RI Bribe Case: ଲାଞ୍ଚ ନେଉଥିବା ବେଳେ RI ନିରଞ୍ଜନ ସିଂହଙ୍କୁ ଧରିଲା ଭିଜିଲାନ୍ସ
ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଜାରି କରାଇବା ପାଇଁ ତଦନ୍ତ ରିପୋର୍ଟ ଆଗକୁ ପଠାଇବା ବଦଳରେ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ RI ନିରଞ୍ଜନ ସିଂହଙ୍କୁ ହାତେନାତେ ଗିରଫ କରିଛି |

ଲାଞ୍ଚ ମାମଲାରେ RI ନିରଞ୍ଜନ ସିଂହ ଗିରଫ | ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଜାରି କରାଇବା ପାଇଁ ତଦନ୍ତ ରିପୋର୍ଟ ଆଗକୁ ପଠାଇବା ବଦଳରେ ୫,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ କେଶରୀ ନଗର ସର୍କଲ, ୟୁନିଟ୍-VI, ଭୁବନେଶ୍ୱରର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂହଙ୍କୁ ହାତେନାତେ ଗିରଫ କରିଛି | ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ମା ଓ ଛୋଟ ଭାଇଙ୍କ ମୃତ୍ୟୁ ପରେ ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର ଜାରି କରିବା ପାଇଁ ୯ ସେପ୍ଟେମ୍ବର ୨୦୨୬ରେ ଅନଲାଇନ ଆବେଦନ କରିଥିଲେ | ଆବେଦନ ସହିତ ପ୍ରମାଣପତ୍ର ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ଜମା କରି ଦେଇଥିଲେ | ଆବେଦନ କରିବା ପରେ ଅଭିଯୋଗକାରୀ ସମ୍ପୃକ୍ତ RIଙ୍କୁ ୩-୪ ଥର ଭେଟି, ପ୍ରମାଣପତ୍ର ଜାରି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ପାଇଁ ସକ୍ଷମ ଅଧିକାରୀଙ୍କ ନିକଟକୁ ତଦନ୍ତ ରିପୋର୍ଟ ପଠାଇବାକୁ ଅନୁରୋଧ କରିଥିଲେ | ବାରମ୍ବାର ଅନୁରୋଧ ପରେ ବି RI ନୀରଞ୍ଜନ ସିଂହ ବିନା କୌଣସି ଉଚିତ କାରଣରେ ତାଙ୍କ ଆବେଦନକୁ ନିଲମ୍ବିତ କରିଥିଲେ ଏବଂ ତଦନ୍ତର ରିପୋର୍ଟ ଅନଲାଇନ ସମ୍ବଦ୍ଧିତ ଅଧିକାରୀଙ୍କୁ ପଠାଇବା ପାଇଁ ଅଭିଯୋଗ ୫,୦୦୦ଟଙ୍କା ଲାଞ୍ଚ ମାଗିଥିଲେ | ଲାଞ୍ଚ ଦେବାକୁ ବାଧ୍ୟ ହୋଇ ଅଭିଯୋଗକାରୀ ଏନେଇ ଓଡ଼ିଶା ଭିଜିଲାନ୍ସକୁ ସୂଚନା ଦେଇଥିଲେ | ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ ଏକ ଜାଲ ବିଛାଇଥିଲା ଏବଂ ନିର୍ଦ୍ଦେଶ ଅନୁଯାୟୀ RI ନିରଞ୍ଜନ ସିଂହ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କଲା ସମୟରେ ଧରାପଡ଼ିଥିଲେ | ଟ୍ରାପ୍ କାର୍ଯ୍ୟାନୁଷ୍ଠାନ ପରେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି (DA) ଦୃଷ୍ଟିକୋଣରୁ ସମ୍ପୃକ୍ତ RIଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ତଲାସି ଆରମ୍ଭ କରାଯାଇଛି | ଏହି ମାମଲାରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୨୨ ,ତାରିଖ ୦୩.୦୯.୨୦୨୬**, ଦୁର୍ନୀତି ନିବାରଣ ଆଇନ ଅଧିନିୟମ, ୨୦୧୮ର 'ଧାରା ୭' ଅନୁଯାୟୀ ମାମଲା ରୁଜୁ କରାଯାଇଛି | ଅଭିଯୁକ୍ତ RI ନିରଞ୍ଜନ ସିଂହଙ୍କ ବିରୋଧରେ ତଦନ୍ତ ଜାରି ରହିଛି |
