Rahul Phone Tapping:ମୋ ଫୋନ୍ ଟାପିଂ କରୁଛନ୍ତି ମୋଦି: ରାହୁଲ
ଦେଶରେ କିଏ ବିଦେଶୀ ଶକ୍ତିର ନିୟନ୍ତ୍ରଣରେ ଅଛି, କିଏ ଦେଶବିରୋଧୀ କାର୍ଯ୍ୟରେ ଜଡ଼ିତ, ତାହା ଏକ ଖୋଲା ବିତର୍କରେ ସ୍ପଷ୍ଟ ହୋଇଯିବ। ଏହି ବିତର୍କର ବିଚାରକ ଭାବେ ଗୌତମ ଆଦାନୀ କିମ୍ୱା RSS ମୁଖ୍ୟ ମୋହନ ଭାଗବତଙ୍କ ନାମ ମଧ୍ୟ ରାହୁଲ ପ୍ରସ୍ତାବ ଦେଇଛନ୍ତି। ରାହୁଲଙ୍କ ଦାବି, ମୋଦି ଏହି ବିତର୍କକୁ ରାଜି ହେଲେ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ବଡ଼ ପ୍ରଭାବ ପଡ଼ିବ। ତାଙ୍କର ରାଜନୈତିକ କ୍ୟାରିଅର ଶେଷ ହୋଇଯିବ।

ରାହୁଲ ଗାନ୍ଧୀଙ୍କ ଫୋନ୍ ଟ୍ୟାପିଂ ଅଭିଯୋଗ: ମୋଦୀଙ୍କୁ ଟାର୍ଗେଟ୍, ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ
ରାହୁଲ ଗାନ୍ଧୀ ପୁଣିଥରେ ଫୋନ୍ ଟ୍ୟାପିଂକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫୋନ୍ ଟ୍ୟାପ୍ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି। ଆଜି Instagramରେ ଆୟୋଜିତ ଏକ ‘Ask Me’ ଇଣ୍ଟରାକ୍ଟିଭ୍ କାର୍ଯ୍ୟକ୍ରମରେ ସେ ଏହି ଅଭିଯୋଗ କରିଛନ୍ତି। ନିଜ ମୋବାଇଲ୍ ଫୋନ୍ ଦେଖାଇ ଏଥିରେ ତାଙ୍କର ସମସ୍ତ ଅଭିଯୋଗର ପ୍ରମାଣ ଥିବା ମଧ୍ୟ କହିଛନ୍ତି। ରାହୁଲଙ୍କ କହିବା ଅନୁସାରେ, ତାଙ୍କ ଫୋନ୍ରେ ଏପରି ଅନେକ ତଥ୍ୟ ରହିଛି, ଯାହା ଦେଶର ରାଜନୀତି ଏବଂ ବିଦେଶୀ ଶକ୍ତିର ପ୍ରଭାବ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିପାରିବ। ସେ ଅଭିଯୋଗ କରିଛନ୍ତି ଯେ- ପ୍ରଧାନମନ୍ତ୍ରୀ ତାଙ୍କ ଫୋନ୍ ଟ୍ୟାପ୍ କରୁଛନ୍ତି। ତାଙ୍କ ଫୋନ୍ରେ ଥିବା ତଥ୍ୟ ସମ୍ପର୍କରେ ମୋଦି ଅବଗତ ଅଛନ୍ତି। ଦେଶରେ କିଏ ବିଦେଶୀ ଶକ୍ତିର ନିୟନ୍ତ୍ରଣରେ ଅଛି, କିଏ ଦେଶବିରୋଧୀ କାର୍ଯ୍ୟରେ ଜଡ଼ିତ, ତାହା ଏକ ଖୋଲା ବିତର୍କରେ ସ୍ପଷ୍ଟ ହୋଇଯିବ। ଏହି ବିତର୍କର ବିଚାରକ ଭାବେ ଗୌତମ ଆଦାନୀ କିମ୍ୱା RSS ମୁଖ୍ୟ ମୋହନ ଭାଗବତଙ୍କ ନାମ ମଧ୍ୟ ରାହୁଲ ପ୍ରସ୍ତାବ ଦେଇଛନ୍ତି। ରାହୁଲଙ୍କ ଦାବି, ମୋଦି ଏହି ବିତର୍କକୁ ରାଜି ହେଲେ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ବଡ଼ ପ୍ରଭାବ ପଡ଼ିବ। ତାଙ୍କର ରାଜନୈତିକ କ୍ୟାରିଅର ଶେଷ ହୋଇଯିବ। ରାହୁଲଙ୍କ ଅଭିଯୋଗ ପରେ ବିଜେପି ନେତାଏ କଡ଼ା କାଉଣ୍ଟର କରିଛନ୍ତି। ଏହି ପ୍ରସଙ୍ଗରେ କେରଳ ବିଜେପି ଅଧ୍ୟକ୍ଷ ରାଜୀବ ଚନ୍ଦ୍ରଶେଖର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିକ୍ରିୟା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ରାହୁଲଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, କେହି ରାହୁଲଙ୍କ ଫୋନ୍ ଟ୍ୟାପ୍ କରିବାକୁ ଆଗ୍ରହୀ ନୁହନ୍ତି। ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ରାହୁଲଙ୍କୁ ସଂସଦରେ ନିଜ ପ୍ରଶ୍ନ ଉଠାଇବାକୁ ଆହ୍ୱାନ କରିଛନ୍ତି। ରାହୁଲ ଗାନ୍ଧୀ ନିଜ ମୁଣ୍ଡ ଯାଞ୍ଚ କରାଇବା ଉଚିତ। ଏହା ପ୍ରଥମ ଥର ନୁହେଁ ଯେ ରାହୁଲ ଗାନ୍ଧୀ ଫୋନ୍ ଟ୍ୟାପିଂ ଅଭିଯୋଗ ଆଣିଛନ୍ତି। ୨୦୨୩ ମସିହାରେ ମଧ୍ୟ ସେ କହିଥିଲେ ଯେ ତାଙ୍କ ଫୋନ୍ରେ Pegasus ସ୍ପାଏୱେର୍ ଥିଲା। ଅନେକ ରାଜନେତାଙ୍କ ଫୋନ୍ ଉପରେ ମଧ୍ୟ ନଜର ରଖାଯାଉଥିବା ତାଙ୍କ ଅଭିଯୋଗ ଥିଲା। ପେଗାସସ୍ ହେଉଛି ଇସ୍ରାଏଲର NSO Group ଦ୍ୱାରା ବିକଶିତ ଏକ ଗୁପ୍ତଚର ସଫ୍ଟୱେର୍। ଏହା ମୋବାଇଲ୍ ଫୋନ୍ରେ ପ୍ରବେଶ କରି କଲ୍, ମେସେଜ୍, ଫଟୋ ଓ ଅନ୍ୟାନ୍ୟ ତଥ୍ୟ ଉପରେ ନଜର ରଖିବାର କ୍ଷମତା ରଖେ। ଭାରତରେ ଏହାକୁ ନେଇ ରାଜନୈତିକ ବିବାଦ ହୋଇଥିଲା। କେନ୍ଦ୍ର ସରକାର ଏହି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏହି ଫୋନ୍ ଟାପିଂ ପ୍ରସଙ୍ଗରେ ମତ ରଖିଛନ୍ତି। AI ଯୁଗରେ ମୋବାଇଲ୍ ଫୋନ୍ ଓ ଆଧୁନିକ ଟେକ୍ନୋଲୋଜି ଉପରେ ଅନ୍ଧଭାବେ ବିଶ୍ୱାସ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହା ସହ ରାହୁଲଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲଙ୍କ ଅଲଗା ମଞ୍ଚରେ ମୋଦୀଙ୍କ ସହ ବିତର୍କ କରିବା ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି।ତାଙ୍କ ମତରେ, ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସଂସଦ ହେଉଛି ଉପଯୁକ୍ତ ମଞ୍ଚ। ସେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ଅଧିକ ଗମ୍ଭୀରତା ଓ ଦାୟିତ୍ୱବୋଧ ଦେଖାଇବାକୁ କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାହୁଲଙ୍କ ବିତର୍କ ଚ୍ୟାଲେଞ୍ଜର ଜବାବ ଦେଇଛନ୍ତି। ତାଙ୍କ କହିବା ଅନୁସାରେ- ରାହୁଲ ଗାନ୍ଧୀ ନିଜର ପ୍ରଶ୍ନ ସଂସଦରେ ଉଠାଇବା ଉଚିତ। ସଂସଦ ହେଉଛି ସରକାରଙ୍କୁ ପ୍ରଶ୍ନ କରିବାର ସାମ୍ୱିଧାନିକ ମଞ୍ଚ। କଂଗ୍ରେସ ଯଦି ଔପଚାରିକ ଭାବେ ଅନୁରୋଧ କରେ, ତେବେ ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ସଂସଦ ଅଧିବେଶନ ଡାକିବାକୁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି।
କାହିଁକି ଏହି ବିବାଦ ଆରମ୍ଭ ହେଲା?
ଆଜି Instagramରେ ଏକ Ask Me କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କୁ ପଚରାଯାଇଥିଲା ଯେ, ମୋଦୀ କହୁଛନ୍ତି ଆପଣ ବିଦେଶୀ ସହାୟତା ପାଉଛନ୍ତି, ଆଉ ଆପଣ କହୁଛନ୍ତି ମୋଦୀ ବିଦେଶୀ ଶକ୍ତିଙ୍କ ନିୟନ୍ତ୍ରଣରେ ଅଛନ୍ତି। ଏହାର ପ୍ରମାଣ କ'ଣ? ଏହାର ଉତ୍ତରରେ ରାହୁଲ ନିଜ ମୋବାଇଲ୍ ଦେଖାଇ କହିଥିଲେ ଯେ, ସମସ୍ତ ପ୍ରମାଣ ତାଙ୍କ ଫୋନ୍ରେ ରହିଛି ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ଫୋନ୍ ଟ୍ୟାପ୍ କରୁଥିବାରୁ ଏହା ବିଷୟରେ ଜାଣିଛନ୍ତି। ଏହାପରେ ସେ ମୋଦୀଙ୍କୁ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଖୋଲା ବିତର୍କ ପାଇଁ ଚ୍ୟାଲେଞ୍ଜ କରିଥିଲେ।
