Student Death ବାଲେଶ୍ୱର ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ସାଙ୍ଗକୁ ନେଇ ପରିବାରର ଅଭିଯୋଗ
ବାଲେଶ୍ୱର ଜିଲ୍ଲାର ଏକ ଘରୋଇ କଲେଜ ହଷ୍ଟେଲରୁ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ। ମୃତ ଛାତ୍ରୀ ଜଣକ ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ବୋଲି ଜଣାପଡ଼ିଛି। ଘଟଣାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ, ଝିଅର ଜଣେ ସାଙ୍ଗକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିବ।

ବାଲେଶ୍ୱର: ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଘଟଣାକୁ ନେଇ ବାଲେଶ୍ୱର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଛାତ୍ରୀ ଜଣକ ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ବୋଲି ଜଣାପଡ଼ିଛି । ବିସିଇଟି ଘରୋଇ କଲେଜରେ ଦ୍ୱିତୀୟ ବର୍ଷରେ ପଢୁଥିଲେ । ଗତକାଲି ରାତିରେ ହଷ୍ଟେଲର ନିଜ ରୁମରେ ସେ ଅଚେତ ଅବସ୍ଥାରେ ଥିବା ଜଣାପଡ଼ିବା ପରେ ସହପାଠୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଝିଅର ଜଣେ ସାଙ୍ଗକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି । ସାଙ୍ଗ ପାଇଁ ଜୀବନ ଯାଇଥିବା ପରିବାର ଅଭିଯୋଗ କରିଛି । ଘଟଣାର ସଠିକ୍ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପରିବାର ଆଶା ପ୍ରକାଶ କରିଛି । ପୁଲିସ ତଦନ୍ତ, ପ୍ରମାଣ ଓ ଆଇନଗତ ପ୍ରକ୍ରିୟା ପରେ ହିଁ ଛାତ୍ରୀଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ଥିଲା, ତାହା ସ୍ପଷ୍ଟ ହେବ ।
