Shocking Incident :୨୬ ବର୍ଷୀୟ ପୁଅର ଏମିତି କାଣ୍ଡ! ଚାଲିଗଲା ସାବତ ମା’ଙ୍କ ଜୀବନ
ସାବତ ମା’ଙ୍କ ଦେହରେ ନିଆଁ ଲଗାଇଦେଲା ୨୬ ବର୍ଷୀୟ ପୁଅ | ହି ହୃଦୟବିଦାରକ ଘଟଣା ପଛରେ କ’ଣ ରହିଛି କାରଣ? ପୁଲିସ ତଦନ୍ତ ଜାରି ରହିଛି।

ଜାମ୍ମୁ-କାଶ୍ମୀରର ଉଦ୍ଧମପୁର ହାଉସିଂ କଲୋନୀରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଜଣେ ୨୬ ବର୍ଷୀୟ ଯୁବକ ନିଜ ସାବତ ମା’ଙ୍କ ଉପରେ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମହିଳାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଜଳିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଜିଏମସି ଉଦ୍ଧମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ମୃତ ମହିଳାଙ୍କ ନାମ ସୁଷମା ଦେବୀ (୪୦)। ସେ କେଶବ ବର୍ମାଙ୍କ ପତ୍ନୀ ଏବଂ ଉଦ୍ଧମପୁର ହାଉସିଂ କଲୋନୀର ବାସିନ୍ଦା ଥିଲେ। ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକ ତାଙ୍କ ସାବତ ପୁଅ। କେଶବ ବର୍ମାଙ୍କ ଦ୍ୱିତୀୟ ବିବାହ ପରେ ଏହି ପାରିବାରିକ ସମ୍ପର୍କ ଗଢ଼ିଉଠିଥିଲା।ଘଟଣା ପରେ ସ୍ଥାନୀୟ ଲୋକେ ସୁଷମାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଅନ୍ୟପଟେ, ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଏନେଇ ଏଫଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।ଏହି ଘଟଣା ପଛରେ ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
