ବିନା ଅନୁମତିରେ କୋର୍ଟ କ୍ଲିପ ଭିଡ଼ିଓ ସେୟାର ମନା-ସୁପ୍ରିମକୋର୍ଟ
ସେମିତି ରାକ୍ଷସକୁ ରୋକିହେବନି ଯିଏ ବୋତଲରୁ ବାହାରିସାରିଛି। ଭର୍ଚ୍ଚୁଆଲ ଶୁଣାଣୀ ପାଇଁ ଦିଆଯାଉଥିବା ଅନଲାଇନ ଆକ୍ସେସ ଲିଂକ୍ ବିନା ବୁଝିବିଚାରି ସେୟାର ହେଉଛି। ଏହି ଆକ୍ସେସକୁ ଲିମିଟ୍ ବି ରେଗୁଲେଟ୍ କରିବା ଜରୁରୀ।ଭିଡ଼ିଓ କ୍ଲିପ୍ ସେୟାର, ଅପଲୋଡ , ପୋଷ୍ଟ ଓ ରିପୋଷ୍ଟ କରିବା ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି ଅଦାଲତ। ନ୍ୟାୟପାଳିକାଙ୍କ ଛବି ଖରାପ ହେଉଥିବା ତଥା ଦୁରୁପଯୋଗକୁ ନେଇ ଆପତ୍ତି ଜାହିର କଲେ ଅଦାଲତ।

ଅଦାଲତ କୌଣସି ମନୋରଞ୍ଜନ ଚ୍ୟାନେଲ ନୁହନ୍ତି। ଏଭଳି କହି ବିନା ଅନୁମତିରେ କୋର୍ଟ କାର୍ଯ୍ୟର ଅଡ଼ିଓ ଓ ଭିଡ଼ିଓ କ୍ଲିପକୁ ଅପଲୋଡ କରିବାରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ସୋସିଆଲ ମିଡିଆ ଓ ଡିଜିଟାଲ ପ୍ଲାଟଫର୍ମରେ ଅଦାଲତି ଶୁଣାଣୀର ଭିଡ଼ିଓ କ୍ଲିପ୍ ସେୟାର, ଅପଲୋଡ , ପୋଷ୍ଟ ଓ ରିପୋଷ୍ଟ କରିବା ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି ଅଦାଲତ। ନ୍ୟାୟପାଳିକାଙ୍କ ଛବି ଖରାପ ହେଉଥିବା ତଥା ଦୁରୁପଯୋଗକୁ ନେଇ ଆପତ୍ତି ଜାହିର କଲେ ଅଦାଲତ। ତେବେ ମିଡିଆରେ ନିରପେକ୍ଷ ରିପୋର୍ଟିଂ ଉପରେ ଏହି ଆଦେଶ ଲାଗୁ ହେବନି ବୋଲି ସ୍ପଷ୍ଟ କରିଛନ୍ତି ସିଜେଆଇ। ଏବେ ସୁପ୍ରିମକୋର୍ଟ ବା ସମ୍ୱନ୍ଧିତ ହାଇକୋର୍ଟଙ୍କ ଅନୁମତି ବିନା କୋର୍ଟ ପ୍ରୋସିଡିଂର କୌଣସି ଭିଡ଼ିଓ ଅପଲୋଡ ବା ସେୟାର ବା ପୋଷ୍ଟ ହୋଇପାରିବନି। ଲାଇଭ ଷ୍ଟ୍ରିମିଂ ଭିଡ଼ିଓର ଦୁରୁପଯୋଗ ହେଉଛି। କିଛି ଲୋକ ଶୁଣାଣୀର ଛୋଟ ଛୋଟ ଭିଡ଼ିଓ କାଣ୍ଟଛାଣ୍ଟ କରି ଏମିତି ଦୁରୁପଯୋଗ କରୁଛନ୍ତି, ଯାହା ନ୍ୟାୟପାଳିକାର ଛବିକୁ ମଳିନ କରୁଛି। ଏ ଆଦେଶ ଜଣେ ସାମ୍ୱାଦିକଙ୍କ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣୀ ଆଧାରରେ ଆସିଛି। ଆବେଦନରେ ଦାବି କରାଯାଇଥିଲା ଯେ, ଡିଜିଟାଲ ପ୍ଲାଟଫର୍ମରେ ଅଦାଲତି ପ୍ରୋସିଡିଂର ଭିଡ଼ିଓକୁ ଏଡିଟ୍ କରିବା, ସେୟାର କରି ସେଥିରୁ ଟଙ୍କା ରୋଜଗାରକୁ ରୋକିବାକୁ ଦିଶାନିର୍ଦ୍ଦେଶ ଦିଆଯାଉ। ଏହା ସହ ଆବେଦନରେ ତର୍କ ରଖାଯାଇଥିଲା ଯେ, ଭିଡ଼ିଓକୁ ବିନା ପୁରା ସନ୍ଦର୍ଭରେ ନ ଦର୍ଶାଇ ଏହାକୁ କାଣ୍ଟଛାଣ୍ଟ କରି ପରିବେଷଣ କରାଯିବାରୁ ନ୍ୟାୟିକ ବ୍ୟବସ୍ଥା ପ୍ରତି ଜନତାଙ୍କ ପାଖକୁ ଭୁଲ ସନ୍ଦେଶ ଯାଉଛି। ସୁପ୍ରିମକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଦେଇଛନ୍ତି ଯେ, ସାମ୍ୱାଦିକ ଓ ମିଡିଆ ଦ୍ୱାରା ଅଦାଲତଙ୍କ ନିରପେକ୍ଷ ଓ ସଠିକ ଖବର ପରିବେଷଣରେ ଏହି ରାୟର କୌଣସି ପ୍ରଭାବ ପଡ଼ିବନି। ମିଡିଆ ପୂର୍ବଭଳି ଅଦାଲତି ପ୍ରୋସିଡିଂର ଖବରକୁ କଭରେଜ୍ କରିପାରିବେ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚି ଓ ଜଷ୍ଟିସ ବି ମୋହନାଙ୍କ ଖଣ୍ଡପୀଠ ଏହି ଆଦେଶ ଶୁଣାଇଛନ୍ତି। ଯଦି କେହି କୋର୍ଟର ଲାଇଭ ଷ୍ଟ୍ରିମିଂ ବା ଅଡ଼ିଓ ଭିଡିଓ ଦେଖାଇବାକୁ ଚାହିଁବେ। ସେମାନେ ହାଇକୋର୍ଟର ସେକ୍ରେଟାରୀ ଜେନେରାଲ ବା ରେଜିଷ୍ଟ୍ରିଙ୍କଠୁ ଅନୁମତି ଆଣିବେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଫେସବୁକ ଓ ଇନଷ୍ଟାଗ୍ରାମରେ ଏଭଳି କ୍ଲିପ୍ ବହୁତ ଅଛି। ଏହାର ଜବାବରେ ଜଷ୍ଟିସ ବାଗଚି କହିଛନ୍ତି, ସେମିତି ରାକ୍ଷସକୁ ରୋକିହେବନି ଯିଏ ବୋତଲରୁ ବାହାରିସାରିଛି। ଭର୍ଚ୍ଚୁଆଲ ଶୁଣାଣୀ ପାଇଁ ଦିଆଯାଉଥିବା ଅନଲାଇନ ଆକ୍ସେସ ଲିଂକ୍ ବିନା ବୁଝିବିଚାରି ସେୟାର ହେଉଛି। ଏହି ଆକ୍ସେସକୁ ଲିମିଟ୍ ବି ରେଗୁଲେଟ୍ କରିବା ଜରୁରୀ। ଏହା କହି ମେଟା, ଏକ୍ସ ଓ ଅନ୍ୟ ସୋସିଆଲ ମିଡିଆକୁ ବି ନୋଟିସ ଜାରି କରିଛନ୍ତି ଅଦାଲତ। ଜଷ୍ଟିସ ବି.ମୋହନା କହିଛନ୍ତିସ, ଏହା ବ୍ୟକ୍ତିଗତ ଅଭିବ୍ୟକ୍ତି ଉପରେ ରୋକ୍ ଲଗାଇବା ଆଦେଶ ନୁହେଁ।
