ମିଡନାଇଟରେ ମୋଦିଙ୍କ ସନ୍ଦେଶ- ଅନଶନ ଭାଙ୍ଗିଲେ ସୋନମ ଓ୍ୱାଙ୍ଗଚୁକ୍
ଏହି ନିଷ୍ପତ୍ତି ବିଭିନ୍ନ ସର୍ତ୍ତ ଉପରେ ଲମ୍ୱା ଆଲୋଚନା ଓ ଦେଶରେ ସମ୍ଭାବ୍ୟ ହିଂସାକୁ ଧ୍ୟାନ ଦେଇ ନିଆଯାଇଛି ବୋଲି କହିଲେ ସୋନମ। କେଉଁଠି ବି କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଅନ୍ତୁନି ଓ ସତର୍କ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ସୋନମ। ମୋଦି କହିଛନ୍ତି, ପେପର ଲିକ ମାମଲା ମାମୁଲି ବିଷୟ ନୁହେଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ବେଶ୍ ପୀଡ଼ାଦାୟକ। ସେଥିଲାଗି ପେପର ଲିକ ଘଟଣାକୁ ମୁକାବିଲା କରିବାକୁ ଗଲା ଅଢ଼େଇ ମାସ ହେଲା ବିଭିନ୍ନ ପଦକ୍ଷେପ ଉଠାଚାଲିଛି।

୨୬ ଦିନ ପରେ ଆମରଣ ଅନଶନରୁ ଓହରିଲେ ସୋନମ ଓ୍ୱାଙ୍ଗଚୁକ୍। ନିଟ ପେପର ଲିକ ମାମଲାରେ ସରକାରଙ୍କୁ ଜବାବଦେହୀ କରିବା, ପରୀକ୍ଷା ପରିଚାଳନାରେ ସଂସ୍କାର ଓ ସୁଧାର ଆଣିବା ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ସିଜେପିର ସମର୍ଥନରେ ଆମରଣ ଅନଶନ କରୁଥିଲେ ସୋନମ। ଆଉ ପ୍ରମୁଖ ଦାବି ଉପରେ ସକରାତ୍ମକ ଚର୍ଚ୍ଚା ଓ ପଦକ୍ଷେପ ନେଇ କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶୃତି ପରେ ଅନଶନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ସୋନମ। ମେଦାନ୍ତ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂ ସୋନମଙ୍କୁ ଭେଟିଥିଲେ। ସରକାରଙ୍କ ଲିଖିତ ପ୍ରତିଶୃତି ପଢ଼ି ଶୁଣାଇଥିଲେ। ପରେ ଜୁସ୍ ପିଆଇ ତାଙ୍କ ଅନଶନ ଭାଙ୍ଗିଥିଲେ। ଗୁରୁବାର ବିଳମ୍ୱିତ ରାତିରେ ହରିଆଣା ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ନିଜ ଅନଶନ ଭାଙ୍ଗିଛନ୍ତି ସୋନମ। ସୋନମ କହିଛନ୍ତି, ଅଲଗା ଅଲଗା ରାଜନୈତିକ ଦଳର ୬୫ ସାଂସଦ ତାଙ୍କୁ ଭେଟି ଅନଶନ ସମାପ୍ତ କରିବାକୁ କରିଥିଲେ ଅନୁରୋଧ। ଏହି ନିଷ୍ପତ୍ତି ବିଭିନ୍ନ ସର୍ତ୍ତ ଉପରେ ଲମ୍ୱା ଆଲୋଚନା ଓ ଦେଶରେ ସମ୍ଭାବ୍ୟ ହିଂସାକୁ ଧ୍ୟାନ ଦେଇ ନିଆଯାଇଛି ବୋଲି କହିଲେ ସୋନମ। କେଉଁଠି ବି କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଅନ୍ତୁନି ଓ ସତର୍କ ରୁହନ୍ତୁ ବୋଲି ଅପିଲ୍ କରିଛନ୍ତି ସୋନମ। ଅନଶନ ଭଙ୍ଗ ବେଳେ ସାଙ୍ଗରେ ଥିଲେ ପତ୍ନୀ ଗୀତାଞ୍ଜଳି। କେଉଁ ସବୁ ସର୍ତ୍ତରେ ସରକାର ରାଜି ହେଲେ, ତାକୁ ନେଇ ସେ ବିସ୍ତୃତ ଭାବେ ସମସ୍ତଙ୍କ ଆଗରେ ରଖିବେ ବୋଲି କହିଥିଲେ ସୋନମ। ସିଜେପି ସମର୍ଥନରେ ଜୁନ୍ ୨୮ରୁ ଆମରଣ ଅନଶନ ଆରମ୍ଭ କରିଥିଲେ ଓ୍ୱାଙ୍ଗଚୁକ୍। ଏହା ପରେ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦିଲ୍ଲୀ ହାଇକୋର୍ଟ ଚିନ୍ତାପ୍ରକଟ ପରେ ସୋନମଙ୍କୁ ସକାଳୁ ସକାଳୁ ଦିଲ୍ଲୀ ପୁଲିସ ଅନଶନରୁ ଉଠାଇନେଇ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସୋନମଙ୍କୁ ନେବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସାଦା ପୋଷାକରେ ଆସିଥିବା ପୁଲିସ ସୈାଦା ପୋଷାକରେ ଘେରାବନ୍ଦୀ କରି ସୋନମଙ୍କୁ ହସ୍ପିଟାଲ ନେଇଯାଇଥିଲା। ପରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶକ୍ରମେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ବିଳମ୍ୱିତ ରାତିରେ ବି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଭିଡ଼ିଓ ସନ୍ଦେଶ ଜାରି କରିଥିଲେ। ଦେଶର ଯୁବକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପେପର ଲିକ ମାମଲାରେ ବଡ଼ ପଦକ୍ଷେପ ଉଠାଯାଉଛି ବୋଲି କହିଥିଲେ। ଏହା ସହ ଜଡ଼ିତ ପଦକ୍ଷେପ ଶୁକ୍ରବାର ହେବାକୁ ଥିବା କ୍ୟାବିନେଟ ବୈଠକରେ ଜାହିର କରାଯିବ। ମୋଦି କହିଛନ୍ତି, ପେପର ଲିକ ମାମଲା ମାମୁଲି ବିଷୟ ନୁହେଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ବେଶ୍ ପୀଡ଼ାଦାୟକ। ସେଥିଲାଗି ପେପର ଲିକ ଘଟଣାକୁ ମୁକାବିଲା କରିବାକୁ ଗଲା ଅଢ଼େଇ ମାସ ହେଲା ବିଭିନ୍ନ ପଦକ୍ଷେପ ଉଠାଚାଲିଛି। ଦୋଷୀଙ୍କୁ ଗିରଫ କରାଯାଇଛି। ସେମାନେ ଏବେ ଜେଲରେ। ସରକାରଙ୍କ ଲାଗି ସବୁଠୁ ମହତ୍ତ୍ୱପୂର୍ଣ୍ଣ ଥିଲା ଯେ, ଯେମିତି ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ବରବାଦ ନ ହୁଏ। ସେଥଲାଗି ତତ୍କାଳ ପରୀକ୍ଷା ଜରୁରୀ ଥିଲା। ସରକାର ସବୁପ୍ରକାର ଶକ୍ତି ପ୍ରୟୋଗ କରି ଅତି କମ୍ ସମୟରେ ୨୨ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା* ପ୍ରବନ୍ଧନ କଲେ। ୧୯ ତାରିଖରେ ପରୀକ୍ଷାଫଳ ବି ପ୍ରକାଶ କରାଗଲା। ଫାଷ୍ଟ ଟ୍ରାକ କୋର୍ଟଚ ଓ କଠୋର ଦଣ୍ଡର ପ୍ରାବଧାନ ବାବଦରେ ଶୁକ୍ରବାର ବା ଆଜି କ୍ୟାବିନେଟରେ ଚର୍ଚ୍ଚା ହେବ। କ୍ୟାବିନେଟରେ ଚର୍ଚ୍ଚା ପରେ ମୋହର ବାଜିବ। ସୋମବାର ସଂସଦର ଦ୍ୱିତୀୟ ସପ୍ତାହ ଆରମ୍ଭ ହେବ। ସେଥିଲାଗି ଅତି ଶୀଘ୍ର ସଂସଦରେ ଏହି ପ୍ରସ୍ତାବ ପାରିତ କରିବାକୁ ପଡ଼ିବ।
