୨ କୋଟିରେ ଅଣ୍ଡକୋଷ ବିକ୍ରିର ଲୋଭ- କିଶୋରକୁ ମର୍ଡର
ଡାକ୍ତର ବେଶରେ ସେ ନାବାଳକକୁ ଭେଟୁଥିଲା। ନିଜ ମୋବାଇଲରେ ରିଲ୍ସ ଓ ଭିଡ଼ିଓ ଦେଖାଇ କେମିତି ଅଙ୍ଗତସ୍କରି ଜରିଆରେ ରାତିରାତି ୨ କୋଟି ଟଙ୍କା ରୋଜଗାର କରାଯାଏ, ସେ କଥା କହିଥିଲା। ସେଥିଲାଗି ୧୫ରୁ ୧୬ ବର୍ଷର ଜଣେ ପିଲାକୁ ଟାର୍ଗେଟ କରିବାକୁ କହିଥିଲା। ଆଉ ଏହି ଲୋଭର ବଶବର୍ତ୍ତୀ ହୋଇ ନିଜ ପରିଚିତ ୧୭ ବର୍ଷର ଯୁବକକୁ ଫସାଇବାକୁ ଯୋଜନା କରିଥିଲା।

ଭୋପାଳରେ ସକ୍ରିୟ ଅଛନ୍ତି କି ଅଣ୍ଡକୋଷ ଗ୍ୟାଙ୍ଗ। ୨ କୋଟି ଟଙ୍କାର ପ୍ରଲୋଭନ ଦେଇ ଯୁବକକୁ ମାରି ଫିଙ୍ଗିଦେଲେ ପୋଖରୀରେ ଦୁର୍ବୃତ୍ତ। ଅଗଷ୍ଟ ୬ରୁ ନିଖୋଜ ଥିଲା ୧୭ ବର୍ଷର ଯୁବକ ଜଣକ। ୫ ଦିନ ପରେ ଅଗଷ୍ଟ ୧୧ରେ ପୋଖରୀରୁ ତାହାର ଶବ ଉଦ୍ଧାର କରିଥିଲା ପୁଲିସ। କପଡ଼ା ଓ ଚପଲରୁ ପରିବାର ପରିଜନ ଅଗଷ୍ଟ ୧୪ରେ ତାକୁ ଚିହ୍ନଟ କରିଥିଲେ। ପୁଲିସ ଏ ମାମଲାରେ ୧୩ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଅଣ୍ଡକୋଷ ବିକିଲେ ୨ କୋଟି ଟଙ୍କା ମିଳିବ ବୋଲି ଯୁବକଙ୍କୁ ଲୋଭ ଦେଖାଇଥିଲେ। ଆଉ ଏହାକୁ ବିଦେଶ ପଠାଇବାକୁ ଯୋଜନା କରିଥିଲେ। ସବୁଠୁ ଚକିତ କଲାଭଳି ଖବର ଏୟା ଯେ, ପୋଷ୍ଟମର୍ଟମ ବେଳେ ସଂପୃକ୍ତ ଯୁବକଙ୍କ ଅଣ୍ଡକୋଷ ନଥିଲା। ପୁଲିସ ଏବେ କଥିତ ସଉଦାବାଜି, ଏଥିରେ ସାମିଲ ଲୋକ ଓ ବିଦେଶ ପଠାଇବା ଯୋଜନାର ଗହନ ଯାଞ୍ଚ କରୁଛି। ଏହା ପୂର୍ବରୁ ବି ଏମିତି ଏକ ଶବ ମିଳିଥିଲା, ଯାହାର ଅଣ୍ଡକୋଷ ଗାଏବ ଥିଲା। ଭୋପାଳ ଅତିରିକ୍ତ ଡିସିପି ଶୈଳେନ୍ଦ୍ର ସିଂ ଚୌହ୍ୱାନଙ୍କ କହିବା କଥା, ଏହାର ତଦନ୍ତ ଜାରି ରହିଛି। ଏଭଳି କୌଣସି ରାକେଟ ଥିଲେ, ତାହାର ତୁରନ୍ତ ପର୍ଦ୍ଦଫାସ କରିବା ଜରୁରୀ। ଭୋପାଳରେ ଅଙ୍ଗତସ୍କରିର ଏକ ବିପଜ୍ଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ନିଜକୁ ଡାକ୍ତର କହି ନାବାଳକକୁ ୨ କୋଟି ଟଙ୍କାର ପ୍ରଲୋଭନ ଦେଖାଇଥିଲା। ସେ ଅଙ୍ଗ ବିକ୍ରି କରିବାକୁ ଜଣେ ଯୁବକକୁ ଫସାଇବାକୁ ଉସୁକାଇଥିଲେ। ଯେଉଁ ଯୁବକର ହତ୍ୟା ହୋଇଥିଲା, ସେ ମାତ୍ର ଶହେ ଟଙ୍କାର ଲୋଭରେ ପଡ଼ିଯାଇଥିଲା। ପୁଲିସ ଏ ମାମଲାରେ ମାଷ୍ଟରମାଇଣ୍ଡ ଓ ୩ ଜଣ ନାବାଳକଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଏ ପୁରା ଷଡ଼ଯନ୍ତ୍ର ସେ ବ୍ୟକ୍ତି ରଚିଥିଲା। ଯିଏ ନିଜକୁ ଡାକ୍ତର କହୁଥିଲା। ଡାକ୍ତର ବେଶରେ ସେ ନାବାଳକକୁ ଭେଟୁଥିଲା। ନିଜ ମୋବାଇଲରେ ଭିଡ଼ିଓ ଦେଖାଇ କେମିତି ଅଙ୍ଗତସ୍କରି ଜରିଆରେ ରାତିରାତି ୨ କୋଟି ଟଙ୍କା ରୋଜଗାର କରାଯାଏ, ସେ କଥା କହିଥିଲା। ସେଥିଲାଗି ୧୫ରୁ ୧୬ ବର୍ଷର ଜଣେ ପିଲାକୁ ଟାର୍ଗେଟ କରିବାକୁ କହିଥିଲା। ଆଉ ଏହି ଲୋଭର ବଶବର୍ତ୍ତୀ ହୋଇ ନିଜ ପରିଚିତ ୧୭ ବର୍ଷର ଯୁବକକୁ ଫସାଇବାକୁ ଯୋଜନା କରିଥିଲା। ଅଭିଯୁକ୍ତମାନେ ଅଗଷ୍ଟ ୬ ତାରିଖରେ ପୀଡ଼ିତ କିଶୋରକୁ ଶହେ ଟଙ୍କା ଦେବୁ କହି ଡାକିଥିଲେ। କିଛି ଯୁବକଙ୍କ ସହ ସେମାନଙ୍କ ବିବାଦ ଥିବାରୁ ସାଙ୍ଗରେ ଖଟ୍ଟାପୁରା ଯିବାକୁ ପଡ଼ିବ ବୋଲି କହିଥିଲେ। ଲୋଭରେ ପଡ଼ି ସେମାନଙ୍କ ସହ ଯାଇଥିଲା ଯୁବକ ଜଣକ। ତାକୁ ଛୋଟ ପୋଖରୀକୁ ନେଇଥିଲେ। ରାସ୍ତାରେ ଆଉ ଦୁଇ ଅଭିଯୁକ୍ତ ମିଶିଥିଲେ। ଧୋବାଘାଟରେ ପହଞ୍ଚିବା ପରେ ସେମାନେ ନାବାଳକକୁ ମାରିଦେଲେ। ଆଉ ଶରୀରରୁ ଅଣ୍ଡକୋଷ କାଟି ନେଇଗଲେ। ଏବେ କେମିତି ଅଣ୍ଡକୋଷକୁ ବିକିବେ, ସେ ଯୋଜନାରେ ଥିଲେ। ହେଲେ କ୍ରେତା ମିଳିଲେନି। ବାଧ୍ୟ ହୋଇ ଅଣ୍ଡକୋଷକୁ ନାଳରେ ଫିଙ୍ଗିଦେଲେ। ପୁଲିସ ଅଣ୍ଡକୋଷକୁ ଖୋଜୁଛି। ତଦନ୍ତରୁ ଜଣାପଡ଼ିଛି ଯେ, ମର୍ଡର ବେଳେ ତଥାକଥିତ ମାଷ୍ଟରମାଇଣ୍ଡ ଫୋନ ଯୋଗେ ଲଗାତାର ନାବାଳକ ସହ ସମ୍ପର୍କରେ ଥିଲା ଓ ନିର୍ଦେଶ ଦେଉଥିଲା। ପୁଲିସ ଏବେ କଲ୍ ରେକର୍ଡ ଓ ମୋବାଇଲ ଡାଟାକୁ ଖୋଳତାଡ଼ କରୁଛି। ଏହି ନେଟଓ୍ୱର୍କରେ ଆଉ କିଏ କିଏ ସାମିଲ, ତାହାର ତନାଘନା କରୁଛି।
