Salepur Ganesh Puja: ସାଲେପୁର ରାଇସୁଙ୍ଗୁଡାରେ ୨୯ତମ ଗଣେଶ ପୂଜା, ଚାନ୍ଦି ଅଳଙ୍କାରରେ ସଜିଲେ ଗଣାଧିପତି, ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ବଜାର
ସାଲେପୁର ରାଇସୁଙ୍ଗୁଡା ନେତାଜୀ ସଂଗ୍ରାମୀ କ୍ଲବ ପକ୍ଷରୁ ୨୯ତମ ଗଣେଶ ପୂଜା ୭ ଦିନ ଧରି ଆୟୋଜିତ ହେଉଛି। ଚାନ୍ଦି ଅଳଙ୍କାରରେ ସଜିଛନ୍ତି ଗଣାଧିପତି ଏବଂ ଆକର୍ଷଣୀୟ ଆଲୋକମାଳାରେ ସଜିଛି ରାଇସୁଙ୍ଗୁଡା ବଜାର।
N
By Namita PattanaikPublished: Sep 14, 2026, 06:40 PM •1 min read •5 Views
କଟକ: ସାଲେପୁର ବ୍ଲକ ରାଇସୁଙ୍ଗୁଡା ନେତାଜୀ ସଂଗ୍ରାମୀ କ୍ଲବ ପକ୍ଷରୁ ଚଳିତ ବର୍ଷ ୨୯ତମ ଗଣେଶ ପୂଜା ଧୁମଧାମରେ ପାଳିତ ହେଉଛି। ଚଳିତ ବର୍ଷ ଏହି ପୂଜା ୭ ଦିନ ବ୍ୟାପୀ ଆୟୋଜିତ ହେବ। ପୂଜା ଅବସରରେ ଗଣାଧିପତି ଶ୍ରୀଗଣେଶଙ୍କୁ ସୁନ୍ଦର ଚାନ୍ଦି ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଏଥିସହ ରାଇସୁଙ୍ଗୁଡା ବଜାରକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଥିବାରୁ ସମଗ୍ର ଅଞ୍ଚଳ ଝଲସି ଉଠିଛି।
ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ବିଦ୍ୱାନ ପଣ୍ଡିତମାନଙ୍କ ମନ୍ତ୍ରୋଚ୍ଚାରଣରେ ସମଗ୍ର ରାଇସୁଙ୍ଗୁଡା ଅଞ୍ଚଳ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହେଉଛି। ଗଣେଶ ପୂଜାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହେଉଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ଉତ୍ସବରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବା ସହ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
