ଶିକ୍ଷା ସଂସ୍କାରର ସାରଥୀ ଥିଲେ ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଥିବା ସମୟରେ ହୋଇଥିବା ୫ଟି ପ୍ରମୁଖ ଶିକ୍ଷା ସଂସ୍କାର ଆଣିଥିଲେ। ତାଙ୍କ କାର୍ଯ୍ୟକାଳରେ NEP ୨୦୨୦ ବା ଜାତୀୟ ଶିକ୍ଷାନୀତିକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଇଥିଲା।

୭ ଜୁଲାଇ ୨୦୨୧ ରୁ ୨୫ ଜୁଲାଇ ୨୦୨୬। ପ୍ରାୟ ୫ବର୍ଷର ଅବଧି। ଶିକ୍ଷା ମନ୍ତ୍ରାଳୟ ସମ୍ଭାଳିଥିଲେ ଧର୍ମେନ୍ଦ୍ର ପ୍ରଧାନ। ୨୦୨୧ରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ପୁନର୍ଗଠନ ବେଳେ ସେ ଶିକ୍ଷାମନ୍ତ୍ରୀ ହୋଇଥିଲେ। ୨୦୨୪ ଲୋକସଭା ନିର୍ବାଚନ ପରେ ପୁଣିଥରେ ମନ୍ତ୍ରୀ ଭାବେ ଶପଥ ନେଇ ସେହି ବିଭାଗ ସମ୍ଭାଳିଥିଲେ। ଜୁନ୍ ୧୩, ୨୦୨୪ରେ ମୋଦି ୩.୦ ସରକାରରେ ପୁନର୍ବାର ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଥିବା ସମୟରେ ହୋଇଥିବା ୫ଟି ପ୍ରମୁଖ ଶିକ୍ଷା ସଂସ୍କାର ଆଣିଥିଲେ। ତାଙ୍କ କାର୍ଯ୍ୟକାଳରେ NEP ୨୦୨୦ ବା ଜାତୀୟ ଶିକ୍ଷାନୀତିକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଇଥିଲା। ୫+୩+୩+୪ ସ୍କୁଲ୍ ଶିକ୍ଷା ଢାଞ୍ଚା, ବହୁବିଷୟଭିତ୍ତିକ ଉଚ୍ଚଶିକ୍ଷା, ବିଷୟ ଚୟନର ସ୍ୱାଧୀନତା, ମାତୃଭାଷାରେ ଶିକ୍ଷା ଏବଂ ଦକ୍ଷତାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଥିଲା। ଏକାଡେମିକ ବ୍ୟାଙ୍କ ଅଫ କ୍ରେଡିଟ୍ (ABC) ଏବଂ ମଲଟିପୁଲ ଏଣ୍ଟ୍ରି- ଏକଜିଟ୍ ବ୍ୟବସ୍ଥା ପ୍ରଚଳନ ହୋଇଥିଲା। ଏହାର ଅର୍ଥ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାଗତ କ୍ରେଡିଟ୍ ଡିଜିଟାଲ୍ ଭାବେ ସଂରକ୍ଷଣ କରିବା, ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସ୍ଥାନାନ୍ତର କରିବା ଏବଂ ପାଠ୍ୟକ୍ରମ ମଧ୍ୟରେ ବିରତି ନେଇ ପୁଣି ଫେରିବାକୁ ସୁବିଧା ପାଇଥିଲେ। ଡିଜିଟାଲ ଶିକ୍ଷା ଓ APAAR ID ପ୍ରଚଳନ ହୋଇଥିଲା। DIKSHA, SWAYAM ଓ SATHEE ପରି ଡିଜିଟାଲ୍ ଶିକ୍ଷା ପ୍ଲାଟଫର୍ମକୁ ବିସ୍ତାର କରାଯାଇଥିଲା। APAAR ID ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ରେକର୍ଡକୁ ଡିଜିଟାଲ୍ ଭାବେ ସଂରକ୍ଷଣ କରିବାର ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହା ସହ ଓ୍ୱାନ ନେସନ, ଓ୍ୱାନ ସବସ୍କ୍ରିପସନ (ONOS) ଯୋଜନା ଆରମ୍ଭ ହୋଇଥିଲା। ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ, ଗବେଷକ ଓ ଅଧ୍ୟାପକମାନଙ୍କ ପାଇଁ ଏକକ ଜାତୀୟ ସବସ୍କ୍ରିପ୍ସନ୍ ମାଧ୍ୟମରେ ୧୩,୦୦୦ରୁ ଅଧିକ ଆନ୍ତର୍ଜାତୀୟ ଗବେଷଣା ଜର୍ଣ୍ଣାଲ୍ର ସୁବିଧା ଉପଲବ୍ଧ କରାଯାଇଥିଲା। ଭାରତୀୟ ଭାଷା ଓ ଦକ୍ଷତାଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହନ ମିଳିଛି। ଭାରତୀୟ ଭାଷାରେ ପାଠ୍ୟପୁସ୍ତକ ଓ ଡିଜିଟାଲ୍ ଶିକ୍ଷା ସାମଗ୍ରୀ ବୃଦ୍ଧି, ମାତୃଭାଷାରେ ଶିକ୍ଷାକୁ ଉତ୍ସାହ, ସ୍କୁଲ୍ରେ ବ୍ୟବସାୟିକ (Vocational) ଶିକ୍ଷାର ବିସ୍ତାର ଏବଂ ଦକ୍ଷତାଭିତ୍ତିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ନିଟ ପେପର ଲିକ ପ୍ରସଙ୍ଗରେ ଆଜି ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର। ହେଲେ ଦେଶର ଶିକ୍ଷାମନ୍ତ୍ରୀ ଭାବେ ସେ ଆଣିଥିବା ଅନେକ ସଂସ୍କାରମୂଳକ ପଦକ୍ଷେପ ବାସ୍ତବରେ ପ୍ରଶଂସନୀୟ।
