ଶବର ଦରପୋଡ଼ା ଅଂଶ ଖାଇ ବନ୍ଧା ହେଲା କିନ୍ନର କାଳିନନ୍ଦା
ଶବର ଦରପୋଡ଼ା ଅଂଶ ଖାଇବାକୁ ଲାଗିଲା। ଚିତାର ପାଉଁଶ ନିଜ ଦେହରେ ବୋଳିଥିଲା। ଏହାକୁ ଖାଇବା ପରେ ଏହାକୁ ଟେଷ୍ଟି ଓ ହଟ୍ ବୋଲି କହିଥିଲା। ଏଭଳି ଭିଡ଼ିଓ ଦେଖି ହିନ୍ଦୁ ଧାର୍ମିକ ନେତାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହୋଇଥିଲା। କାଳଭୈରବ ଘାଟ ସ୍ଥିତ ହିନ୍ଦୁ ସନ୍ଥ ଓ ତାନ୍ତ୍ରିକ ବିଷ୍ଣୁ ନାଥ ଉଜୈନ ପୁଲିସରେ ଏ ନେଇ ଏତଲା ଦେଇଥିଲେ।

ବିବାଦରେ କିନ୍ନର। ମଶାଣିରୁ ଦରପୋଡ଼ା ଶବର ମାଂସ ଖାଉଛି। ଆତ୍ମଘୋଷିତ ଅଘୋରି କହି ଏଭଳି ଅଦ୍ଭୁତ କାରନାମା କରି ଶେଷରେ ବନ୍ଧା ହେଲା କାଳି ଓରଫ ନନ୍ଦ ଗିରି। ଶବର ମାଂସ ଖାଇ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଚର୍ଚ୍ଚାରେ ଥିଲା ନନ୍ଦା ଗିରି। ଭିଡ଼ିଓରେ ଦେଖାଯାଇଥିଲା, ୨୭ ବର୍ଷୀୟ ନନ୍ଦା ଗିରି ଉଜୈନର ଚକ୍ରତୀର୍ଥ ମଶାଣିକୁ ହାତରେ ଏକ ଖଣ୍ଡା ଧରି ଯାଇଥିଲା। ଚିତା ଉପରେ ରଖାଯାଇଥିବା ଶବକୁ ଖଣ୍ଡାରେ ଚୋଟ ପକାଇବା ଆଗରୁ ସେ କିଛି ମନ୍ତ୍ର ପଢ଼ିଥିଲା। ଆଉ ତା ପରେ କିଛି ଜଳନ୍ତା କାଠକୁ ହଟାଇ ସେଠାରେ ଥିବା ଶବର ଦରପୋଡ଼ା ଅଂଶ ଖାଇବାକୁ ଲାଗିଲା। ଚିତାର ପାଉଁଶ ନିଜ ଦେହରେ ବୋଳିଥିଲା। ଏହାକୁ ଖାଇବା ପରେ ଏହାକୁ ଟେଷ୍ଟି ଓ ହଟ୍ ବୋଲି କହିଥିଲା। ଏଭଳି ଭିଡ଼ିଓ ଦେଖି ହିନ୍ଦୁ ଧାର୍ମିକ ନେତାଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ଭିତରେ ଆକ୍ରୋଶ ସୃଷ୍ଟି ହୋଇଥିଲା। କାଳଭୈରବ ଘାଟ ସ୍ଥିତ ହିନ୍ଦୁ ସନ୍ଥ ଓ ତାନ୍ତ୍ରିକ ବିଷ୍ଣୁ ନାଥ ଉଜୈନ ପୁଲିସରେ ଏ ନେଇ ଏତଲା ଦେଇଥିଲେ। ଶ୍ମଶାନରେ ଅନଧିକୃତ ପ୍ରବେଶ ଓ ମାନବ ଅବଶେଷକୁ ଅପମାନ କରିବାର ଅଭିଯୋଗ ହୋଇଥିଲା। ଶ୍ମଶାନରେ ଅମାନବୀୟ ଆଚରଣ ଲାଗି ଶେଷରେ ବନ୍ଧା ହେଲା। ଗିରଫ ପୂର୍ବରୁ ପୁଲିସକୁ ବି ଧମକ ଦେବାକୁ ପଛାଇନଥିଲା କିନ୍ନର କାଳିନନ୍ଦା। ଅନ୍ତିମ ସଂସ୍କାରର ଚିତାରେ ଖଣ୍ଡା ଚୋଟ ପକାଇବା, ଜଳିଯାଇଥିବା ମାନବ ଅବଶେଷ ଖାଇବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି। କାଳିନନ୍ଦାକୁ ୧୫ ଦିନ ଲାଗି ପୁଲିସ ହେପାଜତକୁ ପଠାଇଦେଇଛନ୍ତି କୋର୍ଟ। କାଳିନନ୍ଦା ଗିରି ନିଜକୁ ଆତ୍ମୋଘୋଷିତ ସନ୍ଥ କୁହେ। ଆଉ କିନ୍ନର ଆଖଡ଼ା ସହ ଜଡ଼ିତ ବୋଲି ଦାବି କରେ। ତେବେ କାଳିନନ୍ଦା ଗିରି ପୂର୍ବରୁ ପୁରୁଷ ଥିଲା। ତା ନାଁ ଥିଲା ଅଲ୍ଲୁରୀ ଶ୍ରୀନିବାସ। ପରେ ସେ ଲିଙ୍ଗ ପରିବର୍ତ୍ତନ କରି କିନ୍ନର ରୂପରେ ନିଜକୁ ପରିଚିତ କରାଇଲା। ଏହା ପରେ ଲେଡି ଅଘୋରି ନାଁରେ ସୋସିଆଲ ମିଡିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲା। ଜଣେ ଛାତ୍ରୀଙ୍କୁ ବଶୀଭୂତ କରି ବିବାହ କରିବାର ପ୍ରତିଶୃତି, ଜଣେ ମହିଳାଙ୍କଠୁ ତାନ୍ତ୍ରିକ ଅନୁଷ୍ଠାନ ନାଁରେ ୧୦ଲକ୍ଷ ଟଙ୍କା ଠକିନେବାର ସଙ୍ଗୀନ ଅଭିଯୋଗ ବି ପୂର୍ବରୁ ଅଛି। ଏ ମାମଲାକୁ ନେଇ ତେଲେଙ୍ଗାନା ପୁଲିସ ତାକୁ ଗିରଫ ବି କରିଥିଲା ବୋଲି ଖବର ଆସୁଛି। କାଳିନନ୍ଦା ଉପରେ
