Satapada Tension: ଯାତ୍ରୀ ଉଠାଇବାକୁ ନେଇ ବିବାଦ ତୀବ୍ର, ଭସାପୋଲରେ ବସ୍ ଭଙ୍ଗାରୁଜା
ଚିଲିକା ସାତପଡ଼ା ଘାଟରେ ଭସାପୋଲରେ ଯାତ୍ରୀ ଉଠାଇବାକୁ ନେଇ ଘଟିଛି ତୁମୁଳ କାଣ୍ଡ । ଘଟଣା ପରେ ଭସାପୋଲ ପ୍ରବେଶ ଗେଟରେ ତାଲା ପଡ଼ିଥିବା ବେଳେ ଭସାପୋଲ ଚଳାଚଳ ବନ୍ଦ ରହିଛି |
S
By Swarna Prava GiriPublished: Oct 2, 2026, 06:04 PM •1 min read •6 Views
ଚିଲିକା ସାତପଡ଼ା ଘାଟରେ ଭସାପୋଲରେ ଯାତ୍ରୀ ଉଠାଇବାକୁ ନେଇ ଘଟିଛି ତୁମୁଳ କାଣ୍ଡ । ଘଟଣା ପରେ ଭସାପୋଲ ପ୍ରବେଶ ଗେଟରେ ତାଲା ପଡ଼ିଥିବା ବେଳେ ଭସାପୋଲ ଚଳାଚଳ ବନ୍ଦ ରହିଛି | ଭସାପୋଲରେ ଆସିଥିବା ଯାତ୍ରୀବାହୀ ବସ୍ ଭିତରେ ଅଟକି ରହିଥିବା ବେଳେ, ବସ୍ରେ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ଓ ସାତପଡ଼ା ପୋଲିସ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି । ବ୍ରହ୍ମଗିରି ଥାନା IIC ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଚିଲିକାର ପ୍ରାୟ ୫ କିଲୋମିଟର ଜଳରାଶି ପାର ହୋଇ ଯାତାୟାତ ପାଇଁ ଘାଟ ଡଙ୍ଗା ଓ ଭସାପୋଲ ଉପରେ ଅନେକ ଯାତ୍ରୀ ନିର୍ଭର କରନ୍ତି । ଭସାପୋଲ ମାଧ୍ୟମରେ ବସ୍, ଦୁଇଚକିଆ ଓ ଚାରିଚକିଆ ଯାନ ସହ ଯାତ୍ରୀମାନେ ଯାତାୟାତ କରିଥାନ୍ତି । ତେବେ ଆଜି ସାତପଡ଼ା ଘାଟରୁ ଭସାପୋଲରେ ଯାତ୍ରୀ ଉଠାଇବାକୁ ନେଇ ବିବାଦ ତୀବ୍ର ରୂପ ନେବା ପରେ ଭସାପୋଲ ସେବା ବନ୍ଦ ରହିଛି । ଫଳରେ ଚିଲିକାର ଉଭୟ ପାର୍ଶ୍ୱରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି ।
Comments0
Leave a Reply
Loading comments...
