Toxic Smog Engulfs Delhi : ଧୂଆଁର ଚାଦର ତଳେ ରାଜଧାନୀ ଦିଲ୍ଲୀ
ଦୀପାବଳି ପରେ ଦିଲ୍ଲୀରେ ବିଷାକ୍ତ ବାୟୁର ଭୟଙ୍କର ପ୍ରଭାବ! ଧୂଆଁ ଓ ଘନ କୁହୁଡ଼ିରେ ଅଣନିଃଶ୍ୱାସୀ ରାଜଧାନୀ। AQI ୪୭୫ ଛୁଇଁବା ସହ ଗମ୍ଭୀର ସ୍ଥିତି ସୃଷ୍ଟି। ଦୃଶ୍ୟମାନତା ମଧ୍ୟ ୫୦ ମିଟରକୁ ଖସିଲା।

ରାଜଧାନୀ ଦିଲ୍ଲୀ ଦୀପାବଳୀର ପରଦିନ ପ୍ରଦୂଷଣର ‘ଟ୍ରିପଲ୍ ଆଟାକ୍’ ଦେଖିବାକୁ ମିଳିଥିଲା | ଆଜି ସକାଳ ଦିଲ୍ଲୀ ଗମ୍ଭୀର କୁହୁଡି ଓ ଧୂଆଁର ଚାଦର ଘୋଡେଇ ରହିଥିଲା | ବାୟୁ ଗୁଣବର୍ତ୍ତାରେ ତୀବ୍ର ହ୍ରାସ ଦେଖିବା ସହିତ ଅନେକ ଅଞ୍ଚଳରେ AQIରେ ୪୦୦ରୁ ଅଧିକ ଦାଖଲ ହୋଇଥିଲା ,ଯାହା ଗମ୍ଭୀର ବର୍ଗର ନିକଟତର ଅଟେ | ଦିଲ୍ଲୀର ଗୁଣବର୍ତ୍ତା ନିରୀକ୍ଷଣ କେନ୍ଦ୍ରଗୁଡ଼ିକରେ ଆଜି ସକାଳେ ବାୟୁ ଗୁଣବର୍ତ୍ତା ଗମ୍ଭୀର ଶ୍ରେଣୀ ଦାଖଲ କରାଯାଇଛି ,ଯେତେବେଳେ ବାକି କେନ୍ଦ୍ରଗୁଡ଼ିକରେ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି |
ରୋହିଣୀରେ ସର୍ବାଧିକ ୪୭୫ AQI (ବାୟୁ ଗୁଣବତ୍ତା ସୂଚକାଙ୍କ) ରେକର୍ଡ କରାଯାଇଛି। ସେହିପରି ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଦିଲ୍ଲୀରେ ଏହା ୪୭୨ ରହିଛି । ଦିଲ୍ଲୀର ବୁରାଡ଼ିରେ ୪୩୭, ସୋନିଆ ବିହାରରେ ୪୩୨, ବିବେକ ବିହାରରେ ୪୩୨, ଜାହାଙ୍ଗୀରପୁରୀରେ ୪୨୬, ରୋହିଣୀରେ ୪୨୫, ବୱାନାରେ ୪୨୪, ମୁଣ୍ଡକାରେ ୪୨୨ ଏବଂ ପଞ୍ଜାବୀ ବାଗରେ ୪୧୩ ଏକ୍ୟୁଆଇ ରେକର୍ଡ କରାଯାଇଛି । ଏହି ସମସ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ ଗୁରୁତର ଶ୍ରେଣୀରେ ରହିଛି । ଏହା ବ୍ୟତୀତ ଦିଲ୍ଲୀର ଅନେକ ଅଞ୍ଚଳରେ ଏକ୍ୟୁଆଇ ୩୦୦ରୁ ଅଧିକ ରହିଛି । ପାଣିପାଗ ବିଭାଗ ଅନୁଯାୟୀ, ପବନର ବେଗ କମିଯିବା କାରଣରୁ ଆଜି ସକାଳେ ସଫଦରଜଙ୍ଗ ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେଇଛି | ଫଳରେ ଦୃଶ୍ୟମାନତା ହ୍ରାସ ପାଇ ୫୦ ମିଟରକୁ ଖସି ଆସିଛି | ଗତକାଲି ଏଠାରେ ଦୃଶ୍ୟମାନତା ୭୦୦ ମିଟର ରହିଥିଲା | ସେହିପରି ପାଲମ ଅଞ୍ଚଳରେ ମଧ୍ୟ ଆଜି ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇଛି। ଫଳରେ ଏଠାରେ ଦୃଶ୍ୟମାନତା ୪୦୦ ମିଟରକୁ ହ୍ରାସ ପାଇଛି । ଚଳିତ ଋତୁରେ ଏହା ହେଉଛି ପ୍ରଥମ ଘନ କୁହୁଡ଼ି |
ପାଣିପାଗ ବିଭାଗ ଅନୁସାରେ , ଦକ୍ଷିଣ-ପୂର୍ବ ଦିଲ୍ଲୀ ,ପୂର୍ବ ଦିଲ୍ଲୀ ,ସାହଦରା,ମଧ୍ୟ ଦିଲ୍ଲୀ ,ଉତ୍ତର-ପୂର୍ବ ଦିଲ୍ଲୀ , ଦକ୍ଷିଣ ଦିଲ୍ଲୀ ,ନୂଆ ଦିଲ୍ଲୀ ,ଦକ୍ଷିଣ-ପଶ୍ଚିମ ଦିଲ୍ଲୀ,ପଶ୍ଚିମ ଦିଲ୍ଲୀ ,ଉତ୍ତର-ପଶ୍ଚିମ ଦିଲ୍ଲୀ ଓ ଉତ୍ତର ଦିଲ୍ଲୀ ଓ ଉତ୍ତର ଦିଲ୍ଲୀର କିଛି ଅଞ୍ଚଳରେ ଘନରୁ ଅତି ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି | ଏହି ସମୟରେ, ନୂଆଦିଲ୍ଲୀ, ଦକ୍ଷିଣ-ପଶ୍ଚିମ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର ଦିଲ୍ଲୀର କିଛି ଅଞ୍ଚଳରେ ମଧ୍ୟମରୁ ଘନ କୁହୁଡ଼ି ଦେଖାଦେଇପାରେ |
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ,୦ ରୁ ୫୦ – ଭଲ ,୫୧ରୁ ୧୦୦ – ସନ୍ତୋଷଜନକ ,୧୦୧ରୁ ୨୦୦ – ମଧ୍ୟମ ,୨୦୧ରୁ ୩୦୦ – ଖରାପ ,୩୦୧ରୁ ୪୦୦ – ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ – ଗୁରୁତର ଶ୍ରେଣୀରେ ରଖାଯାଇଛି |
