Shocking Love Story:ଶାଶୂ ପ୍ରେମରେ ଉବୁଟୁବୁ ଜ୍ୱାଇଁ : ସ୍ତ୍ରୀକୁ ଛାଡ଼ି ଶାଶୂ ସହ ରହିବାକୁ ଜିଦ୍
ନା ବୟସର ସୀମାରେଖା ଦେଖିଲେ ନା ସମାଜର ନୀତିନିୟମ,ଜ୍ୱାଇଁ ସହିତ ରହିବାକୁ ଜିଦ୍ ଧରିବସିଲେ ଶାଶୂ |ଦୁଇ ପରିବାର ମଧ୍ୟରେ ବିବାଦ ବଢ଼ିବାରୁ ମାମଲା ପୋଲିସ ଷ୍ଟେସନରେ |
ପ୍ରେମ ଅନ୍ଧ ହୋଇଥିବା ଶୁଣିବାକୁ ମିଳିଥାଏ ,ତେବେ ଏକଥାକୁ ସତ୍ୟ ପ୍ରମାଣିତ କରି ପରସ୍ପର ପ୍ରେମରେ ପଡିଛନ୍ତି ଶାଶୂ ଓ ଜ୍ୱାଇଁ ! ନା ବୟସର ସୀମାରେଖା ଦେଖିଲେ ନା ସମାଜର ନୀତିନିୟମ,ଜ୍ୱାଇଁ ସହିତ ରହିବାକୁ ଜିଦ୍ ଧରିବସିଲେ ଶାଶୂ | ପରିବାର ମଧ୍ୟରେ ଗଢ଼ିଉଠିଥିବା ଅଜବ ପ୍ରେମ ସମ୍ପର୍କକୁ ନେଇ ଏବେ ଦୁଇ ପରିବାର ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି | ଉତ୍ତରପ୍ରଦେଶର ମୈନପୁରୀରେ ଘଟିଛି ଏପରି ଏକ ଅଜବ ପ୍ରେମ କାହାଣୀ, ତେବେ ଘଟଣାଟି ଏକ ପାରିବାରିକ ଉତ୍ସବରେ ସାମ୍ନାକୁ ଆସିଥିଲା, ଯୋଉଠି ଜଣେ ଶାଶୂ ଏବଂ ତାଙ୍କ ଜ୍ୱାଇଁ ଏକ ସାଙ୍ଗରେ ପହଞ୍ଚିଥିଲେ, ମହିଳା ଜଣଙ୍କ ୫ ସନ୍ତାନଙ୍କ ମା' ଥିବା ଜଣାପଡିଛି | ତେବେ ମହିଳାଙ୍କ ପିଲାମାନେ ଏହାକୁ ବିରୋଧ କରିବା ସତ୍ତ୍ୱେ ମହିଳା ଜଣକ କାହା କଥା ନଶୁଣି ନିଜ ଜ୍ୱାଇଁ ସହ ରହିବାକୁ ଅଡ଼ି ବସିଥିଲେ। ଦୁଇ ପରିବାର ମଧ୍ୟରେ ବିବାଦ ବଢ଼ିବାରୁ ମାମଲା ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ପୋଲିସ ଅଧିକାରୀମାନେ ଦୁହିଁଙ୍କୁ ସମ୍ନାସାମ୍ନି ବସାଇ ବୁଝାଇବାକୁ ଚେଷ୍ଟା କରିଥିଲେ ବି ସେମାନେ ପରସ୍ପରକୁ ଛାଡିବାକୁ ଆଦୌ ରାଜି ହୋଇନଥିଲେ । ପଚରାଉଚୁରା ରୁ ଯୁବକ ଜଣକ ନିଜ ସ୍ତ୍ରୀକୁ ଛାଡ଼ି ଶାଶୂ ସହ ରହିବାକୁ ଏବଂ ତାଙ୍କ ଛୋଟ ପିଲାଙ୍କ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସମ୍ପର୍କ ଅନୈତିକ ହୋଇଥିଲେ ବି ସେମାନେ ପରସ୍ପରକୁ ଭଲପାଆନ୍ତି ବୋଲି ଉଭୟ ଦାବି କରିଛନ୍ତି | ପୋଲିସ ବର୍ତ୍ତମାନ ଦୁହିଁଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଦେଇଛି ଏବଂ କୌଣସି ପରିବାର ପକ୍ଷରୁ ଲିଖିତ ଅଭିଯୋଗ ମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି। ଏହି ଅଜବ ପ୍ରେମ ସମ୍ପର୍କର ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚାର ବିଷୟ ପାଲଟିଛି |
