Rockslide near Taratarini Temple hill: ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ଖସିଲା ପଥର
ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ଲଗାଣ ବର୍ଷା ଯୋଗୁଁ ଖସିଛି ବଡ଼ ବଡ଼ ପଥର ଓ ମାଟି। ପର୍ଯ୍ୟଟନ ସ୍ଥଳୀ ନିକଟରେ ଏମିତି ଦୁର୍ଘଟଣା ଚିନ୍ତାର ବିଷୟ | ତାରାତାରିଣୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କରିଛନ୍ତି ସ୍ଥିତିର ଅନୁଧ୍ୟାନ ।
P
By Priti Chhanda BeheraPublished: Sep 23, 2026, 07:44 PM •1 min read •8 Views
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ଖସିଛି ବଡ଼ ବଡ଼ ପଥର ଓ ମାଟି। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସିଥିବା ଜଣାପଡ଼ିଛି। କେହି ଆହତ ହେବାର ସୂଚନା ମିଳିନାହିଁ , ତେବେ ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଲଗାତାର ବର୍ଷା ଲାଗି ରହିଥିବା ବେଳେ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ହଠାତ୍ ପଥର ଓ ମାଟି ଖସିଥିଲା।ପାହାଡ଼ରୁ ଖସିଥିବା ପଥର ଓ ମାଟି ରାସ୍ତା ନିକଟରେ ଜମା ହେଇ ଯାତାୟାତ ବନ୍ଦ ହେଇଥିଲା। ଘଟଣାର ସୂଚନା ପାଇ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ତଥା ତାରାତାରିଣୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବେହେରା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପାହାଡ଼ରୁ ଖସିଥିବା ପଥର ଓ ମାଟିକୁ ଶୀଘ୍ର ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ଷା ଜାରି ରହିଥିବାରୁ ପାହାଡ଼ ଅଞ୍ଚଳର ଗୁଡିକ ବିପଦସଂଙ୍କୁଳ ହେଇଥିବା ବେଳେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।
Comments0
Leave a Reply
Loading comments...
