ଟ୍ୱିନ୍ ସିଟିରେ ଟ୍ରାଫିକ୍ ସମସ୍ୟା ନେଇ ସମୀକ୍ଷା ବୈଠକ
ଟ୍ୱିନ୍ ସିଟିରେ ଟ୍ରାଫିକ୍ ଭିଡ଼ କମାଇବା ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ। ଭୁବନେଶ୍ୱର-କଟକରେ ଯାତାୟାତ ବ୍ୟବସ୍ଥାରେ ସୁଧାର ଓ ଟ୍ରାଫିକ୍ ସମସ୍ୟାର ସମାଧାନ ନେଇ ଆଲୋଚନା।
N
By Namita PattanaikPublished: Aug 18, 2026, 08:55 PM •1 min read •4 Views
ଟ୍ୱିନ୍ ସିଟି ଭୁବନେଶ୍ୱର-କଟକରେ ଟ୍ରାଫିକ୍ ସମସ୍ୟା ଓ ଯାତାୟାତ ବ୍ୟବସ୍ଥାରେ ସୁଧାର ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଅଧ୍ୟକ୍ଷତା କରି ଟ୍ୱିନ୍ ସିଟିରେ ଟ୍ରାଫିକ୍ ଭିଡ଼ ହ୍ରାସ ଓ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ନେଇ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଓ କଟକରେ ବଢ଼ୁଥିବା ଯାନବାହନ ସଂଖ୍ୟା, ଟ୍ରାଫିକ୍ ଜାମ୍ ଏବଂ ଯାତାୟାତଜନିତ ସମସ୍ୟାର ସମାଧାନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଟ୍ରାଫିକ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ସହ ଲୋକଙ୍କ ଯାତାୟାତକୁ ସହଜ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇ ଆଲୋଚନା ହୋଇଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
