୀଳ ଓ ମହିଳାଙ୍କ ପ୍ରତି ଅପମାନଜନକ ବୋଲି ଅଭିଯୋଗ କରିଥିଲେ TVK ଏବଂ BJP। ପୁଲିସ ଉଦୟନିଧି ଷ୍ଟାଲିନଙ୍କୁ ତାଙ୍କ ଚେନ୍ନାଇ ବାସଭବନରୁ ହେଫାଜତକୁ ନେଇଥିଲା। ତାଙ୍କ ସମର୍ଥନରେ ପହଞ୍ଚିଥିବା ଅନେକ ଡିଏମକେ କର୍ମୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିଲା। ଉଦୟନିଧି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେ କୌଣସି ଭୁଲ କଥା କହିନାହାନ୍ତି ଏବଂ ଆଇନଗତ ଭାବେ ଏହାର ମୁକାବିଲା କରିବେ। DMK ଏହି ଗିରଫକୁ ରାଜନୈତିକ ପ୍ରତିଶୋଧ ବୋଲି କହିଛି ଏବଂ ସରକାର ବିରୋଧୀ ସ୍ୱରକୁ ଦମନ କରିବାର ଉଦ୍ୟମ ବୋଲି ଅଭିଯୋଗ କରିଛି। ଡିଏମକେ (DMK) ନେତା ତଥା ବିରୋଧୀ ଦଳନେତା ଉଦୟନିଧି ଷ୍ଟାଲିନ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ମାଡ୍ରାସ ହାଇକୋର୍ଟରେ ଜରୁରୀ ଆବେଦନ ଦାଖଲ କରିଛନ୍ତି। ସେ ପୁଲିସର ଗିରଫଦାରି ଏବଂ ଅନ୍ୟାନ୍ୟ କଠୋର ପଦକ୍ଷେପରୁ ସୁରକ୍ଷା ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଆବେଦନରେ ଉଦୟନିଧି କହିଛନ୍ତି ଯେ, ତାଙ୍କୁ ଗିରଫ କରିବା ପାଇଁ ପୁଲିସ ତତ୍ପର ଥିବାରୁ ତାଙ୍କ ରାଜନୈତିକ ଓ ସାର୍ବଜନିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବ। ସେଥିପାଇଁ ମାମଲାର ଶୁଣାଣି ହେବା ପର୍ଯ୍ୟନ୍ତ କୌଣସି ବଳପୂର୍ବକ ପଦକ୍ଷେପ ନ ନେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଚାହିଁଛନ୍ତି। ପ୍ରାରମ୍ଭିକ ଶୁଣାଣିରେ ମାଡ୍ରାସ ହାଇକୋର୍ଟ ସରକାରୀ ଓକିଲଙ୍କୁ ପୁଲିସକୁ ସୂଚନା ଦେବାକୁ କହିଥିଲେ ଯେ, ନିର୍ଦ୍ଦିଷ୍ଟ ସମୟ (ଦିନ ୧୨ଟା ପର୍ଯ୍ୟନ୍ତ) ପର୍ଯ୍ୟନ୍ତ ଉଦୟନିଧିଙ୍କ ବିରୋଧରେ କୌଣସି ବଳପୂର୍ବକ ପଦକ୍ଷେପ ନ ନିଆଯାଉ। ପରେ ପୁଲିସ ତାଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଥିଲା ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଚାଲିଛି। ଉଦୟନିଧି ଷ୍ଟାଲିନ ତାଙ୍କ ଭାଷଣରେ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ନାମ ସିଧାସଳଖ ଉଚ୍ଚାରଣ କରି କୌଣସି ମନ୍ତବ୍ୟ କରିନଥିଲେ। ବିବାଦର ଆରମ୍ଭ ହୋଇଥିଲା ସେତେବେଳେ, ଯେତେବେଳେ କାବେ ରୀ ଜଳ ପ୍ରସଙ୍ଗରେ ଏକ ସଭାରେ ତାଙ୍କ ଭାଷଣ ସମୟରେ ଭିଡ଼ ମଧ୍ୟରୁ କିଛି ଲୋକ “ତ୍ରିଶା... ତ୍ରିଶା...” ବୋଲି ସ୍ଲୋଗାନ ଦେଇଥିଲେ।ଏହା ପରେ ଉଦୟନିଧି ହସି କହିଥିଲେ-“ପାଣି ଅନ୍ୟ କେଉଁଠି ପହଞ୍ଚୁ ବା ନ ପହଞ୍ଚୁ, ସେଠାରେ ନିଶ୍ଚୟ ପହଞ୍ଚିବା ଦରକାର।”ଏହାପରେ ସେ ସ୍ପଷ୍ଟ କରି କହିଥିଲେ ଯେ ସେ କାବେରୀ ନଦୀର ପାଣି ବିଷୟରେ କହୁଥିଲେ। କିନ୍ତୁ TVK ଓ BJP ଅଭିଯୋଗ କରଥିଲେ ଯେ, ତ୍ରିଶାଙ୍କ ନାମରେ ସ୍ଲୋଗାନ ଉଠିବା ପରେ ଏଭଳି ମନ୍ତବ୍ୟ କରିବା ଏକ ଦ୍ୱିଅର୍ଥବୋଧକ (ଡବଲ୍ ମିନିଂ) ଓ ମହିଳାଙ୍କ ପ୍ରତି ଅପମାନଜନକ ଟିପ୍ପଣୀ। ଏହାକୁ ନେଇ ପୁଲିସରେ ଅଭିଯୋଗ ଦାଖଲ କରାଯାଇଥିବା ସହ ଜାତୀୟ ମହିଳା ଆୟୋଗ (NCW)ରେ ମଧ୍ୟ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଉଦୟନିଧି ଷ୍ଟାଲିନ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, “ମୁଁ କୌଣସି ଭୁଲ କଥା କହିନାହିଁ। ମୁଁ ମୁଖ୍ୟମନ୍ତ୍ରୀଙ୍କ ନାମ ବ୍ୟତୀତ ଅନ୍ୟ କାହାର ନାମ ନେଇନଥିଲି।” ଡିଏମକେର ମତରେ, ତାଙ୍କ ଭାଷଣକୁ ପ୍ରସଙ୍ଗରୁ ଅଲଗା କରି ଭୁଲ ଅର୍ଥ ବାହାର କରାଯାଇଛି।
