Arjun Pradhan Encounter : ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନକୁ ଏନକାଉଣ୍ଟର
ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନକୁ ଏନକାଉଣ୍ଟର ! ୨୦ରୁ ଅଧିକ ମାମଲାର ଖଳନାୟକ |
S
By Swarna Prava GiriPublished: Oct 23, 2026, 11:37 AM •1 min read •3 Views
ଦୁର୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର। ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଓଡିଶା ସମେତ ବିହାର ଓ ଝାଡଖଣ୍ଡ ରେ ୨୦ ରୁ ଉର୍ଦ୍ଧ ଅପରାଧରେ ସାମିଲ ଥିବା ଦୁର୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ କୁ ଏନକାଉଣ୍ଟର କରିଛି ନନ୍ଦିପଦା ପୋଲିସ। ଅପରାଧୀ ଅର୍ଜୁନ ଛେନାପଦୀ ନିକଟ ଅସିଆ ଗାଁ ନିକଟରେ ପୋଲିସ ଉପରକୁ ଗୁଳି ମାରିବା ପରେ ପୋଲିସ ର ପାଲଟା ଗୁଳି ତାର ଡାହାଣ ପାଖ ଗୋଡ଼ରେ ବାଜିଛି । ତୁରନ୍ତ ତାକୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଇ ଆଶୁ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ସୋସୋ ଥାନା ବନ୍ତଳା ଗାଁରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି ଫୁଟାଇ ଲୁଟ କରାଯାଇଥିଲା । ସମ୍ପୃକ୍ତ ଘଟଣାରେ ମୁଖ୍ୟ ଆସାମୀ ଥିଲା ଅର୍ଜୁନ ପ୍ରଧାନ । ଅଜୁର୍ନ ଯାଜପୁର ଜିଲ୍ଲା ଯଖପୁରା ଥାନା ଦଶମାଣିଆ ଗାଁର ବାସିନ୍ଦା । ତା ନାଁ ରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଥାନାରେ ମାମଲା ଥିବା ବେଳେ ପୋଲିସ ତାକୁ ଖୋଜୁଥିଲା ।
Comments0
Leave a Reply
Loading comments...
