Tiger Skin Smuggling Exposed : ଜଙ୍ଗଲର ରାଜାର ଛାଲକୁ ନେଇ ବଡ଼ ଡିଲ୍
ଜଙ୍ଗଲର ରାଜାକୁ ନେଇ କଳା କାରବାର ! ବାଘ ଛାଲ ସହ ଧରାପଡ଼ିଲେ ୪ ଜଣ |
S
By Swarna Prava GiriPublished: Nov 14, 2026, 06:28 PM •1 min read •8 Views

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ରେଞ୍ଜ ଅନ୍ତର୍ଗତ କର୍ଣ୍ଣାପାଡୁ ଅଞ୍ଚଳରୁ ଏକ ବାଘ ଛାଲ ଜବତ କରିଛି ବନ ବିଭାଗ। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଆଜି ଦିନ ୧୨ଟା ସମୟରେ ଅଭିଯୁକ୍ତମାନଙ୍କୁ ଗୁଣପୁର କୋର୍ଟକୁ ଫରୱାର୍ଡ କରାଯାଇଥିବା ନେଇ ଏସିଏଫ୍ ସଚ୍ଚିଦାନନ୍ଦ ସେଠୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଗୁପ୍ତ ସୂତ୍ରରୁ ଖବର ପାଇ ରାୟଗଡ଼ା ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିମ୍ଟି ଗୁଡ଼ାରୀ ରେଞ୍ଜର କର୍ଣ୍ଣାପାଡୁ ଶିବ ମନ୍ଦିର ନିକଟସ୍ଥ ଏକ ପାମ୍ ଅଏଲ୍ ବଗିଚାରେ ଚଢ଼ାଉ କରି ବାଘ ଛାଲ ଜବତ କରିଥିଲା | ଏହି ମାମଲାରେ ପିଲିପ ବିଡ଼ିକା, ଗୌରୀଶଙ୍କର ରଣା, ଶ୍ରୀରାମ ପାତ୍ର ଓ ମାରେନ୍ ମଲ୍ଲିକଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୪ଟି ମୋବାଇଲ୍ ଫୋନ୍ ଓ ୩ଟି ବାଇକ୍ ମଧ୍ୟ ଜବତ ହୋଇଛି | ବାଘ ଛାଲ କେଉଁଠାରୁ ଆସିଥିଲା ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
Comments0
Leave a Reply
Loading comments...
