Tragic Road Accident : ମୃତ୍ୟୁ ହୋଇ ମାଡ଼ିଆସିଲା ୱାଗନର୍ କାର୍
ଜାତୀୟ ରାଜପଥ-୨୦ର କନ୍ତୋ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା!
S
By Swarna Prava GiriPublished: Oct 27, 2026, 05:30 PM •1 min read •10 Views
କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଜାତୀୟ ରାଜପଥ-୨୦ର ଘସିପୁରା ଥାନା ଅନ୍ତର୍ଗତ କନ୍ତୋ ନିକଟରେ। ମୃତକ ହେଉଛନ୍ତି ଭାଲକୁମା ଗାଁର ଜଗୁ ପ୍ରଧାନ।ସୂଚନା ଅନୁଯାୟୀ, ଜଗୁ ପ୍ରଧାନ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ନିଜସ୍ୱ କାମରେ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ କେନ୍ଦୁଝର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ୱାଗନର୍ କାର୍ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ, ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ପଠାଇଛି। ଏଥିସହ ଦୁର୍ଘଟଣାଗ୍ରସ୍ତ କାର୍ଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
Comments0
Leave a Reply
Loading comments...
