rented car accident :୧୬ ହଜାର ଟଙ୍କାରେ ଅଡ଼ି କାର୍ ଭଡ଼ା, ୩ ଗାଡ଼ିକୁ ଧକ୍କା
ବନ୍ଧୁଙ୍କ ଜନ୍ମଦିନ ପାଳନ ପାଇଁ ଏକ ଦାମୀ କାର୍ ଭଡ଼ାରେ ଆଣିଥିଲେ ନାବାଳକ। କିନ୍ତୁ କିଛି ମିନିଟ୍ର ବେପରୁଆ ଡ୍ରାଇଭିଂ ଜଣେ ନିରୀହ ବ୍ୟକ୍ତିଙ୍କ ଜୀବନ ନେଇଗଲା। ଭଡା ଗାଡି ଚୁନା ହେବାସହ ୩ ଗାଡ଼ିକୁ ଧକ୍କା |
P
By Priti Chhanda BeheraPublished: Oct 8, 2026, 07:51 PM •1 min read •3 Views
ନୂଆଦିଲ୍ଲୀ: ଦିଲ୍ଲୀର କିଶନଗଡ଼ ଅଞ୍ଚଳରେ ଜଣେ ୧୭ ବର୍ଷୀୟ ନାବାଳକ ଭଡ଼ାରେ ଆଣିଥିବା ଅଡି କାର୍ରେ ଦୁର୍ଘଟଣା ଘଟାଇ ଜଣେ ବ୍ୟକ୍ତିଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ନାବାଳକ ଜଣକ ବନ୍ଧୁଙ୍କ ଜନ୍ମଦିନ ପାଳନ ପାଇଁ ୧୬ ହଜାର ଟଙ୍କାରେ ଅଡି କାର୍ ଭଡ଼ାରେ ନେଇଥିଲେ। ବେପରୁଆ ଭାବେ ଗାଡ଼ି ଚଳାଇବା ସମୟରେ କାର୍ଟି ତିନୋଟି ଗାଡ଼ିକୁ ଧକ୍କା ଦେବା ସହ ଜଣେ ପଥଚାରୀଙ୍କୁ ଧକ୍କା ଦେଇଥିଲା। ଏଥିରେ ପଥଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ପୁଲିସ ନାବାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଜଣେ ନାବାଳକଙ୍କୁ କିପରି ଦାମୀ କାର୍ ଭଡ଼ାରେ ଦିଆଗଲା ଏବଂ ଏଥିରେ କାର୍ ଭଡ଼ା ସଂସ୍ଥାର କୌଣସି ଅବହେଳା ରହିଛି କି ନାହିଁ, ସେ ନେଇ ମଧ୍ୟ ପୁଲିସ ତଦନ୍ତ କରୁଛି।
Comments0
Leave a Reply
Loading comments...
