ବର୍ଷାରେ ଭିଜି ଆଦର୍ଶ ବିଦ୍ୟାଳୟ ଗେଟ୍ରେ ଛାତ୍ରଛାତ୍ରୀଙ୍କ ଧାରଣା, ଅବ୍ୟବସ୍ଥା ବିରୋଧରେ ଅନିର୍ଦ୍ଧିଷ୍ଟକାଳୀନ ଆନ୍ଦୋଳନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର କନ୍ଧରା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଆନ୍ଦୋଳନ ଆରମ୍ଭ କରିଛନ୍ତି।
N
By Namita PattanaikPublished: Jul 25, 2026, 02:28 PM •1 min read •2 Views
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର କନ୍ଧରା ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳୀନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅପରିଷ୍କାର ଶୌଚାଳୟ, ଶ୍ରେଣୀଗୃହର ଅବ୍ୟବସ୍ଥା, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା, ଖାଦ୍ୟ ବଣ୍ଟନରେ ଅନିୟମିତତା ଏବଂ ବିଦ୍ୟାଳୟର ଅର୍ଥର ଦୁର୍ବ୍ୟବହାର ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଏହାସହ ପ୍ରଧାନ ଶିକ୍ଷୟିତ୍ରୀ ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବା ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରୁନଥିବା ଅଭିଯୋଗ ଆଣି ତାଙ୍କ ବଦଳି ଦାବି କରିଛନ୍ତି। ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ବର୍ଷାରେ ଭିଜି ଆନ୍ଦୋଳନ ଜାରି ରଖିବେ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି। ତେବେ ଏହି ଅଭିଯୋଗ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
