Harish Rawat Resign: ପିଏଙ୍କ ସମ୍ପତ୍ତି ଓ ପରୀକ୍ଷାରେ ଗଡ଼ବଡ଼ି- ପଦ ଛାଡ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାୱତ!
୨୦୧୬ରେ ଗ୍ରାମପଞ୍ଚାୟତ ବିକାଶ ଅଧିକାରୀ ପରୀକ୍ଷାରେ ଗଡ଼ବଡ଼ି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଡେରାଡୁନର ଅନେକ ଠିକଣାରେ ରେଡ୍ କରିଥିଲା ଇଡି। ଏଥିରେ ଚନ୍ଦନ ସିଂ ଜିନାଙ୍କ ଘର ବି ସାମିଲ୍ ଥିଲା। ଇଡି ମୁତାବକ, ଚନ୍ଦନଙ୍କ ଘରୁ ୩୨ଲକ୍ଷ ଟଙ୍କା ନଗଦ, ପ୍ରାୟ ୨ଶହ ଗ୍ରାମ ସୁନା ଓ ୧୨ଟି ଲଗଜରି ଘଣ୍ଟା ମିଳିଥିଲା।

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତଙ୍କ ଇସ୍ତଫା। କଂଗ୍ରେସର ଦୁଇଟି ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଛନ୍ତି। ଯଦିଓ ଔପଚାରିକ ଭାବେ ଇସ୍ତଫା ଦେଇନାହାନ୍ତି। କିନ୍ତୁ କହିଛନ୍ତି, ସେ ଚାହୁଁନାହାନ୍ତି କି ତାଙ୍କ କାରଣରୁ କଂଗ୍ରେସର ଭ୍ରଷ୍ଟାଚାର ବିରୋଧୀ ଲଢ଼େଇକୁ ନେଇ କେହି ପ୍ରଶ୍ନ କରନ୍ତୁ। ସେ ଏ କଥା ନିଜ ଫେସବୁକ ପୋଷ୍ଟରେ କହିଛନ୍ତି। ରାଓ୍ୱତ କଂଗ୍ରେସ କାର୍ଯ୍ୟକାରିଣୀର ନିମନ୍ତ୍ରିତ ସଦସ୍ୟ ସହ ଉତ୍ତରାଖଣ୍ଡ ପିସିସିର ସଭ୍ୟ ଅଛନ୍ତି।ଏହି ଦୁଇଟି ଯାକ ପଦରୁ ହଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏ ଫୈସଲା ତାଙ୍କ ସହଯୋଗୀ ଚନ୍ଦନ ସିଂ ଜିନାଙ୍କ ଠିକଣାରେ ଇଡି ରେଡ୍ ର ଦିନକ ପରେ ସେ ନେଇଛନ୍ତି। ୨୦୧୬ରେ ଗ୍ରାମପଞ୍ଚାୟତ ବିକାଶ ଅଧିକାରୀ ପରୀକ୍ଷାରେ ଗଡ଼ବଡ଼ି ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଡେରାଡୁନର ଅନେକ ଠିକଣାରେ ରେଡ୍ କରିଥିଲା ଇଡି। ଏଥିରେ ଚନ୍ଦନ ସିଂ ଜିନାଙ୍କ ଘର ବି ସାମିଲ୍ ଥିଲା। ଇଡି ମୁତାବକ, ଚନ୍ଦନଙ୍କ ଘରୁ ୩୨ଲକ୍ଷ ଟଙ୍କା ନଗଦ, ପ୍ରାୟ ୨ଶହ ଗ୍ରାମ ସୁନା ଓ ୧୨ଟି ଲଗଜରି ଘଣ୍ଟା ମିଳିଥିଲା। ଏଜେନ୍ସି ଜିନା ଓ ତାଙ୍କ ପରିବାର ବ୍ୟାଙ୍କ ଖାତାରେ ଥିବା ୫୨ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଥିଲା। ଜିନା ପୂର୍ବରୁ ରାଓ୍ୱତଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଓଏସଡି ଥିଲେ। ସେ ଏବେ ରାୱତଙ୍କ ପିଏ ଭାବେ କାମ କରୁଛନ୍ତି। ରାଓ୍ୱତ ଆରୋପ ଲଦିଛନ୍ତି ଯେ, ନିର୍ବାଚନ ପୂର୍ବରୁ ମାହୋଲ ବିଗାଡ଼ିବା ଓ ନୂଆ ନାରେଟିଭ୍ସ ତିଆରି ଲାଗି ତାଙ୍କ ସହଯୋଗୀଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି। ସେ ମୁଖ୍ୟମନ୍ତ୍ରୀ ଥିଲା ବେଳେ ୩ ବର୍ଷ ଭିତରେ ୪୨ହଜାରରୁ ଅଧିକ ସରକାରୀ ଚାକିରୀ ପଦରେ ନିଯୁକ୍ତି ବାହାର କରିଥିଲେ। ଯଦି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ଅନିୟମିତତା ଅଜାଣତରେ ହୋଇଥାଏ, ତାହେଲେ ସେ ରାଜ୍ୟବାସୀଙ୍କ ଆଗରେ କ୍ଷମାପ୍ରାର୍ଥୀ। ଯଦି କାହା ପାଖରେ ଘୋଟାଲାର କୌଣସି ପ୍ରମାଣ ଥାଏ, ତାହେଲେ ସିବିଆଇ, ଇଡି ବା ପୁଲିସକୁ ଦିଅନ୍ତୁ ବୋଲି ଅପିଲ୍ କରିଛନ୍ତି ରାଓ୍ୱତ।
