SC DISMISS GANGSTER ABU SALEM RELEASE:ଜେଲରୁ ବାହାରିପାରିବନି ଗ୍ୟାଙ୍ଗଷ୍ଟର ଅବୁ ସାଲେମ
ପର୍ତ୍ତୁଗାଲରୁ ଅବୁକୁ ପ୍ରତ୍ୟର୍ପଣ ବେଳେ ଅନ୍ତରାଷ୍ଟ୍ରୀୟ ଆଶ୍ୱାସନା ଦେଇଥିଲେ ଯେ, ତାଙ୍କୁ ୨୫ ବର୍ଷରୁ ଅଧିକ କାଳ ଜେଲରେ ରଖାଯିବନି। ନା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଅବୁ ସାଲେମଙ୍କ ଓକିଲ ତର୍କ ଦେଇଥିଲେ ଯେ, ତାଙ୍କର କଷ୍ଟଡିର ଅବଧି ୨୦୦୫ରୁ ହିସାବ କଲେ ତାଙ୍କୁ ଛୁଟ୍ ମିଳିବା ଦରକାର। ୧୯୯୩ ମୁମ୍ୱାଇ ସିରିଏଲ୍ ବ୍ଲାଷ୍ଟ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସଲେମ୍ଙ୍କ ସମୟ ପୂର୍ବରୁ ମୁକ୍ତି ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।

ଜେଲରୁ ବାହାରି ପାରିବେନି ଅବୁ ସାଲେମ। ବମ୍ୱେ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ବି ଖାରଜ କଲେ ପିଟିସନ। ଅବୁ ସାଲେମ ଏବେ ନାସିକ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛି। ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ ସନ୍ଧି ମୁତାବକ ସେ ୨୫ ବର୍ଷର ସଜ୍ଜା ପୁରା କରିଥିବା ଦାବି କରିଥିଲେ ସାଲେମ। ସେଥିଲାଗି ରିଲିଜ ଲାଗି ଗୁହାରି କରିଥିଲେ କୋର୍ଟରେ। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୯୯୩ ମୁମ୍ୱାଇ ସିରିଏଲ ବ୍ଲାଷ୍ଟ ମାମଲାରେ ଦୋଷୀ ତଥା ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ଶେଷରେ ସୁପ୍ରିମକୋର୍ଟରୁ ବି ଲାଗିଛି ଝଟକା। ଅବୁ ସାଲେମର ପିଟିସନ ଉପରେ ଜୁଲାଇ ୨୭ରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ଆଉ ଆଜି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟରୁ ସ୍ପଷ୍ଟ ହୋଇଗଲା ଯେ, ଅବୁ ସାଲେମ ଏବେ ଜେଲରୁ ବାହାରିପାରିବେନି। ଯଦିଓ ଅବୁ ସାଲେମ ପକ୍ଷରୁ କୁହାଯାଇଛି ଯେ, ସଜ୍ଜାରେ ମିଳିଥିବା ରିହାତି ବା ରେମିସନକୁ ଯୋଡ଼ିଦେଲେ ସେ ୨୫ ବର୍ଷ ସଜ୍ଜା ପୁରା କରିଛନ୍ତି। ଆଉ ଏଥିଲାଗି ତାଙ୍କୁ ମୁକ୍ତ କରାଯାଉ। କିନ୍ତୁ ବମ୍ୱେ ହାଇକୋର୍ଟ କହିଥିଲେ, ତାଙ୍କ ପିଟିସନ ସଜ୍ଜା କାଟିବାର ଅବଧି ପୂର୍ବରୁ ଫାଇଲ କରାଯାଇଛି। କାରଣ ତାଙ୍କର ସଜ୍ଜାର ୨୫ ବର୍ଷର ଅବଧି ୨୦୩୦ରେ ପୁରା ହେବ। ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଥିଲେ ସାଲେମ। ଭାରତ ସରକାର ୨୦୦୨ରେ ପର୍ତ୍ତୁଗାଲରୁ ଅବୁକୁ ପ୍ରତ୍ୟର୍ପଣ ବେଳେ ଅନ୍ତରାଷ୍ଟ୍ରୀୟ ଆଶ୍ୱାସନା ଦେଇଥିଲେ ଯେ, ତାଙ୍କୁ ୨୫ ବର୍ଷରୁ ଅଧିକ କାଳ ଜେଲରେ ରଖାଯିବନି। ନା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଅବୁ ସାଲେମଙ୍କ ଓକିଲ ତର୍କ ଦେଇଥିଲେ ଯେ, ତାଙ୍କର କଷ୍ଟଡିର ଅବଧି ୨୦୦୫ରୁ ହିସାବ କଲେ ତାଙ୍କୁ ଛୁଟ୍ ମିଳିବା ଦରକାର। ୧୯୯୩ ମୁମ୍ୱାଇ ସିରିଏଲ୍ ବ୍ଲାଷ୍ଟ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସଲେମ୍ଙ୍କ ସମୟ ପୂର୍ବରୁ ମୁକ୍ତି ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ୧୨ ମାର୍ଚ୍ଚ ୧୯୯୩ରେ ମୁମ୍ୱାଇରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୨୫୭ ଜଣଙ୍କ ମୃତ୍ୟୁ ଓ ପ୍ରାୟ ୭୧୩ ଜଣ ଆହତ ହୋଇଥିଲେ। ଅବୁ ସଲେମ୍ଙ୍କୁ ୨୦୧୭ରେ ବିଶେଷ TADA କୋର୍ଟ ଏହି ମାମଲାରେ ଆଜୀବନ କାରାଦଣ୍ଡ ଦେଇଥିଲେ। ଏହା ବ୍ୟତୀତ ୧୯୯୫ର ବିଲଡର ପ୍ରଦୀପ ଜୈନ ହତ୍ୟା ମାମଲାରେ ମଧ୍ୟ ୨୦୧୫ରେ ସଲେମ୍ଙ୍କୁ ଆଜୀବନ ଜେଲ୍ ହୋଇଥିଲା। ସଲେମ୍ ଦାବି କରୁଥିଲେ ଯେ ତାଙ୍କ ୨୫ ବର୍ଷର ଅବଧି ପୂରଣ ହୋଇଯାଇଛି। ସେ ଜେଲ୍ରେ ଭଲ ବ୍ୟବହାର ପାଇଁ ମିଳିଥିବା remission ଏବଂ undertrial ଭାବେ କାଟିଥିବା ସମୟକୁ ମଧ୍ୟ ୨୫ ବର୍ଷ ମଧ୍ୟରେ ଗଣନା କରିବାକୁ ଦାବି କରିଥିଲେ। ଅଦାଲତଙ୍କ ନିଷ୍ପତ୍ତି ଅନୁସାରେ, ତାଙ୍କ ୨୫ ବର୍ଷର ଅବଧି ୧୦ ନଭେମ୍ୱର ୨୦୩୦ରେ ପୂରଣ ହେବ। ସାଧାରଣ remission ଦେଇ ଏହି ଅବଧିକୁ ଆହୁରି କମାଇବା ଯାଇପାରିବ ନାହିଁ।
