Rajkanika Ashirbad Ka Diya: ରାଜକନିକାରେ ୧୦୦୧ ଦୀପ ପ୍ରଜ୍ୱଳନ, ମୋଦିଙ୍କ ଦୀର୍ଘାୟୁ କାମନା
ରାଜକନିକା ବ୍ଲକରେ ମିଶନ ଶକ୍ତି ଓ ଜୀବିକା ମିଶନ ସହଯୋଗରେ SHG ମହିଳାମାନଙ୍କୁ ନେଇ ୧୦୦୧ ଦୀପ ପ୍ରଜ୍ୱଳନ କରାଯାଇଛି। ମୋଦିଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ମହିଳାମାନେ ପ୍ରାର୍ଥନା କରିଥିଲେ।
ରାଜକନିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ମଧ୍ୟ SHG ମହିଳାମାନଙ୍କୁ ନେଇ ଦୀପ ପ୍ରଜ୍ୱଳନ କରାଯାଇଛି। ରାଜକନିକା ବ୍ଲକ ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଓ ଜୀବିକା ମିଶନର ମିଳିତ ସହଯୋଗରେ ସ୍ଥାନୀୟ ଅଶୋକ ବଜାରସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ସନ୍ଧ୍ୟା ସମୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମରେ SHG ମହିଳାମାନେ ୧୦୦୧ଟି ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ପ୍ରାର୍ଥନା କରିଥିଲେ।
କାର୍ଯ୍ୟକ୍ରମରେ ରାଜକନିକା ବିଡିଓ କୈଳାସ ଚନ୍ଦ୍ର ମହାଳିକ, ବିପିସି ମୋନାଲିସା ନାୟକ, ଜୀବିକା ମିଶନ ଅଧିକାରୀ ରଞ୍ଜୁଲତା ବେହେରା, ନିହାର ରଞ୍ଜନ ବିଶ୍ୱାଳ, ଏଇ ସୁଧାଂଶୁ ଶେଖର ରାଉତଙ୍କ ସମେତ ଶତାଧିକ SHG ମହିଳା ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଆୟୋଜନ କରାଯାଉଛି। ଏହାର ଅଂଶ ଭାବେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ SHG ଓ ଅନ୍ୟ ମହିଳା ଗୋଷ୍ଠୀଙ୍କୁ ସାମିଲ କରାଯାଇଛି।
