pangolin rescued:ଦୁର୍ଗା ପୂଜା ମଣ୍ଡପ ନିକଟରେ ବଜ୍ର କାପ୍ତା ଉଦ୍ଧାର
ଦୁର୍ଗାପୂଜା ମଣ୍ଡପ ନିକଟରୁ ବିରଳ ପ୍ରଜାତି ର ବଜ୍ରକାପ୍ତା ଉଦ୍ଧାର। ପୂଜା ମଣ୍ଡପ ନିକଟରେ ଦୁଇ ଦୁଇଟି ବଜ୍ର କାପ୍ତା କେଉଁ ଆଡୁ ଆସିଲେ ନା କେହି ଡିଲ ବେଳେ ଛାଡି ଚାଲି ଯାଇଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି।
P
By Priti Chhanda BeheraPublished: Oct 13, 2026, 07:26 PM •1 min read •3 Views

ଜୟପୁର:ଦୁର୍ଗାପୂଜା ମଣ୍ଡପ ନିକଟରୁ ବିରଳ ପ୍ରଜାତି ର ବଜ୍ରକାପ୍ତା ଉଦ୍ଧାର।ଗତକାଲି ବିଳମ୍ବିତ ରାତ୍ର ରେ ବୋରିଗୁମ୍ମା ସହର ର ମାଣିକେଶ୍ୱରୀ ଦୁର୍ଗା ମଣ୍ଡପ ନିକଟ ରୁ ଦୁଇଟି ବଜ୍ର କାପ୍ତା ବୁଲୁ ଥିବା ପୂଜା କମିଟିର ସଦସ୍ୟ ମାନେ ଦେଖି ଥିଲେ।ଗୋଟିଏ ବଜ୍ର କାପ୍ତା କେଉଁ ଆଡେ ଚାଲିଗଲା ଗୋଟିଏ ବଜ୍ର କାପ୍ତା ଟିକୁ ଉଦ୍ଧାର କରି ବୋରିଗୁମ୍ମା ବନ ବିଭାଗ କୁ ଖବର ଦେଲେ ବନ ବିଭାଗ ପହଂଚି ବଜ୍ରକାପ୍ତା ଟିକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟ ରେ ସୁରକ୍ଷିତ ଭାବେ ରଖାଯାଇଛି।ବଜ୍ର କାପ୍ତା ର ଆନୁମାନିକ ଓଜନ ୫ କିଲୋ ରୁ ଅଧିକ ହେବ।ବଜ୍ର କାପ୍ତା ର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁରକ୍ଷିତ ସ୍ଥାନରେ ଛଡାଯିବ ବୋଲି କହିଛନ୍ତି ବନ ଅଧିକାରୀ।ବୋରିଗୁମ୍ମା ସହର ମଧ୍ୟରେ ପୁଣି ଦୁର୍ଗା ପୂଜା ମଣ୍ଡପ ନିକଟରେ ଦୁଇ ଦୁଇଟି ବଜ୍ର କାପ୍ତା କେଉଁ ଆଡୁ ଆସିଲେ ନା କେହି ଡିଲ ବେଳେ ଛାଡି ଚାଲି ଯାଇଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି।
Comments0
Leave a Reply
Loading comments...
