କାଠଗଡ଼ାରେ ସିବିଏସଇ ଓ ସରକାର-ହ୍ୱିସିଲବ୍ଲୋୟର ସାର୍ଥକ ସିଦ୍ଧାନ୍ତ
ସିବିଏସଇରେ ତୃଟି- ସଂସଦରେ ଶୁଭିଲା ପ୍ଲସ-ଟୁ ଛାତ୍ରର ସ୍ୱର ।ଗଲା ଦୁଇ ସପ୍ତାହ ଧରି କଠିନ ପରିଶ୍ରମ କରି ପ୍ରାୟ ୧.୬୬କୋଟି କିଣାବିକାର ରେକର୍ଡ ବାହାର କରିଛନ୍ତି। ଏ ତମାମ ସରକାରୀ ରେକର୍ଡସ ସାଧାରଣ ନାଗରିକ, ସାମ୍ୱାଦିକ ଓ ଗବେଷକଙ୍କ ଲାଗି ସମ୍ପୂର୍ଣ୍ଣ ପବ୍ଲିକ ଡୋମେନରେ ଉପଲବ୍ଧ ହେବ। ଲୋକେ ଏହି ଡାଟାବେସକୁ ଡାଉନଲୋଡ କରି ଅନୁଧ୍ୟାନ ଓ ତଦନ୍ତ କରିପାରିବେ। ସରକାରଙ୍କ ରାଜକୋଷର ଅର୍ଥ କେଉଁବାଟେ ଖର୍ଚ୍ଚ ହେଉଛି, ସେ କଥା ଲୋକେ ବି ଜାଣିବା ଦରକାର।

ଚର୍ଚ୍ଚାରେ ପୁଣି ସାର୍ଥକ ସିଦ୍ଧାନ୍ତ। ଆଗ ସିବିଏସଇକୁ ଦୋହଲାଇଦେଇଥିଲେ। ଏବେ ସରକାରଙ୍କୁ। ନିକଟରେ ସିବିଏସଇ ଓଏମ ବା ଡିଜିଟାଲ ମୂଲ୍ୟାୟନ ଟେଣ୍ଡରକୁ ବିଶ୍ଳେଷଣ କରି ସବୁଠି ହଇଚଇ ସୃଷ୍ଟି କରିଥିଲେ ସାର୍ଥକ। ଆଉ ଏବେ ସରକାରୀ ବ୍ୟବସ୍ଥାରେ ପାରଦର୍ଶିତା ଆଣିବାକୁ ୧.୬୬କୋଟିରୁ ଅଧିକ ସରକାରୀ କିଣାର ରେକର୍ଡସ ସହ ଏକ ସ୍ୱତନ୍ତ୍ର ପବ୍ଲିକ ପୋର୍ଟାଲ ଲଞ୍ଚ୍ କରିଛନ୍ତି। ଭାରତ ସରକାରଙ୍କ ସେଣ୍ଟ୍ରାଲ ପବ୍ଲିକ ପ୍ରକ୍ୟୋରମେଣ୍ଟ (ସିପିପି) ପୋର୍ଟାଲରୁ ପ୍ରାୟ ୧.୬୬ କୋଟି ରେକର୍ଡ ବାହାର କରିଦେଲେ। ନିଜ ସୋସିଆଲ ମିଡିଆ ଏକ୍ସ ପ୍ଲାଟଫର୍ମରେ ଏହା କରିଥିବା ଦାବି କରିଛନ୍ତି ସାର୍ଥକ। ସେ ଗଲା ଦୁଇ ସପ୍ତାହ ଧରି କଠିନ ପରିଶ୍ରମ କରି ପ୍ରାୟ ୧.୬୬କୋଟି କିଣାବିକାର ରେକର୍ଡ ବାହାର କରିଛନ୍ତି। ଏ ତମାମ ସରକାରୀ ରେକର୍ଡସ ସାଧାରଣ ନାଗରିକ, ସାମ୍ୱାଦିକ ଓ ଗବେଷକଙ୍କ ଲାଗି ସମ୍ପୂର୍ଣ୍ଣ ପବ୍ଲିକ ଡୋମେନରେ ଉପଲବ୍ଧ ହେବ। ଲୋକେ ଏହି ଡାଟାବେସକୁ ଡାଉନଲୋଡ କରି ଅନୁଧ୍ୟାନ ଓ ତଦନ୍ତ କରିପାରିବେ। ସରକାରଙ୍କ ରାଜକୋଷର ଅର୍ଥ କେଉଁବାଟେ ଖର୍ଚ୍ଚ ହେଉଛି, ସେ କଥା ଲୋକେ ବି ଜାଣିବା ଦରକାର। ସାର୍ଥକଙ୍କ ଗତ ରିସର୍ଚ୍ଚ ଏତେ ଶକ୍ତ ଥିଲା ଯେ, ସିବିଏସଇ ଟେଣ୍ଡର ସହ ଜଡ଼ିତ ଅନେକ ଖୁଲାସା ସିଧା ସଂସଦରେ ସ୍ୱର ଉଠିଥିଲା। ଶିକ୍ଷା ଉପରେ ତିଆରି ସଂସଦୀୟ ସ୍ଥାୟୀ ସମିତି ଆଗରେ ହାଜର ହେବାକୁ ତାଙ୍କୁ ମଉକା ବି ମିଳିଥିଲା। ଦେଶର ସଂସଦରେ ଦ୍ୱାଦଶ ଶ୍ରେଣୀର ଛାତ୍ରର କଥା ଶୁଭିବା ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। କଥା ପଡ଼ିଛି। ରାତାରାତି ସାର୍ଥକ କେମିତି ରାଷ୍ଟ୍ରୀୟସ୍ତରରେ ଚର୍ଚ୍ଚାକୁ ଆସିଲେ। ଏ ସବୁ ଆରମ୍ଭ ହେଲା ଯେତେବେଳେ ସାର୍ଥକ ନିଜ ଉତ୍ତର ଖାତାର ସ୍କାନ କପି ବାହାର କଲେ। ସେ ହୃଦବୋଧ କଲେ ଯେ, ତାଙ୍କୁ ଯେଉଁ ନମ୍ୱର ମିଳିଛି। ସେଥିରେ ହୋଇଥିବା ମୂଲ୍ୟାୟନରେ ତୃଟି ରହିଛି। ଧୀରେ ଧୀରେ ଅନ୍ୟାନ୍ୟ ଛାତ୍ର ଡିଜିଟାଲ ଚେକିଂରେ ପାରଦର୍ଶିତାକୁ ନେଇ ନିଜର ସ୍ୱର ଉଠାଇବାକୁ ଲାଗିଲେ। ହେଲେ ସାର୍ଥକ ଚୁପ ବସିଲେନି। ସିଷ୍ଟମରେ ଥିବା ତୃଟିବିଚ୍ୟୁତି ଓ ଅସଙ୍ଗତିକୁ ଜାଣିବାକୁ ନିଷ୍ପତ୍ତି ନେଇଥିଲେ। ଝାଡ଼ଖଣ୍ଡ ରାଞ୍ଚିର ସାର୍ଥକ ନାସନାଲ ହେଡଲାଇନରେ ରହିଆସୁଛନ୍ତି। ଟେଣ୍ଡର ପ୍ରକ୍ରିୟାରେ ସେ ୧୫ଟି ସାଂଘାତିକ ତୃଟି ଧରିଥିଲେ। ନିର୍ଦିଷ୍ଟ ଭେଣ୍ଡର ଏଜୁଟେକକୁ ଅହେତୁକ ଅନୁଗ୍ରହ ଦେଖାଯାଇଥିଲା ବୋଲି ଦାବି କରିଥିଲେ। ହ୍ୱିସଲବ୍ଲୋୟର ସାଜିଥିବା ସାର୍ଥକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର, ସ୍ୱଛତା ଓ ପାରଦର୍ଶିତା ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି। ରାହୁଲ ଗାନ୍ଧୀ ବି ତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।
