Most Wanted Terrorist Latif Encounter:ଆତଙ୍କାବାଦୀ ଲତିଫ ଭଟ୍ଟକୁ ମସଜିଦ ଭିତରେ ଏନକାଉଣ୍ଟର
ମସଜିଦରେ ଲୁଚିଥିଲା ଆତଙ୍କବାଦୀ। ଭିଡ଼ିଓ କଲ ଜରିଆରେ ସରେଣ୍ଡର କରିବାକୁ ପୁଲିସ କହିଲା। କିନ୍ତୁ ସରେଣ୍ଡର କରିବାକୁ ମନା କରିବାରୁ ଶେଷରେ ଏନକାଉଣ୍ଟରରେ ମଲା

ମସଜିଦରେ ଲୁଚିଥିଲା ଆତଙ୍କବାଦୀ। ଭିଡ଼ିଓ କଲ ଜରିଆରେ ସରେଣ୍ଡର କରିବାକୁ ପୁଲିସ କହିଲା। କିନ୍ତୁ ସରେଣ୍ଡର କରିବାକୁ ମନା କରିବାରୁ ଶେଷରେ ଏନକାଉଣ୍ଟରରେ ମଲା। ଲସ୍କର ଇ ତୋଏବାର ଆତଙ୍କାବାଦୀ ଲତିଫ ଭଟ୍ଟକୁ ଆଜି ଏନକାଉଣ୍ଟର କରିଛି ପୁଲିସ। ନଭେମ୍ୱର ୧୧ରେ କୁଲଗାମର ମୀରବଜାର ଏରିଆରେ ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କି ହମଲାରେ
ମୁଖ୍ୟ ଅଭିଯୁକ୍ତ ଥିଲା ଲତିଫ। ଆତଙ୍କି ଆକ୍ରମଣରେ ୩ ଜବାନ ଆହତ ହୋଇଥିଲେ। ଲତିଫ ଉପରେ ୧୫ଲକ୍ଷ ଟଙ୍କାର ପୁରଷ୍କାରଘୋଷଣା ହୋଇଥିଲା।ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ଏନକାଉଣ୍ଟରରେ ନିହତ ହୋଇଛି ଲସ୍କର-ଏ-ତୋଇବାର ଆତଙ୍କବାଦୀ କମାଣ୍ଡର ମହମ୍ମଦ ଲତିଫ ଭଟ୍ଟ ଓରଫ ଲତିଫ ବଟ୍ଟ। ତା' ମୁଣ୍ଡ ଉପରେ ଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର। ଦୀର୍ଘଦିନ ଧରି ସୁରକ୍ଷାବାହିନୀ ତାକୁ ଖୋଜୁଥିବା ବେଳେ ବୁଧବାର ଏହି ଅପରେସନରେ ତାର ମୃତ୍ୟୁ ହୋଇଛି।କୁଲଗାମ ଜିଲ୍ଲାର ଦେବସର ଅଞ୍ଚଳ ଅନ୍ତର୍ଗତ ଜାଙ୍ଗଲପୋରାରେ ଏହି ଏନକାଉଣ୍ଟର ହୋଇଥିଲା।ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାବାହିନୀକୁ ଗୁପ୍ତ ସୂଚନା ମିଳିଥିଲା।ଏହାପରେ ଜମ୍ମୁ-କଶ୍ମୀର ପୋଲିସ ଓ ଅନ୍ୟ ସୁରକ୍ଷାବାହିନୀ ମିଳିତ ଅପରେସନ ଆରମ୍ଭ କରିଥିଲେ। ଲତିଫ ଏକ ମସଜିଦ ଭିତରେ ଲୁଚିଥିବା ଜଣାପଡ଼ିଥିଲା। ତାକୁ ଆତ୍ମସମର୍ପଣ ପାଇଁ ବାରମ୍ବାର ଅପିଲ୍ କରାଯାଇଥିଲା।
ମସଜିଦର କୌଣସି କ୍ଷତି ନହେବା ପାଇଁ ସୁରକ୍ଷାବାହିନୀ ସତର୍କତା ଅବଲମ୍ବନ କରିଥିଲେ।ଏହି ଏନକାଉଣ୍ଟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଲତିଫକୁ
ଆତ୍ମସମର୍ପଣ ପାଇଁ ଅନେକ ସୁଯୋଗ ଦିଆଯାଇଥିଲା। କୁଲଗାମ ଏସଏସପି ଅନାୟତ ଅଲୀଙ୍କ ସୂଚନା ଅନୁସାରେ: ପୋଲିସ ପକ୍ଷରୁ ମାଇକ୍ ଯୋଗେ
ଆତ୍ମସମର୍ପଣ ପାଇଁ ଅପିଲ୍ କରାଯାଇଥିଲା।ବରିଷ୍ଠ ପୋଲିସ ଓ ସେନା ଅଧିକାରୀ ଭିଡିଓ କଲ୍ ମାଧ୍ୟମରେ ତାକୁ ବୁଝାଇଥିଲେ।ତାକୁ ଜୀବନର ମୁଖ୍ୟଧାରାକୁ ଫେରିବା
ପାଇଁ କୁହାଯାଇଥିଲା। କିନ୍ତୁ ସେ ଆତ୍ମସମର୍ପଣ କରିବାକୁ ମନା କରିଦେଇଥିଲା। ରାତି ପ୍ରାୟ ୨ଟା ୪୫ ମିନିଟରେ ସେ ସୁରକ୍ଷାବାହିନୀ ଉପରେ ଗୁଳି ଚଳାଇଥିବା
ଅଭିଯୋଗ ହୋଇଛି।ଏହାପରେ ପାଲଟା ଗୁଳିଚାଳନାରେ ଲତିଫ ନିହତ ହୋଇଥିଲା। ଲତିଫ ଭଟ୍ଟ ଦକ୍ଷିଣ କଶ୍ମୀରର ଜଣେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଥିଲା। ଲତିଫର ବୟସ: ପ୍ରାୟ ୨୨ରୁ ୨୩ ବର୍ଷ। ଘର: ଖ୍ରେୱାନ ଗାଁ, ଅଶମୁଜି ଅଞ୍ଚଳ, କୁଲଗାମ। ସଙ୍ଗଠନ: ଲସ୍କର-ଏ-ତୋଇବା। ପୂର୍ବ ବୃତ୍ତି: କାଠ ମିସ୍ତ୍ରୀ।
ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୨୫ ମସିହାରେ ସେ ଘରୁ ନିଖୋଜ ହୋଇଯାଇଥିଲା। ପରେ ଲସ୍କର-ଏ-ତୋଇବା ସହ ଜଡ଼ିତ ହୋଇଥିବା ଅଭିଯୋଗ ରହିଛି।ନଭେମ୍ବର ୧୧ରେ କୁଲଗାମର ଅଖରନ ଗାଁରେ CRPF ଚେକ୍ ପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୩ ଜଣ CRPF ଯବାନ ଆହତ ହୋଇଥିଲେ।ଏହି ଆକ୍ରମଣରେ ଲତିଫ ଭଟ୍ଟ ଓ ତା'ର ସହଯୋଗୀ ଉମର ନିସାର ଡାରଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଥିଲା।CCTV ଫୁଟେଜରେ ଉଭୟ ଆକ୍ରମଣ ପୂର୍ବରୁ ଅଞ୍ଚଳରେ ରେକି କରୁଥିବା ଜଣାପଡ଼ିଥିଲା। ଏହାପରେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ କରିଥିଲେ। ସହଯୋଗୀ ଉମର ନିସାର ଡାରରବି ମୃତ୍ୟୁ ହୋଇଛି। ନଭେମ୍ବର ୧୬ ତାରିଖରେ କୁଲଗାମର ଲାରୁ ବାଇପାସ୍ ଅଞ୍ଚଳରେ ସୁରକ୍ଷାବାହିନୀ ତାକୁ ଏନକାଉଣ୍ଟର କରିଥିଲେ।କିନ୍ତୁ ଲତିଫ ସୁରକ୍ଷାବାହିନୀର ଘେରାବନ୍ଦୀରୁ ଖସି ପଳାଇବାରେ ସଫଳ ହୋଇଥିଲା। ଏହାପରେ ଆଖପାଖ ଗାଁରେ ଖୋଜାଖୋଜି ଜାରି ରହିଥିଲା।ଦୁଇ ଦିନ ପରେ ଜାଙ୍ଗଲପୋରାରେଲତିଫର ଠିକଣା ମିଳିଥିଲା। ଲତିଫ ଭଟ୍ଟର ମୃତ୍ୟୁକୁ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।
