Sonepur Cough Syrup: ବନ୍ଧୁକ ସହ ୬ଶହ ବୋତଲ କଫସିରପ ସିଜ୍ - ୩ ଗିରଫ
ସୋନପୁରରେ ପୁଲିସର ଡବଲ ଆକ୍ସନ। ବୈଦ୍ୟନାଥ ବ୍ରିଜ୍ ନିକଟରୁ ବେଆଇନ ବନ୍ଧୁକ, ୩ଟି ଜୀବନ୍ତ ଗୁଳି ଓ ମାଗାଜିନ୍ ଜବତ ସହ ଜଣେ ଗିରଫ ହୋଇଛନ୍ତି । ଅନ୍ୟପଟେ ତରଭା ପୁଲିସ ୬୦୦ ବୋତଲ କଫ ସିରପ ଜବତ କରି ଦୁଇ ଭାଇଙ୍କୁ ଗିରଫ କରିଛି।
ସୋନପୁରରେ ପୁଲିସର ଡବଲ ଆକ୍ସନ | ବନ୍ଧୁକ-ଗୁଳି ସହ କଫ ସିରପ ଜବତ, ୩ ଗିରଫ | ବେଆଇନ ଅସ୍ତ୍ରଶସ୍ତ୍ର କାରବାର ବିରୋଧରେ ସୋନପୁର ପୁଲିସକୁ ସଫଳତା ମିଳିଛି | ପାଟ୍ରୋଲିଂ ସମୟରେ ବୈଦ୍ୟନାଥ ବ୍ରିଜ୍ ନିକଟରେ ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରୟ ଓ କାରବାର ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା | ସୂଚନା ଆଧାରରେ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା | ପୁଲିସକୁ ଦେଖି ଦୁଇଜଣ ବ୍ୟକ୍ତି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ବେଳେ ସତ୍ୟରାମ ଚାଉଳିଆଙ୍କୁ ପୁଲିସ କାବୁ କରିଥିଲା | ତାଙ୍କ ଠାରୁ ତଲାସି ବେଳେ ଗୋଟିଏ ବେଆଇନ ବନ୍ଧୁକ, ୩ଟି ଜୀବନ୍ତ ଗୁଳି ଓ ଗୋଟିଏ ମାଗାଜିନ୍ ଜବତ ହୋଇଛି | ଏନେଇ ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି | ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ | ଅନ୍ୟପଟେ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ତରଭା ପୁଲିସର ଏକ ଟିମ୍ ଡୁଙ୍ଗୁରିପାଲି ଛକ ନିକଟରେ ଚଢ଼ାଉ କରିଥିଲା | ବେଆଇନ କଫ ସିରପ ଚାଲାଣ ବେଳେ ଦୁଇଜଣଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୬୦୦ ବୋତଲ କଫ ସିରପ ଜବତ କରିଛି ପୁଲିସ | ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବାଲାଡ଼ି ଗାଁର ଦୁଇ ଭାଇ ଦେବେନ୍ଦ୍ର ପାତ୍ର ଓ ସତ୍ୟଜିତ ପାତ୍ର | ଏନେଇ NDPS ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଛି | ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି |
