Road Block:ଦାଶରଥୀପୁରରେ ରାସ୍ତାରୋକ, ଧାରା ୧୬୩ ଲାଗୁ
ଇକୋ-ସେନସିଟିଭ୍ ଜୋନ୍ରେ ବେଆଇନ ଇଟାଭାଟି ଉଚ୍ଛେଦକୁ ନେଇ ଦାଶରଥୀପୁରରେ ଉତ୍ତେଜନା। ଧାରା ୧୬୩ ଲାଗୁ ପରେ ରାସ୍ତାରୋକ ହଟାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। ପରିବେଶ ସୁରକ୍ଷା ମଧ୍ୟରେ ଜୀବିକା ହରାଇବା ଚିନ୍ତାରେ ଇଟାଭାଟି ମାଲିକ ଓ ଶ୍ରମିକ।
ଇକୋ-ସେନସିଟିଭ୍ ଜୋନ୍ରେ ବେଆଇନ ଭାବେ ଗଢ଼ି ଉଠିଥିବା ଇଟାଭାଟି ଉଚ୍ଛେଦକୁ ନେଇ ଉତ୍ତେଜନା। ଇଟାଭାଟି ଭାଙ୍ଗିବାକୁ ପ୍ରଶାସନ ପହଞ୍ଚିବା ପରେ ଦାଶରଥୀପୁରଠାରେ ରାସ୍ତାରୋକ କରିଥିଲେ ଗ୍ରାମବାସୀ। ପରେ ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଲାଗୁ କରାଯାଇ ରାସ୍ତାରୋକ ହଟାଯିବା ସହ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବିକା ହରାଇବା ଆଶଙ୍କାରେ ଚିନ୍ତାରେ ଗରିବ ଇଟାଭାଟି ମାଲିକ ଓ ଶ୍ରମିକ।
ଇକୋ-ସେନସିଟିଭ୍ ଜୋନ୍ରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଇଟାଭାଟି ଉପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ। ଇଟାଭାଟି ଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଶାସନିକ ଟିମ୍ ଦାଶରଥୀପୁରରେ ପହଞ୍ଚିଥିବା ବେଳେ ଏହାକୁ ବିରୋଧ କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ଗ୍ରାମବାସୀ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ ଧାରା ୧୬୩ ଲାଗୁ କରାଯାଇ ରାସ୍ତାରୋକ ହଟାଯାଇଥିଲା। ଏହାପରେ ବେଆଇନ ଇଟାଭାଟି ଉଚ୍ଛେଦ କାର୍ଯ୍ୟ ଆଗକୁ ବଢ଼ିଛି। ଗୋଟିଏ ପଟେ ପରିବେଶ ସୁରକ୍ଷା ଓ ଆଇନର କାର୍ଯ୍ୟକାରିତାକୁ ଗୁରୁତ୍ୱ ଦେଉଛି ପ୍ରଶାସନ। ଅନ୍ୟପଟେ ଇଟାଭାଟି ଉପରେ ନିର୍ଭର କରି ପରିବାର ଚଳାଉଥିବା ଗରିବ ଲୋକଙ୍କ ଜୀବିକା ଏବେ ସଙ୍କଟରେ। ଇଟାଭାଟି ଭାଙ୍ଗିଯିବା ପରେ ସେମାନେ କିପରି ପରିବାର ଚଳାଇବେ, ତାହାକୁ ନେଇ ଚିନ୍ତା ବଢ଼ିଛି। ତେବେ ଇଟାଭାଟି ଉଚ୍ଛେଦକୁ ନେଇ ପ୍ରଭାବିତ ଲୋକଙ୍କ ଥଇଥାନ କିମ୍ବା ବିକଳ୍ପ ଜୀବିକା ପାଇଁ ପ୍ରଶାସନ କ'ଣ ପଦକ୍ଷେପ ନେବ, ତାହା ଏବେ ମୁଖ୍ୟ ପ୍ରଶ୍ନ l
