Modi Ka Baap Remark:ସନ୍ତୋଷଙ୍କ ଅଧା ଶବ୍ଦ- ଖଡ଼ଗେଙ୍କ ବାପ୍ ମନ୍ତବ୍ୟ- ପୁରା ଦେଶରେ ଲଗାଇଦେଇଛି ନିଆଁ!
କିଏ ଏହି ସନ୍ତୋଷ କୁମାର। ପାଟନା ହଲରେ ସନ୍ତୋଷ କହିଥିଲେ, ମୋଦି କହିଁ ନହିଁ ଯାଏଗା। ଆଉ ଏହି ଶବ୍ଦ ଉପରେ ତତକ୍ଷଣାତ୍ ରିଆକ୍ଟ କରି ଖଡ଼ଗେ ଏଭଳି ମନ୍ତବ୍ୟ ରଖିଥିଲେ। କେବଳ ଥରେ ନୁହେଁ। ୩ଥର ଏ କଥାକୁ ରିପିଟ୍ କରିଥିଲେ ଖଡ଼ଗେ। ଏହାକୁ ଆୟୁଧ କରି ଖଡ଼ଗେଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିଛି ବିଜେପି।

ଭିଡ଼ ଭିତରୁ ମାତ୍ର ୪ଟି ଶବ୍ଦ। ଆଉ ଏ ଅଧାଗଢ଼ା ଶବ୍ଦର ପ୍ରଶ୍ନବାଣ ପୁରା ଦେଶରେ ହଲଚଲ ସୃଷ୍ଟି କରିଦେଲା। ପାଟନାରେ ସନ୍ତୋଷ କୁମାର ନାମକ ଯୁବକଙ୍କ ପ୍ରଶ୍ନ ନ ସରୁଣୁ, ଉତକ୍ଷିପ୍ତ ହୋଇ ଯେଭଳି ଉତ୍ତର ଦେଲେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ତାହା ଦେଶବ୍ୟାପୀ ରାଜନୀତିକ ଆରୋପ ପ୍ରତ୍ୟାରୋପର ନିଆଁକୁ ତେଜିଦେଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ଆପତ୍ତିଜନକ ମନ୍ତବ୍ୟ ଦେଇଦେଲେ ଖଡ଼ଗେ। ମୋଦି କ୍ୟା, ମୋଦି କା ବାପ୍ ବି ଜାୟେଗା। ଆଉ ଖଡ଼ଗେଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ଗଣ୍ଠି କରି ଆଜି ଦେଶତମାମ ବିଜେପି ପାର୍ଟିର ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଖଡଗେଙ୍କ କୁଶପୁତ୍ତଳିକା ଦାହ କରିଛି। ତାହେଲେ କିଏ ଏହି ସନ୍ତୋଷ କୁମାର। ପାଟନା ହଲରେ ସନ୍ତୋଷ କହିଥିଲେ, ମୋଦି କହିଁ ନହିଁ ଯାଏଗା। ଆଉ ଏହି ଶବ୍ଦ ଉପରେ ତତକ୍ଷଣାତ୍ ରିଆକ୍ଟ କରି ଖଡ଼ଗେ ଏଭଳି ମନ୍ତବ୍ୟ ରଖିଥିଲେ। କେବଳ ଥରେ ନୁହେଁ। ୩ଥର ଏ କଥାକୁ ରିପିଟ୍ କରିଥିଲେ ଖଡ଼ଗେ। ଏହାକୁ ଆୟୁଧ କରି ଖଡ଼ଗେଙ୍କଠୁ କ୍ଷମାପ୍ରାର୍ଥନା ଦାବି କରିଛି ବିଜେପି। ସନ୍ତୋଷଙ୍କୁ ମିଟିଂ ହଲରୁ ନେଇଯାଇଥିଲା ପୁଲିସ। ଆଉ ଭେନ୍ୟୁରୁ ତଡ଼ିଦେଇଥିଲା। ସନ୍ତୋଷ କହିଥିଲେ, ସେ କହିବାକୁ ଚାହୁଁଥିଲେ ଯେ, ଯେପର୍ଯ୍ୟନ୍ତ ଜନତାଙ୍କ ଭିତରେ ବିଦ୍ରୋହ ଓ ଅସନ୍ତୋଷ ଉଠିନି। ସେପର୍ଯ୍ୟନ୍ତ ମୋଦି କୁଆଡ଼େ ଯିବେନି। ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶ୍ରୀ କ୍ରିଷ୍ଣା ସିଂଙ୍କ ୧୩୯ତମ ଜନ୍ମଜୟନ୍ତୀ ଇଭେଣ୍ଟରେ ସନ୍ତୋଷ ଦର୍ଶକଙ୍କ ଭିତରେ ଥିଲେ। ସେତେବେଳେ ଖଡ଼ଗେ ଭୋଟର ଅନିୟମିତତା ପ୍ରସଙ୍ଗରେ କହିବା ସହ ସିଜେପିର ଆନ୍ଦୋଳନ ବାବଦରେ କହୁଥିଲେ। ଆଉ ମଝିରୁ ଅବରୋଧ କରି ପ୍ରଶ୍ନ ପଚାରିଥିଲେ ସନ୍ତୋଷ। ଆଉ ସନ୍ତୋଷଙ୍କ ଏହି ୪ ଶବ୍ଦ ଖଡ଼ଗେଙ୍କୁ ଯେତିକି ଉତ୍ତେଜିତ କରିଥିଲା। ସମାନ୍ତରାଳ ଭାବେ କଂଗ୍ରେସ କର୍ମୀଙ୍କୁ ବି ଉତ୍ୟକ୍ତ କରିଦେଇଥିଲା। ସନ୍ତୋଷଙ୍କୁ ତୁରନ୍ତ ଘେରିଯାଇଥିଲେ ସେମାନେ। ଗ୍ରାଉଣ୍ଡରୁ ବାହାର କରି ପିଟିଥିଲେ। ହେଲେ ବାହାରେ ସନ୍ତୋଷ ନିଜ କହିବାର ଅର୍ଥକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତାଙ୍କର ପୁରା କଥାକୁ ନଶୁଣି ଖଡ଼ଗେ ଏଭଳି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୋଦି ୧୨ ବର୍ଷ ହେଲା କିଛି କରିନାହାନ୍ତି। ପୁରା ଦେଶ ଏବେ ତାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛି। ଆମକୁ ସାମୂହିକ ଜନତାଙ୍କ ବିଦ୍ରୋହ ଜରୁରୀ। ଏକଥା ଶୁଣିବା ମାତ୍ରେ ସନ୍ତୋଷ ଯେ କଂଗ୍ରେସ ସମର୍ଥକ, ଏ କଥା ସ୍ପଷ୍ଟ ହୋଇଥିଲା। ସନ୍ତୋଷଙ୍କ ପ୍ରଶ୍ନରେ ନିୟନ୍ତ୍ରଣ ହରାଇଦେଇଥିଲେ ଖଡ଼ଗେ। ପୁରା ପ୍ରକରଣ ଦେଖିଲେ ସନ୍ତୋଷଙ୍କୁ ବିଜେପି ସମର୍ଥକ ବୋଲି କୁହାଯାଉଥିଲା। ଖଡ଼ଗେଙ୍କ ଏଭଳି ବୟାନକୁ ନେଇ ବିଜେପି କର୍ମୀ କ୍ରିଷ୍ଣା କୁମାର ସିଂ କୋତଓ୍ୱାଲି ଥାନାରେ ଖଡ଼ଗେଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ତେବେ ମାମଲାକୁ ଗାନ୍ଧୀମୈଦୀନ ଥାନାକୁ ଟ୍ରାନ୍ସଫର କରିଦିଆଯାଇଛି। ୨୪ ଘଣ୍ଟା ଭିତରେ ନିଜର ଆପତ୍ତିଜନକ ମନ୍ତବ୍ୟ ଲାଗି ଖଡ଼ଗେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସମେତ ଅମିତ ଶାହ, ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଅନେକ ତୁଙ୍ଗ ନେତା କଂଗ୍ରେସକୁ ଟାର୍ଗେଟ କରି ବର୍ଷିଛନ୍ତି।
