ସୁଜାତାଙ୍କ ଶ୍ରୀମନ୍ଦିର ଗସ୍ତକୁ ନେଇ ବିଧାୟକ ସୁନୀଲଙ୍କ ଅସନ୍ତୋଷ, ଶୁଭାଶିଷଙ୍କୁ ପରୋକ୍ଷ ଟାର୍ଗେଟ
ଶ୍ରୀମନ୍ଦିର ଗସ୍ତ ସମୟରେ ସୁଜାତାଙ୍କ ସହ ବିଧାୟକ ସୁନୀଲ ମହାନ୍ତି ଉପସ୍ଥିତ ନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭୁବନେଶ୍ୱର : ସୁଜାତାଙ୍କ ବିଜେଡିରେ ଯୋଗଦାନ ପରେ ପୁରୀ ଜିଲ୍ଲା ବିଜେଡିରେ ମତଭେଦ ସାମ୍ନାକୁ ଆସିଛି। ଶ୍ରୀମନ୍ଦିର ଗସ୍ତ ସମୟରେ ସୁଜାତାଙ୍କ ସହ ବିଧାୟକ ସୁନୀଲ ମହାନ୍ତି ଉପସ୍ଥିତ ନଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ସୁନୀଲ କହିଛନ୍ତି, ତେବେ ସୁଜାତାଙ୍କୁ ଗସ୍ତ ବାବଦରେ ତାଙ୍କୁ କୁହାଯାଇ ନଥିଲା ସେ ବିଳମ୍ବରେ ଖବର ପାଇଥିଲେ । ଏହାସହ କହିଛନ୍ତି ନବୀନ ବାବୁଙ୍କ ନିର୍ଦ୍ଦେଶରେ ପୁରୀରେ କାମ କରୁଛି. । ସେ ଆସିବାକୁ କହିଥିଲେ ମୁଁ ରହିଥାନ୍ତି. । ସୁଜାତା ଆସିବା ମୁଁ ବିଳମ୍ବରେ ଖବର ପାଇଲି. କେବଳ ମୁଁ ନୁହେଁ କିନ୍ତୁ ଅନେକ ନେତା ଗସ୍ତବେଳେ ନଥିଲେ. । ଏହାସହ ସେ ଶ୍ରୀମନ୍ଦିରରେ "କିଛି ଗୁମାସ୍ତା ଥାନ୍ତି, ଯିଏ ଆସନ୍ତି ଓ ଦର୍ଶନ କରନ୍ତି" ବୋଲି ମନ୍ତବ୍ୟ ଦେଇଥିଲେ। ସେ କାହାର ନାଁ ନେଇନଥିଲେ ମଧ୍ୟ, ଏହି ମନ୍ତବ୍ୟ ପରୋକ୍ଷରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଟାର୍ଗେଟ କରିଥିବା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି। ସୁଜାତାଙ୍କ ଗସ୍ତବେଳେ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ଓ ସାଂସଦ ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଥିଲେ।
