Dog Attack:ବୌଦ୍ଧରେ ପାଗଳ କୁକୁର ଆତଙ୍କ
ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ବଜାରରେ ପାଗଳ କୁକୁର ଆତଙ୍କ। କୁକୁର କାମୁଡ଼ାରେ ୮ ଜଣ ଗୁରୁତର ଆହତ ହୋଇ ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
P
By Priti Chhanda BeheraPublished: Nov 4, 2026, 09:25 PM •1 min read •0 Views
ବୌଦ୍ଧ:ବୌଦ୍ଧ ଜିଲ୍ଲା ଚାରିଛକ ବଜାର ଅଞ୍ଚଳରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ଏକ କୁକୁରର ଆକ୍ରମଣରେ ୮ ଜଣ ଗୁରୁତର ଆହତ ହୋଇଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ବଜାର ଅଞ୍ଚଳରେ ଏକ ପାଗଳ କୁକୁର ବୁଲୁଥିବା ସମୟରେ ରାସ୍ତାରେ ଯାହାକୁ ସାମ୍ନାରେ ପାଇଥିଲା, ତାକୁ କାମୁଡ଼ି ଚାଲିଥିଲା। ଏହି ଆକ୍ରମଣରେ ଅଞ୍ଚଳର ୮ ଜଣ ଲୋକ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଘଟଣା ପରେ ସମସ୍ତ ଆହତଙ୍କୁ ତୁରନ୍ତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ସେଠାରେ ଡାକ୍ତରମାନେ ସେମାନଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଚିକିତ୍ସାଧୀନ ସମସ୍ତ ୮ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ତେବେ ବଜାର ଅଞ୍ଚଳରେ କୁକୁର ଆକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।
Comments0
Leave a Reply
Loading comments...
