‘The Vvaan’ର ଜୋରଦାର କମବ୍ୟାକ୍, ପଞ୍ଚମ ଦିନରେ ୭ କୋଟିରୁ ଅଧିକ କଲେକ୍ସନ
ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭଟିୟାଙ୍କ ଆସିଥିବା ଲେଟେଷ୍ଟ ଫିଲ୍ମ 'The Vvaan' ଗତକାଲି ଖୁବ ସୁନ୍ଦର କଲେକ୍ସନ କରିଛି |

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭଟିୟାଙ୍କ ଫିଲ୍ମ 'The Vvaan' ଗତ ଶୁକ୍ରବାର ଦିନ ସିନେମାଘରେ ରିଲିଜ କରାଯାଇଥିଲା | ଏହି ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା ଏବଂ ଓପନିଂ ୱିକେଣ୍ଡ ପର୍ଯ୍ୟନ୍ତ 'The Vvaan' ଠିକଠାକ ଆୟ ମଧ୍ୟ କରିଥିଲା | କିନ୍ତୁ ସୋମବାର ଦିନ 'The Vvaan'ରେ ବଲିଉଡ କଲେକ୍ସନରେ ହ୍ରାସ ରେକର୍ଡ ହୋଇଥିଲା କିନ୍ତୁ ଗତକାଲି ସିଦ୍ଧାର୍ଥଙ୍କ ଏହି ଫିଲ୍ମଟି ଜୋରଦାର ଭାବେ କମବ୍ୟାକ କରି ବମ୍ପର କଲେକ୍ସନ କରିଛି | ଦୀର୍ଘ ସମୟର ଅପେକ୍ଷା ପରେ ,ଫିଲ୍ମ 'The Vvaan' କୁ ଥିଏଟରର୍ସ ରେ ରିଲିଜ କରାଯାଇଥିଲା | ନିର୍ମାତା ଏକତା କପୁର ଏହି ଫିଲ୍ମକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ,କିନ୍ତୁ କମର୍ସିୟାଲ ଭାବେ ଅଧିକ ପ୍ରଭାବ ପକାଇବା ଏହି ମୁଭିଟି ବିଫଳ ହୋଇଛି | ବର୍ତ୍ତମାନ ,ଗତକାଲି 'The Vvaan' ଉପରେ ଛଠି ମାତାଙ୍କ କୃପା ହୋଇଛି ଏବଂ ଫିଲ୍ମ ବମ୍ପର ବ୍ୟବସାୟ କରିଛି | ରିପୋର୍ଟ ଅନୁସାରେ , ରିଳିଜର ପଞ୍ଚମ ଦିନରେ 'The Vvaan' ପାଖାପାଖି ୭ କୋଟିରୁ ଅଧିକ ବ୍ୟବସାୟ କରିଛି | ଯାହାର ସାହାର୍ଯ୍ୟରେ ଏହି ଫିଲ୍ମର ସମୁଦାୟ ୱଲୱାଇଡ଼ କଲେକ୍ସନ ୫୭ କୋଟିରୁ ଅଧିକ ହୋଇଛି | ସୋମବାର ତୁଳନାରେ ଗତକାଲି 'The Vvaan' ବ୍ୟବସାୟରେ ବୃଦ୍ଧି ଦେଖିବାକୁ ମିଳିଛି , ଯାହା ପ୍ରତିଶତ ହିସାବରେ ୧୪.୩% ଅଟେ | ୱିକ୍ ଡେ ରେ ଯଦି କୌଣସି ଫିଲ୍ମ ଏତେ ଭଲ ବ୍ୟବସାୟ କରେ , ତେବେ ନିଶ୍ଚିତ ଭାବେ ତାହା ପାଇଁ ଆଗାମୀ ରାସ୍ତା ସଫଳତା ଆଧାରରେ ଖୋଲିଯାଏ | ଆଗକୁ ଆସୁଥିବା ଦିନରେ 'The Vvaan' ଗ୍ଲୋବାଲରେ କେତେ ଅଧିକ ବ୍ୟବସାୟ କରିପାରୁଛି | 'The Vvaan' ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭଟିୟାଙ୍କ ବ୍ୟତୀତ ଏହି ଫିଲ୍ମରେ ଅନୁପ ସ୍ୱାମୀ ,ଶ୍ଵେତା ତିବାରୀ ଓ ସୁନୀଲ ଗୋଭର ଭଳି ଅନେକ ଅଭିନେତା ମୁଖ୍ୟ ଭୂମିକା ଦେଖିବାକୁ ମିଳିଛନ୍ତି | 'The Vvaan' ଫିଲ୍ମ ବିହାରର ଗୋଟିଏ ଗାଁ'ର ଲୋକକଥା ଓ ସଂସ୍କୃତି ଉପରେ ଆଧାରିତ କୁ ନେଇ ହୋଇଛି | ଯେଉଁଠି ବନଦେବୀ ଙ୍କ ଶକ୍ତି ଓ ରହସ୍ୟମୟୀ ଜଙ୍ଗଲର ଷ୍ଟୋରିକୁ ନେଇ ହାଇଲାଇଟ କରାଯାଇଛି |
