SONPUR NEWS : ରାସ୍ତାରେ ଗୁଳି କରି ସମିତି ସଭ୍ୟଙ୍କୁ ହତ୍ୟା
ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ । ଚିନାଜୁରୀ-କେବାଡ଼ କେନାଲ ରାସ୍ତାରେ ଗୁଳିକାଣ୍ଡ । କାର୍ ଭିତରେ ସମିତି ସଭ୍ୟଙ୍କ ରକ୍ତାକ୍ତ ମୃତଦେହ । ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ରୁ କେବାଡ଼ ଯିବା କେନାଲ ରାସ୍ତାରେ ଗୁଳିକରି ଜଣକୁ ହତ୍ୟା ।

ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ । ଚିନାଜୁରୀ-କେବାଡ଼ କେନାଲ ରାସ୍ତାରେ ଗୁଳିକାଣ୍ଡ । କାର୍ ଭିତରେ ସମିତି ସଭ୍ୟଙ୍କ ରକ୍ତାକ୍ତ ମୃତଦେହ । ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ରୁ କେବାଡ଼ ଯିବା କେନାଲ ରାସ୍ତାରେ ଗୁଳିକରି ଜଣକୁ ହତ୍ୟା । ସୂଚନା ମୁତାବକ ବରଗଡ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପଞ୍ଚାୟତର ସମିତି ସଭ୍ୟ ଅଚ୍ୟୁତ ନାଏକ ବୟସ (40) | ତାଙ୍କ ପିତା ସଭାପତି ନାଏକ କେବାଡ଼ ଗ୍ରାମର କହିବା ଅନୁସାରେ ଗତକାଲି ସନ୍ଦ୍ୟା ୮ ରେ କେହି ଜଣେ କୋଣସି କାମ ଫୋନ କରି ଡାକିଥିଲେ | ରାତ୍ରିରେ କାମ ସାରି ତାଙ୍କର ସୁଇପ ଡିଜ଼ାର କାର ଓଡି 15A8191 ନିଜେ ଚଳାଇ ଘରକୁ ଫେରୁଥିବା ବେଳେ ଚିନାଜୁରୀ କେନାଲ ରାସ୍ତାରେ କେହି ଦୃବୃତ୍ତ ଗୁଳି କରି ହତ୍ୟା କରି ଫେରାର ହୋଇଛନ୍ତି | କାର ଭିତରେ ତାଙ୍କର ମୃତ ଦେହେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ତାଙ୍କର ପିତା କହିବା ଅନୁଯାଇ ପାରିବାରିକ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ପ୍ରତିକ୍ରିୟାରେ ଦେଇଥିଲେ | ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଓ ବରଗଡ଼ ଏସପି ପହଞ୍ଚି ତଦନ୍ତ ଜାରି ରଖିଛି l ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଏହା ପଛରେ ରାଜନୈତିକ ଶତ୍ରୁତା ନା ବ୍ୟବସାୟିକ ବିବାଦ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡରେ କେତେ ଜଣ ସାମିଲ ଥିଲେ ଏବଂ ଏହାର ପ୍ରକୃତ କାରଣ କ’ଣ, ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସପି ନାରାୟଣ ନାଏକ କହିଛନ୍ତି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ, ବିଜେପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରିତା ସାହୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଦାବି କରିଛନ୍ତି।
