Tu Hai Meri Kiran Trailer : ‘ତୁ ହେ ମେରୀ କିରନ୍’ ଟ୍ରେଲରରେ ଜହୀରଙ୍କ ସାଇକୋ ଲଭ୍!
ଜହୀର ଇକବାଲ୍ ଓ ସୋନାକ୍ଷୀ ସ୍ନିହାଙ୍କ ଫିଲ୍ମ ' ତୁ ହେ ମେରୀ କିରନ୍ 'ର ଟ୍ରେଲର ରିଲିଜ୍ ହୋଇଯାଇଛି | ଯେଉଁଥିରେ ଜଣେ ସାଇକୋ ଲଭର୍ ର ପାଗଳାମି ଏଭଳି ଏକ କାହାଣୀ ଦେଖାଯାଇଛି ,ଯାହା ଶାହରୁଖଙ୍କ 'ଡର' ଠାରୁ ମଧ୍ୟ ଅଧିକ ଭୟଙ୍କର |

କୌଣସି ପୁଅ ସହିତ ସାଙ୍ଗର ହାତ ବଢାଇବା ପୂର୍ବରୁ ଝିଅମାନେ ୧୦୦ଥର ଭାବିବେ ଯଦି ସେ ଆସୁଥିବା ଫିଲ୍ମ ' ତୁ ହେ ମେରୀ କିରନ୍ 'ର ଟ୍ରେଲର ଦେଖିବେ | ଡବଲ ଏକ୍ସସେଲ ପରେ ଜହୀର ଇକବାଲ୍ ଓ ସୋନାକ୍ଷୀ ସ୍ନିହାଙ୍କ ଯୋଡି ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମରେ ଦୀର୍ଘ ସମୟପରେ ପୁଣି ଏକାସହିତ ଫେରୁଛନ୍ତି | ତାଙ୍କର ଆସୁଥିବା ଫିଲ୍ମର ଟ୍ରେଲର ଆସିଯାଇଛି ,ଯାହା ବହୁତ ଧମାକେଦାର ଅଟେ | ସୋନାକ୍ଷୀ ସ୍ନିହାଙ୍କ ଆସୁଥିବା ଫିଲ୍ମ ଟ୍ରେଲର ଦେଖିବା ପରେ ଭୟ ଲେଭଲ ଆହୁରି ଅଧିକ ବଢିବାକୁ ଯାଉଛି | ରିୟଲ ଲାଇଫରେ ଭଳି ଫିଲ୍ମ ' ତୁ ହେ ମେରୀ କିରନ୍ 'ର ଟ୍ରେଲରରେ ମଧ୍ୟ ଜହୀର ଇକବାଲ୍ ସୋନାକ୍ଷୀଙ୍କୁ ହଇରାଣ କରୁଥିବା ନଜର ଆସିଛନ୍ତି, କିନ୍ତୁ ଏଥର ଜଣେ ସାଇକୋ ଲଭର୍ ଭାବେ | ୨ ମିନିଟ୍ ୧୫ ସେକେଣ୍ଡର ଏହି ଟ୍ରେଲରର ଆରମ୍ଭ ଜହୀର ଇକବାଲ୍ ଙ୍କ ଭଏସ୍ ଓଭର୍ରୁ ହୋଇଛି | ସେ କହୁଛନ୍ତି “ତୁମ ଭଳି ଝିଅ ପାଇଁ ମୋ ଭଳି ପୁଅର ପ୍ରେମ କରିବା ବହୁତ କଷ୍ଟକର | ଦୁନିଆ ମଧ୍ୟ ମୋତେ ସବୁବେଳେ କହିଛି ଯେ ମୁଁ ଜଣେ ଲୁଜର୍ | କିନ୍ତୁ ତୁମେ ମୋ ସହ କଥା ହେଲ, ମୋ ସହ ଏମିତି କେବେ ହୋଇନଥିଲା | ଆଇ ଲଭ୍ ୟୁ, କିରନ |” ଏହିଠାରୁ ଆରମ୍ଭ ହେଉଛି କାହାଣୀ , ଯେଉଁଠି ଜାହିର ଜହୀର ଇକବାଲ୍ ଙ୍କ ପ୍ରେମକୁ ଦେଖି ଶାହରୁଖ ଖାନଙ୍କ "ଡର" ଫିଲ୍ମ ମନେପଡିଯିବ | ଟ୍ରେଲର ଜହିର ପ୍ରେମ ପାଇଁ ପାଗଳାମି ଓ ଭୟାନକ ଅନ୍ଦାଜ ଦର୍ଶକଙ୍କୁ ସିନେମାଘରକୁ ଟାଣୀ ଆଣିବାକୁ ଯଥେଷ୍ଟ ଅଟେ | ଏହି ସାଇକୋଲୋଜୀ ଡ୍ରାମା ଫିଲ୍ମ ସିନେମାଘରେ ୨୩ ଅକ୍ଟୋବର ରେ ରିଲିଜ ହେବ ,ଯେଉଁଠି ଏହାର ଟକ୍କର ବକ୍ସଅଫିସରେ 'ଉଡତା ତୀର ' ସହ ହେବ | ଏବେ ଏହି ଦୁଇଟି ଫିଲ୍ମ ମଧ୍ୟରୁ କେଉଁ ଫିଲ୍ମକୁ ଅଧିକ ଦର୍ଶକ ମିଳିବ, ତାହା ସମୟ ହିଁ କହିବ |
