TMC Fractions New Symbol:ମମତାଙ୍କୁ ଫୁଟବଲ ପ୍ଲେୟାର- ରିତବ୍ରତଙ୍କୁ ଲଫାଫା
ଆଜି ଦୁଇ ଗୋଷ୍ଠୀକୁ ନୂଆ ନାଁ ଓ ଲୋଗୋ ଦେଇଛନ୍ତି। ହେଲେ ଏହା ଅନ୍ତରୀଣ ଆଦେଶ। ପଶ୍ଚିମବଙ୍ଗ ଉପନିର୍ବାଚନ ପୂର୍ବରୁ ଉଭୟ ଗୋଷ୍ଠୀକୁ ୩ଟି ଲେଖାଏଁ ନାଁ ଓ ଚିହ୍ନ ଦେଇଥିଲେ ନିର୍ବାଚନ କମିଶନ। ଏହା ପରେ କମିଶନ ଅନ୍ତିମ ନିର୍ଣ୍ଣୟ ନେଇଥିଲେ। ନିଜକୁ ଅସଲ ଟିଏମସି କହି ଉଭୟ ଦାବି କରୁଥିଲେ।

ମମତାଙ୍କୁ ମିଳିଲା ନୂଆ ଦଳ ଓ ଚିହ୍ନ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଦ୍ରୋହୀ ଗୋଷ୍ଠୀ ରିତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀର ନୂଆ ନାଁ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ମମତାଙ୍କ ପାର୍ଟିକୁ ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାଁ ଦିଆଯାଇଛି। ତାଙ୍କ ଚିହ୍ନ ଫୁଟବଲ ପ୍ଲେୟାର। ରିତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀକୁ ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ ନାଁ ଦିଆଯାଇଛି। ଆଉ ଚିହ୍ନ ଏନଭେଲୋପ ବା ଲଫାଫା। ବଙ୍ଗରେ ବିଧାନସଭା ନିର୍ବାଚନ ପରାଜୟ ପରେ ଟିଏମସିରେ ବଡ଼ ବିଦ୍ରୋହ ଓ ଫାଟ ସୃଷ୍ଟି ହୋଇଥିଲା। ମମତା ଓ ରିତବ୍ରତ- ଦୁଇ ଗୋଷ୍ଠୀ ଅସଲ ଟିଏମସି ବୋଲି ନିଜକୁ ଦାବି ଜାହିର କରିଥିଲେ। ବିବାଦ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ଆୟୋଗ ଟିଏମସିର ନାଁ ଓ ଚିହ୍ନକୁ ଫ୍ରିଜ୍ କରିଦେଲେ। ଆଉ ଆଜି ଦୁଇ ଗୋଷ୍ଠୀକୁ ନୂଆ ନାଁ ଓ ଲୋଗୋ ଦେଇଛନ୍ତି। ହେଲେ ଏହା ଅନ୍ତରୀଣ ଆଦେଶ। ପଶ୍ଚିମବଙ୍ଗ ଉପନିର୍ବାଚନ ପୂର୍ବରୁ ଉଭୟ ଗୋଷ୍ଠୀକୁ ୩ଟି ଲେଖାଏଁ ନାଁ ଓ ଚିହ୍ନ ଦେଇଥିଲେ ନିର୍ବାଚନ କମିଶନ। ଏହା ପରେ କମିଶନ ଅନ୍ତିମ ନିର୍ଣ୍ଣୟ ନେଇଥିଲେ। ଟିଏମସି ନାଁରେ ନାଁ ଓ ଚିହ୍ନ ଆବଣ୍ଟନ କରିବାକୁ ରିତବ୍ରତ କହିଥିଲେ। ନିର୍ବାଚନ କମିଶନ ନିର୍ଦେଶ ଦେଇଥିଲେ କି, ଯେପର୍ଯ୍ୟନ୍ତ ବିବାଦ ତୁଟିନି, ସେ ପର୍ଯ୍ୟନ୍ତ ଆଗାମୀ ଉପନିର୍ବାଚନରେ ଦୁଇ ଗୋଷ୍ଠୀ ଦୁଇ ଫୁଲ ଓ ଘାସ ଥିବା ଟିଏମସିର ନିର୍ବାଚନ ଚିହ୍ନକୁ ବ୍ୟବହାର କରିବେନି। ଶୁକ୍ରବାର ବା ଆଜି ସକାଳ ସୁଦ୍ଧା ନିଜ ପସନ୍ଦର ନାଁ ଓ ନିର୍ବାଚନୀ ଚିହ୍ନ ଦେବାକୁ କହିଥିଲେ।
