Student Election Violence : ନିରାକାରପୁର କଲେଜ ସଭାପତି ପ୍ରାର୍ଥୀଙ୍କୁ ଆକ୍ରମଣ
ନାଲସିଂ ଗ୍ରାମରେ ଛାତ୍ର ସଂସଦ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ଅଭିଯୋଗ | ଏଥିରେ ନିରାକାରପୁର କଲେଜର ସଭାପତି ପ୍ରାର୍ଥୀ ବିଷ୍ଣୁଚରଣ ସେନାପତି ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି | ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା |

ଗତକାଲି ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନାଲସିଂ ଗ୍ରାମରେ ଆକ୍ରମଣ ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିସିଜେଡି ସମର୍ଥିତ ଜଣେ ପ୍ରାର୍ଥୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି | ଏହି ଘଟଣାରେ ନିରାକାରପୁର କଲେଜର ସଭାପତି ପ୍ରାର୍ଥୀ ବିଷ୍ଣୁଚରଣ ସେନାପତି ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି | ଛାତ୍ର ସଂସଦ ନିର୍ବାଚନ ପ୍ରଚାର ସମୟରେ ଏଭଳି ଘଟଣାକୁ ନେଇ ଅଞ୍ଚଳରେ ରାଜନୈତିକ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି | ତେବେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ପକ୍ଷଙ୍କ ପ୍ରତିକ୍ରିୟା କିମ୍ବା ପୋଲିସର ଆଧିକାରିକ ବୟାନ ଏଯାବତ୍ ମିଳିନାହିଁ | ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ପ୍ରତିକ୍ରିୟା ରଖିଥିବା ଜଣାପଡ଼ିଛି। ନିର୍ବାଚନ ହାରିଯିବା ଭୟରେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ। ହିଂସାର ଆଶ୍ରୟ ନେଇ ପ୍ରତିପକ୍ଷଙ୍କୁ ଭୟଭୀତ କରିବାର ମସୁଧା କରୁଛନ୍ତି। ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣରେ କାହାର ସମ୍ପୃକ୍ତି ରହିଛି, ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ |
