Boudh Tractor Attack:ଦୁଇ ଭାଇଙ୍କ ଉପରେ ଚଢ଼ାଇଦେଲେ ଟ୍ରାକ୍ଟର
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ଟାର୍ଗେଟ କରିଥିଲା ଟ୍ରାକ୍ଟର ଚାଳକ ସତ୍ୟ କହଁର। ପ୍ରଥମେ ବାଇକ୍କୁ ଧକ୍କା ଦେବା ପରେ ଉଭୟଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଇଥିବା କୁହାଯାଉଛି। ଘଟଣାରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି।
P
By Priti Chhanda BeheraPublished: Nov 4, 2026, 09:25 PM •1 min read •1 Views
ବୌଦ୍ଧ:ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଭାଇ ଗୁରୁତର ଆହତ ହୋଇଥିବାବେଳେ ଜଣଙ୍କ ଗୋଡ଼ ଭାଙ୍ଗିଥିବା ଏବଂ ଅନ୍ୟଜଣଙ୍କ ଛାତିର ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମହାଳିକପଡ଼ା ପଞ୍ଚାୟତ ଜାବର ଗ୍ରାମର ସୁବ୍ରତ ସାହୁ (୨୩) ଓ ସନ୍ତୋଷ ସାହୁ (୨୪) ଏକ ବାଇକ୍ରେ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ଜାବର ଆରିଆସାହି ନିକଟରେ ଏକ ଟ୍ରାକ୍ଟର ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଟ୍ରାକ୍ଟର ଚାଳକ ସତ୍ୟ କହଁର ପୂର୍ବ ଶତ୍ରୁତା ରଖି ଧକ୍କା ଦେବା ପରେ ଜାଣିଶୁଣି ଉଭୟଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଦେଇଥିବା ଅଭିଯୋଗ ହେଇଥିବା ବେଳେ ଘଟଣା ପରେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି। ଆହତ ଦୁଇ ଭାଇଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Comments0
Leave a Reply
Loading comments...
