ହସଖୁସିର ସ୍କୁଲରେ ଖେଳିଗଲା ଶୋକ
ପାଠପଢ଼ା ଓ ଖେଳକୁଦର ବୟସରେ ଲିଭିଗଲା ଜୀବନ ଦୀପ! ସ୍କୁଲରେ ହଠାତ୍ ଟଳିପଡ଼ିଲା ୯ ବର୍ଷର ପ୍ରଗତି, ମାସୁମର ମୃତ୍ୟୁରେ କାନ୍ଦୁଛି ପରିବାର, ସ୍ତବ୍ଧ ସ୍କୁଲ !
S
By Swarna Prava GiriPublished: Nov 4, 2026, 05:17 PM •1 min read •4 Views
ଯେଉଁ ବୟସରେ ମାଆର କୋଳରେ ହସିବା କଥା, ସେହି ବୟସରେ ସବୁଦିନ ପାଇଁ ଶୋଇଗଲା ୯ ବର୍ଷର ପ୍ରଗତି | ଦିଲ୍ଲୀର ମୟୂର ବିହାରସ୍ଥିତ ଲଭଲି ପବ୍ଲିକ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ହଠାତ୍ ଶ୍ରେଣୀଗୃହରେ ଟଳିପଡ଼ିଥିଲେ | ସେଠାରୁ ତାଙ୍କୁ ତୁରନ୍ତ ନିର୍ମାଣ ବିହାରସ୍ଥିତ ମଲିକ ରାଡିକ୍ସ ହେଲ୍ଥ କେୟାର ହସ୍ପିଟାଲକୁ ନିଆଯାଇଥିଲା | ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣାର CCTV ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଏଥିରେ ଛାତ୍ରୀ ଜଣକ ଧୀରେ ଧୀରେ ନଇଁପଡ଼ି ତଳେ ପଡ଼ିଯାଉଥିବା ଦେଖାଯାଉଛି।ସ୍କୁଲ ପକ୍ଷରୁ କୁହାଯାଇଛି ଯେ, ପ୍ରଗତି ଖେଳିସାରି କ୍ଲାସକୁ ଫେରୁଥିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ | ତାଙ୍କୁ କାର୍ଡିଆକ୍ ଆରେଷ୍ଟ ହୋଇଥିବା ଆଶଙ୍କା କରାଯାଉଛି | ଆଜି ସକାଳ ୯ଟା ୫୨ ମିନିଟରେ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା | ବର୍ତ୍ତମାନ ପୋଲିସ CCTV ଫୁଟେଜ୍ ଓ ଅନ୍ୟ ପ୍ରମାଣ ଯାଞ୍ଚ କରୁଛି | ମାସୁମ ଶିଶୁର ଅକାଳ ବିୟୋଗରେ ପରିବାର ଓ ସ୍କୁଲରେ ଶୋକର ଛାୟା ଖେଳିଯାଇଛି |
Comments0
Leave a Reply
Loading comments...
