Mayawati Warns Former MP : ଶ୍ୱଶୁର ସନ୍ୟାସ ନେଲେ ଯାଇ ଜ୍ୱାଇଁଙ୍କୁ ପାର୍ଟିରେ ମିଳିବ ମଉକା..
ଯେଉଁ ଲୋକ ଦଳର ଅଗ୍ରଗତିରେ ସାମାନ୍ୟ ବି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛନ୍ତି, ସେମାନଙ୍କ ବିରୁଦ୍ଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ହେବ ଓ ଜାରି ରହିଛି। ଏହାର ଚର୍ଚ୍ଚିତ ଉଦାହରଣ ବିଏସପିର ରାଜ୍ୟସଭା ସାଂସଦ ଥିବା ଅଶୋକ ସିଦ୍ଧାର୍ଥ। ଅଶୋକଙ୍କୁ ସୁଧୁରିବାକୁ ଦଳ ଅନେକ ମଉକା ଦେଲା।

ଅଜବ ଅଫର ଦେଲେ ବିଏସପି ସୁପ୍ରିମୋ ମାୟାବତୀ। ଶ୍ୱଶୁର ଯଦି ରାଜନୀତିରୁ ସନ୍ୟାସ ନେବେ, ତାହେଲେ ଯାଇ ଜ୍ୱାଇଁଙ୍କୁ ପାର୍ଟିରେ ମିଳିବ ଦାୟିତ୍ୱ। ଶ୍ୱଶୁର ଅଶୋକ ସିଦ୍ଧାର୍ଥ ଓ ଜ୍ୱାଇଁ ଆକାଶ ଆନନ୍ଦଙ୍କ ସନ୍ଦର୍ଭରେ ଏଭଳି ବଡ଼ କଥା କହିଛନ୍ତି ମାୟାବତୀ। ଆକାଶ ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ପୁତୁରା। ମାୟାବତୀ ସ୍ପଷ୍ଟ କରିଛନ୍ତି ତାଙ୍କ ପୁତୁରାକୁ ପାର୍ଟିରେ ଗୁରୁଦାୟିତ୍ୱ ସେତିକିବେଳେ ମିଳିବ, ଯେବେ ଆକାଶଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥ ରାଜନୀତିରୁ ପୁରା ସନ୍ୟାସ ନେବେ। ମାୟାବତୀଙ୍କ ମତରେ, ଅଶୋକ ରାଜନୀତିରୁ ସନ୍ୟାସ ନ ନେବା ଯାଏ ଆଶୋକ ଦଳରେ ମୁକ୍ତ ଭାବେ କାମ କରିବା ସମ୍ଭବ ନୁହେଁ। ପାର୍ଟି ବି ସେତେବେଳେ ଯାଇ ଆକାଶଙ୍କୁ ସହାନୁଭୂତିପୂର୍ବକ ଦାୟିତ୍ୱ ଦେବାକୁ ବିଚାର କରିବ। ଆଜି ଏକ୍ସ-ରେ ମାୟାବତା ପୋଷ୍ଟ ଲେଖି କହିଛନ୍ତି ଯେ, ବସପାର ଶୀର୍ଷ ନେତୃତ୍ୱ ଭୁଲ ଭଟକା ଲୋକଙ୍କୁ ତାଙ୍କ ଆଚାର ବ୍ୟବହାର ଦେଖି ପାର୍ଟିରେ ସାମିଲ କରୁଛି। ଯେଉଁ ଲୋକ ଦଳର ଅଗ୍ରଗତିରେ ସାମାନ୍ୟ ବି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛନ୍ତି, ସେମାନଙ୍କ ବିରୁଦ୍ଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ହେବ ଓ ଜାରି ରହିଛି। ଏହାର ଚର୍ଚ୍ଚିତ ଉଦାହରଣ ବିଏସପିର ପୂର୍ବତନ ରାଜ୍ୟସଭା ସାଂସଦ ଅଶୋକ ସିଦ୍ଧାର୍ଥ। ଅଶୋକଙ୍କୁ ସୁଧୁରିବାକୁ ଦଳ ଅନେକ ମଉକା ଦେଲା। କିନ୍ତୁ ବିଏସପିର ମିଶନ ଅପେକ୍ଷା ଅଶୋକ ନିଜ ବ୍ୟକ୍ତିଗତ ଓ ପାରିବାରିକ ସ୍ୱାର୍ଥକୁ ଅଧିକ ମହତ୍ତ୍ୱ ଦେଲେ। ଏହାର ନକରାତ୍ମକ ପ୍ରଭାବ ତାଙ୍କ ଜ୍ୱାଇଁ ଆକାଶ ଆନନ୍ଦଙ୍କୁ ଭୋଗିବାକୁ ପଡ଼ୁଛି। ନିଜ ସ୍ୱାର୍ଥ ଲାଗି ନା ଜ୍ୱାଇଁ ଆକାଶଙ୍କ ଭବିଷ୍ୟତକୁ ଦେଖୁଛନ୍ତି ନା ଦଳର ବୃଦ୍ଧିକୁ। କୁଆଡ଼େ ଗଲା ଦଳ ପାଇଁ ତ୍ୟାଗ, ତପସ୍ୟା।
