Trump Iran Talks: ଇରାନ ସହ ସମ୍ପର୍କ ସୁଧୁରିବା ନେଇ ଟ୍ରମ୍ପଙ୍କ ସଙ୍କେତ, କିନ୍ତୁ ହୋର୍ମୁଜ ପ୍ରଣାଳୀରେ ରହସ୍ୟମୟ ବିସ୍ଫୋରଣକୁ ନେଇ ଚର୍ଚ୍ଚା
ଟ୍ରମ୍ପ ଇରାନ ସହିତ ଭଲ ଆଲୋଚନା ହୋଇଥିବା ଦାବି କରୁଥିବା ବେଳେ , ହର୍ମୁଜ୍ ପ୍ରଣାଳୀରେ ବିସ୍ପୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି | ଜାତିସଂଘ ସାଧାରଣ ସଭାରେ ଆମେରିକୀୟ ଓ ଇରାନୀ ଅଧିକାରୀମାନଙ୍କ ମଧ୍ୟରେ ଅପ୍ରତ୍ୟାଶିତ ଭାବେ ତିନି ଘଣ୍ଟା ଧରି ଆଲୋଚନା ହୋଇଥିଲା |

ଗୋଟିଏ ପକ୍ଷରେ ଯେଉଁଠି ଜାତିସଂଘର ମହାସଭା ସମୟରେ ଇରାନୀ ପ୍ରତିନିଧିମଣ୍ଡଳ ପ୍ରଥମ ଥର ପାଇଁ ବରିଷ୍ଠ ଆମେରିକୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିବା ବେଳେ ,ଅନ୍ୟପଟେ ଇରାନୀ ଗଣମାଧ୍ୟମ ଦାବି କରିଛି ଯେ ହର୍ମୁଜ୍ ଜଳସନ୍ଧିରେ କେଶମ ଦ୍ୱୀପ ନିକଟରେ ବିସ୍ପୋରଣ ଶବ୍ଦ ଶୁଣାଯାଇଛି | ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଧମକ ଦେଇଥିଲେ ଯେ ପାଖାପାଖି ସାତ ମାସରୁ ହୋଇଥିବା ଯୁଦ୍ଧକୁ ଶେଷ କରିବା ପାଇଁ ତୁରନ୍ତ କୌଣସି ଚୁକ୍ତି ନ ହୁଏ ତ ଏହି ଇସ୍ଲାମିକ ଦେଶକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରା ହୋଇଯିବ | ଦୀର୍ଘ ସମୟ ଯାଏଁ ପରସ୍ପର ସହିତ ଶତ୍ରୁ ଥିବା ଏହି ଦୁଇ ଦେଶ ମଧ୍ୟରେ ଏହି ଅପ୍ରତ୍ୟାଶିତ ଆଲୋଚନା ସେତେବେଳ ହୋଇଥିଲା ,ଯେତେବେଳେ ଇରାନୀ ପ୍ରତିନିଧିମଣ୍ଡଳ ଜାତିସଂଘ ମହାସଭାର ବୈଠକ ପାଇଁ ନ୍ୟୁୟର୍କ ଯାଇଥିଲେ | ଆମେରିକା ରାଷ୍ଟ୍ରପତି ତାଙ୍କ ଭାଷଣ ପରେ କହିଥିଲେ ଯେ ତାଙ୍କର ମୁଖ୍ୟ ଦୂତ ଷ୍ଟିଭ ୱିଟକଫ୍ ଏବଂ ଜାରେଡ କୂଶନର ଏହି ବାର୍ଷିକ ବିଶ୍ୱ ନେତାମାନଙ୍କ ସମାବେଶ ସମୟରେ ଇରାନୀ ଅଧିକାରୀଙ୍କ ସହ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା କରିଥିଲେ | ଟ୍ରମ୍ପ କହିଛନ୍ତି ଏହା ବହୁତ ଭଲ ବୈଠକ ଥିଲା ଓ ତୁରନ୍ତ ହିଁ ଅନ୍ୟ ଆଲୋଚନା କରାଯିବ | ପରେ ସେ ଏହା ମଧ୍ୟ କହିଥିଲେ ଯେ ଇରାନୀ ଅଧିକାରୀମାନେ ସର୍ବୋଚ୍ଚ ସ୍ତରର ନଥିଲେ , ତଥାପି ଏହା କିଛିଟା ଗୁରୁତ୍ୱପୂର୍ଣ୍ଣ ଅଟେ | ଯେବେ ଇରାନ ପ୍ରତିନିଧିମଣ୍ଡଳ ଆମେରିକା ସହିତ ଶାନ୍ତିବାର୍ତ୍ତା କରୁଥିବା ବେଳେ ଇରାନୀ ମିଡିୟା ଖବର ଦେଇଥିଲେ ହର୍ମୁଜ୍ ଷ୍ଟ୍ରେଟରେ କେଶମ ଦ୍ୱୀପ ନିକଟରେ ବିସ୍ପୋରଣ ଶବ୍ଦ ଶୁଣାଯାଇଛି | ଫେବୃଆରୀରେ ଇରାନ ବିରୁଦ୍ଧରେ ଆମେରିକା - ଇଜ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରେ କେଶମ ଦ୍ୱୀପ ନିକଟରେ ବିସ୍ପୋରଣ ହେବାର ଖବର ସାମ୍ନାକୁ ଆସିଥିଲା | ପାଖାପାଖି ସାତ ମାସରୁ ଚାଲିଥିବା ଏହି ଯୁଦ୍ଧ ବିଶ୍ୱ ଶକ୍ତି ମୂଲ୍ୟ ଏବଂ ଇରାନ ଅର୍ଥବ୍ୟବସ୍ଥା ଅଧିକ ପ୍ରଭାବିତ କରିଛି | ଯାହାଦ୍ୱାରା ଇସ୍ଲାମିକ ଦେଶରେ ମୁଦ୍ରା ସଙ୍କଟରେ ସମସ୍ୟା ଦେଖା ଦେଇଛି |
