Koraput-Public-Grievance:ଅଭିଯୋଗ ଶୁଣିଲେ ଜିଲ୍ଲାପାଳ
ସମସ୍ୟା ନେଇ ଆଉ ଜିଲ୍ଲା ମୁଖ୍ୟାଳୟ ଦୌଡ଼ିବାକୁ ପଡ଼ିବନି। ଗାଁରେ ପହଞ୍ଚି ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ ଓ ଏସପି। ଗୋଟିଏ ଦିନରେ ସାମ୍ନାକୁ ଆସିଲା ୭୬ଟି ସମସ୍ୟା।
P
By Priti Chhanda BeheraPublished: Nov 24, 2026, 03:08 PM •1 min read •0 Views
କୋରାପୁଟ:ଲୋକଙ୍କ ପାଖରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ କୋରାପୁଟ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଜୟପୁର ବ୍ଲକର ରାଣୀଗଡ଼ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳବାସୀ ନିଜ ନିଜର ସମସ୍ୟା ଓ ଅଭିଯୋଗ ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ।ଏହି ଜନଶୁଣାଣିରେ ମୋଟ ୭୬ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୩୮ଟି ସାମୂହିକ ଅଭିଯୋଗ ଥିବାବେଳେ ୩୮ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଲୋକଙ୍କ ସମସ୍ୟା ଶୁଣିବା ପରେ ଜିଲ୍ଲାପାଳ ଏହାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।ଏହି ଅବସରରେ କିଛି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଜିଲ୍ଲାପାଳ ଭତ୍ତା ବଣ୍ଟନ କରିଥିଲେ। ଜନସାଧାରଣଙ୍କଠାରୁ ଆସୁଥିବା ପ୍ରତ୍ୟେକ ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପ୍ରତିକ୍ରିୟା ଦେଇଛନ୍ତି।
Comments0
Leave a Reply
Loading comments...
