ଓଡ଼ିଶା ଡିଜିପି ନିଯୁକ୍ତି- ୧୮ ତାରିଖ ଯାଏ ମନା
ଓଡ଼ିଶାରେ ଡିଜିପି ନିଯୁକ୍ତି ନେଇ ୟୁପିଏସସି ୧୮ ତାରିଖ ଯାଏ କୌଣସି ନିଷ୍ପତ୍ତି ନେଇପାରିବନି। ଏ ନେଇ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅଗଷ୍ଟ ୧୬ରେ ସରୁଛି ଓଡ଼ିଶା ଡିଜିପି ଓ୍ୱାଇ.ବି.ଖୁରାନିଆଙ୍କ କାର୍ଯ୍ୟକାଳ। ତେବେ ତା ପୂର୍ବରୁ ଓଡ଼ିଶା ଡିଜିପି ନିଯୁକ୍ତି ନେଇ ଲାଗିଥିବା ଅନିଶ୍ଚିତତାର ସଂକଟ ବଢ଼ିଲା। ଡିଜିପି ନିଯୁକ୍ତି ନେଇ ଆଜି ୟୁପିଏସସିର ଦ୍ୱିତୀୟ ବୈଠକ ବସିବାର ଥିଲା।

୧୮ ତାରିଖ ଯାଏ ନିଷ୍ପତ୍ତି ମନା। ଓଡ଼ିଶାରେ ଡିଜିପି ନିଯୁକ୍ତି ନେଇ ୟୁପିଏସସି ୧୮ ତାରିଖ ଯାଏ କୌଣସି ନିଷ୍ପତ୍ତି ନେଇପାରିବନି। ଏ ନେଇ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅଗଷ୍ଟ ୧୬ରେ ସରୁଛି ଓଡ଼ିଶା ଡିଜିପି ଓ୍ୱାଇ.ବି.ଖୁରାନିଆଙ୍କ କାର୍ଯ୍ୟକାଳ। ତେବେ ତା ପୂର୍ବରୁ ଓଡ଼ିଶା ଡିଜିପି ନିଯୁକ୍ତି ନେଇ ଲାଗିଥିବା ଅନିଶ୍ଚିତତାର ସଂକଟ ବଢ଼ିଲା। ଡିଜିପି ନିଯୁକ୍ତି ନେଇ ଆଜି ୟୁପିଏସସିର ଦ୍ୱିତୀୟ ବୈଠକ ବସିବାର ଥିଲା। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏହି ବୈଠକ ଏଣିକି ସମ୍ଭବ ନୁହେଁ। ମଙ୍ଗଳବାର ସୁପ୍ରିମକୋର୍ଟ କହିଥିଲେ, ଅଦାଲତଙ୍କ ଆଶା ରହିଛି ଯେ, ୟୁପିଏସସି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ କାମ କରିବ। ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ, ଓଡ଼ିଶାର ପରବର୍ତ୍ତୀ ଡିଜିପି ପାଇଁ ଯେଉଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ସେ ପାନେଲକୁ କିଛି ଅଯୋଗ୍ୟ ଅଧିକାରୀଙ୍କ ନାଁ ପଠାଇଛନ୍ତି ରାଜ୍ୟ ସରକାର। ଜରୁରୀକାଳୀନ ଶୁଣାଣୀ ଲାଗି ବରିଷ୍ଠ ଓକିଲ ପି-ଚିଦାମ୍ୱରମ କରିଥିଲେ ଅପିଲ୍। ଚିଦାମ୍ୱରମ କହିଥିଲେ, ଓଡ଼ିଶା ସରକାର ଯେଉଁ ତାଲିକା ପଠାଇଛନ୍ତି, ସେଥିରେ ଜଣେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ କରିବାକୁ ହେଉଛି ପ୍ରୟାସ। ୟୁପିଏସସି ବୈଠକ ଅଗଷ୍ଟ ୭ରେ ହେବାର ଥିଲା। କିନ୍ତୁ ରାଜ୍ୟ ସରକାର ଦେଇଥିବା ଅଧିକାରୀଙ୍କ ତାଲିକାକୁ ଫେରାଇନେବାରୁ ହୋଇପାରିଲାନି ଡିଜିପି ଚୟନ ବୈଠକ। ଆଉ ଏବେ ଜୁନିଅର ଅଫିସରଙ୍କ ନାଁ ଡିଜିପି ତାଲିକାରେ ଯୋଡ଼ି ନୂଆ ତାଲିକା ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ନୂଆ ଡିଜିପି ରେସ ପାଇଁ ନିୟମକୁ ପୁରା କରିବାକୁ ଓଡ଼ିଶା ସରକାର ବରିଷ୍ଠତା, କାର୍ଯ୍ୟରେ ଅଭିଜ୍ଞତାକୁ ନ ଦେଖି ରାତାରାତି ଦୁଇ ବରିଷ୍ଠ ଆଇପିଏସ ଯେଉଁମାନେ ଏଡିଜିପି ପାହ୍ୟାର ଥିଲେ, ସେମାନଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ୧୯୯୪ ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠଓ୍ୱାଙ୍କୁ ସୋମବାର ଡିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯେହେତୁ ଅଗଷ୍ଟ ୧୬ରେ ଡିଜି ଓ୍ୱାଇ.ବି.ଖୁରାନିଆ ଅବସର ନେଉଛନ୍ତି। ସେଥିଲାଗି ନୂଆ ଡିଜିପି ନାଁରେ ଅନ୍ତିମ ମୋହର ଲଗାଇବା ପୂର୍ବରୁ ରାଜ୍ୟ ସରକାର ଅନ୍ତରୀଣ ନଚେତ ନିୟମିତ ଡିଜିପି ନିଯୁକ୍ତି ଉପରେ ଫୈସଲା ନେବାକୁ ପଡ଼ିବ। ତେବେ ଡିଜିପି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ୨୦୦୬ରେ ପ୍ରକାଶ ସିଂ ମାମଲାରେ ସ୍ପଷ୍ଟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଡିଜିପି ଚୟନ ୟୁପିଏସସି ତାଲିକାର ନ୍ୟୁନତମ କାର୍ଯ୍ୟକାଳ ଆଧାରରେ ହେବା ଉଚିତ୍। ଡିଜିପିଙ୍କ ଅତି କମରେ ୨ ବର୍ଷର କାର୍ଯ୍ୟକାଳ ଥିବା କଥା। Prakash Singh vs Union of India ମାମଲା ୨୦୦୬ର ରାୟ ଭାରତର ପୋଲିସ ସଂସ୍କାର ଓ DGP ନିଯୁକ୍ତି ପାଇଁ ଏକ ମୁଖ୍ୟ ଆଧାର। ୨୦୨୬ରେ ବି ବିଭିନ୍ନ ରାଜ୍ୟର DGP ନିଯୁକ୍ତି ବିବାଦରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶକୁ ପୁଣି ଲାଗୁ କରିଛନ୍ତି। ରାଜ୍ୟର DGP ପଦ ପାଇଁ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ତିନିଜଣ ସର୍ବାଧିକ ବରିଷ୍ଠ ଅଧିକାରୀଙ୍କ ପ୍ୟାନେଲ୍ UPSC ପ୍ରସ୍ତୁତ କରିବ। ଏଥିରେ ସେମାନଙ୍କର seniority, very good service record ଏବଂ police force ନେତୃତ୍ୱ ଦେବାର ଅଭିଜ୍ଞତା ବିଚାର କରାଯିବ। UPSC ପ୍ୟାନେଲ୍ରେ ଥିବା ତିନିଜଣଙ୍କ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ DGP ଭାବେ ଚୟନ କରିବେ। ଡିଜିପିଙ୍କର ୨ ବର୍ଷର ନ୍ୟୁନତମ କାର୍ଯ୍ୟକାଳ ରହିବା ଉଚିତ। ଅର୍ଥାତ୍ DGPଙ୍କୁ ଅତିକମରେ ୨ ବର୍ଷର fixed tenure ଦେବାକୁ କୋର୍ଟ କହିଥିଲେ। ଅଧିକାରୀଙ୍କ retirement date ଯଦି ଏହି ସମୟ ମଧ୍ୟରେ ଆସେ, ତଥାପି ଏହି tenure ନୀତି ପ୍ରଯୁଜ୍ୟ ହେବ। ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି DGP ନିଯୁକ୍ତିକୁ ରାଜନୈତିକ ପସନ୍ଦ-ଅପସନ୍ଦରୁ ଦୂରେଇ ରଖିବା ଏବଂ ପୋଲିସ ପ୍ରଶାସନରେ ସ୍ଥିରତା ଆଣିବା। ଫେବୃଆରୀ ୧୨, ୨୦୨୬ରେ ସୁପ୍ରିମକୋର୍ଟ DGP ନିଯୁକ୍ତିକୁ ନେଇ ରାଜ୍ୟ ଓ UPSC ମଧ୍ୟରେ ଥିବା ବିବାଦ ଉପରେ ସ୍ପଷ୍ଟତା ଦେଇଥିଲେ। ତେଲେଙ୍ଗାନା ଡିଜିପି ନିଯୁକ୍ତି ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସମାନ ପରିସ୍ଥିତି ଥିବା ସମସ୍ତ ରାଜ୍ୟରେ ପାଳନ କରିବାକୁ କୋର୍ଟ କହିଥିଲେ। ଏହା ସତ୍ତ୍ୱେ ବି ରାଜ୍ୟରେ ଡିଜିପି ନିଯୁକ୍ତି ଉପରେ ବିବାଦ ଥମୁନି। କାରଣ ପୁଲିସ ସଂସ୍କାର ଓ ସୁଧାର ନେଇ ଅନେକ କଥାକୁ ଠିକ୍ରେ ଅନୁପାଳନ ହୋଇନି। ଡିଜିପି ରେସରେ ୧୯୯୦ ବ୍ୟାଚର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ଆରପି କୋଚେ, ସୁଶାନ୍ତ ନାଥଙ୍କ ସମେତ ଅନେକ ବରିଷ୍ଠ ଦୌଡ଼ରେ ଅଛନ୍ତି। ହେଲେ ସୋମବାର ୧୯୯୪ ବ୍ୟାଚର ଆଇପିଏସ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠଓ୍ୱାଙ୍କୁ ଏଡିଜିପି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଅନୁସାରେ, ରାଜ୍ୟର DGP ପଦ ପାଇଁ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ତିନିଜଣ ସର୍ବାଧିକ ବରିଷ୍ଠ ଅଧିକାରୀଙ୍କ ପ୍ୟାନେଲ୍ UPSC ପ୍ରସ୍ତୁତ କରିବ। ଏଥିରେ ସେମାନଙ୍କର ବରିଷ୍ଠତା, ଉତ୍ତମ ସର୍ଭିସ ରେକର୍ଡ ଓ ପୁଲିସ ବଳକୁ ନେତୃତ୍ୱ ଦେବାର ଅଭିଜ୍ଞତାକୁ ବିଚାର କରାଯିବ। ସେପଟେ ସରକାରଙ୍କୁ ଏ ମାମଲାରେ ଘେରିଛନ୍ତି ବିରୋଧୀ। ବିରୋଧୀଙ୍କ କହିବା କଥା, ଡିଜିପି ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ଅଛି। ହେଲେ ତରବରିଆ ଭାବେ ନିଷ୍ପତ୍ତି ସରକାରଙ୍କ ଲାଗି ବୁମେରାଂ ହେବ। ଶାସକ ଦଳ କହୁଛି, ସରକାର ତାଙ୍କ ପ୍ରକ୍ରିୟାରେ କାମ କରୁଛନ୍ତି। ପଦୋନ୍ନତି ପାଇବାର ଅର୍ଥ ନୁହେଁ ଯେ, ସେ ଡିଜି ହୋଇଯିବେ। ଦକ୍ଷତା ଅନୁସାରେ ନିଯୁକ୍ତି ହୁଏ। ଯଦି ସରକାର ରାତାରାତି କାହାକୁ କରିଦେଇଛନ୍ତି, ତାହେଲେ ବିରୋଧୀ ଆଇନର ଆଶ୍ରୟ ନେବେ। ଏଥିରେ କାହାର ଦ୍ୱନ୍ଦ୍ୱ ନାହିଁ।
