BJP ANNOUNCES SEVA SANKALP ABHIYAN:ମୋଦିଙ୍କ ଜନ୍ମଦିନରୁ ସେବା ସଂକଳ୍ପ ଅଭିଯାନ..
ଜନସେବାରେ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଅକ୍ଟୋବର ୭, ୨୦୦୧ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଅକ୍ଟୋବର ୭, ୨୦୨୬ରେ ତାଙ୍କର ଏହି ଯାତ୍ରାକୁ ୨୫ ବର୍ଷ ପୁରିବ। ବିଜେପି ଏହି ଯାତ୍ରାକୁ ଅଭିଯାନ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚାଇବ।

ସେପ୍ଟେମ୍ୱର ୧୭ରୁ ଅକ୍ଟୋବର ୧୭- ବିଜେପିର ସେବା ସଂକଳ୍ପ ଅଭିଯାନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରୁ ବିଜେପି ମାସେ ବ୍ୟାପି ଜାରି ରଖିବ ଏହି ଅଭିଯାନ। ଅକ୍ଟୋବର ୧୭ ଯାଏ ଚାଲିବାକୁ ଥିବା ଏହି ଅଭିଯାନରେ ରକ୍ତଦାନ ଶିବିର, ସ୍ୱଛତା ଅଭିଯାନ, ଆଶୀର୍ବାଦର ଦୀପ, ପଦଯାତ୍ରା ଓ ବାଇକ ରାଲି ଭଳି କାର୍ଯ୍ୟକ୍ରମ ହେବ। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଏହି ଘୋଷଣା କରିଛନ୍ତି। ଦେଶତମାମ ସେବା ସହ ଜଡ଼ିତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଏୟା ଯେ, ଜନସେବାରେ ପ୍ରଧାନମନ୍ତ୍ରୀଙ୍କ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି। ଅକ୍ଟୋବର ୭, ୨୦୦୧ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଅକ୍ଟୋବର ୭, ୨୦୨୬ରେ ତାଙ୍କର ଏହି ଯାତ୍ରାକୁ ୨୫ ବର୍ଷ ପୁରିବ। ବିଜେପି ଏହି ଯାତ୍ରାକୁ ଅଭିଯାନ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚାଇବ। ଅଭିଯାନର ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ୱର ୧୭ରେ ଦେଶତମାମ ରକ୍ତଦାନ ଶିବିର ହେବ। ସଂଧ୍ୟା ୭ଟାରେ ଆଶୀର୍ବାଦର ଦିୟା କାର୍ଯ୍ୟକ୍ରମ ହେବ। ଏଥିରେ ସରକାରୀ ଯୋଜନାରେ ଲାଭାର୍ଥୀ ପରିବାର ନିଜ ଘରେ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବେ। ଅକ୍ଟୋବର ୨ରେ ସ୍ୱଛତା ଅଭିଯାନ ଆରମ୍ଭ ହେବ। ଏହା ବ୍ୟତୀତ ପଦଯାତ୍ରା ଓ ବାଇକ ରାଲି ବି ବାହାରିବ। ଏହି ସବୁ କାର୍ଯ୍ୟକ୍ରମ ଜରିଆରେ ବିକଶିତ ଭାରତର ସଂକଳ୍ପ ନିଆଯିବ। ନିତିନ ନବୀନ କହିଛନ୍ତି, ୨୦୧୪ ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥାକୁ ଫ୍ରେଜାଇଲ ଫାଇଭ ଭାବେ ବିବେଚନା କରାଯାଉଥିଲା। ଏବେ କିନ୍ତୁ ଭାରତ ଦୁନିଆର ସବୁଠୁ ଦ୍ରୁତ ବିକଶିତ ରାଷ୍ଟ୍ର ଭାବେ ଗଣାଯାଉଥିଲା। ଏହା ସହ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ ବିକାଶ ସହ ଦେଶର ସାଂସ୍କୃତିକ ବିରାସତକୁ ଧ୍ୟାନ ଦିଆଯାଇଛି। ରାମମନ୍ଦିର, କାଶୀ ବିଶ୍ୱନାଥ, ସୋମନାଥ ଓ ମହାକାଳ ଭଳି ଧାର୍ମିକ ସ୍ଥଳରେ ଉଲ୍ଲେଖନୀୟ କାମର ଅବତାରଣା କରିଥିଲେ ନିତିନ। ସେବା ସଂକଳ୍ପ ଅଭିଯାନ ଜରିଆରେ ବିଜେପି ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ଜନସେବାର ଯାତ୍ରାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।
