୧୨ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ- ଝୁଣି ଖାଇଲେ ୩୨ ନରପିଶାଚ
ଇନଷ୍ଟା ସାଙ୍ଗକୁ ଭେଟିବାକୁ ଜୁନ୍ ୧୮ରେ ଶ୍ରୀଗଙ୍ଗାନଗରରୁ ଶହେ କିଲୋମିଟର ଦୂର ବିଜୟନଗରମ ଯାଇଥିଲା। ହେଲେ ସେହି ଫ୍ରେଣ୍ଡ୍ ହିଁ ତାକୁ ଦୁଷ୍କର୍ମ କରିଥିଲା। ଏହା ପରେ ପିଲାଟି ବିଜୟନଗରରୁ ବସରେ ରାତିରେ ଶ୍ରୀଗଙ୍ଗାନଗର ପହଞ୍ଚିଥିଲା। ସେଠାରେ ରିକ୍ସା କରିଥିଲା। ରିକ୍ସା ବାଲା ତାକୁ ହୋଟେଲକୁ ନେଇଥିଲା। ପିଲାଟି ସହ ରାତିରେ ହୋଟେଲରେ ରହିଥିଲା ରିକ୍ସା ବାଲା। ଆଉ ଏହି ହୋଟେଲରେ ହିଁ ନାବାଳିକା ସହ ଅଧିକ ଥର ଦୁଷ୍କର୍ମ କରାଗଲା।

୫ ଦିନ ଯାଏ ୧୨ ବର୍ଷର ନାବାଳିକାକୁ ବନ୍ଧକ ରଖିଲେ। ଜଣକ ପରେ ଜଣେ ପାଶବିକ ଅତ୍ୟାଚାର କଲେ। ଅଲଗା ଅଲଗା ଜାଗାକୁ ନେଲେ। ଆଉ ଦେହ ବେପାରରେ ଲଗାଇଲେ। ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଏ ଘଟଣା ପୁରା ସଭ୍ୟସମାଜକୁ ବିଚଳିତ କରିଦେଇଛି। ଏ ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଛି। ପୁରା ୩୨ ଜଣଙ୍କ ପାଶବିକ ଅତ୍ୟାଚାରର ଶୀକାର ହୋଇଛି ପିଲାଟି। ଏ ମାମଲା ଯେତିକି ସମ୍ୱେଦନ ସେତିକି ବିଚଳିତ କରୁଛି। ଝିଅଟିର ଇନଷ୍ଟାଗ୍ରାମରେ ଜଣେ ଫ୍ରେଣ୍ଡ୍ ଥିଲା। ସେ ଇନଷ୍ଟା ସାଙ୍ଗକୁ ଭେଟିବାକୁ ଜୁନ୍ ୧୮ରେ ଶ୍ରୀଗଙ୍ଗାନଗରରୁ ଶହେ କିଲୋମିଟର ଦୂର ବିଜୟନଗରମ ଯାଇଥିଲା। ହେଲେ ସେହି ଫ୍ରେଣ୍ଡ୍ ହିଁ ତାକୁ ଦୁଷ୍କର୍ମ କରିଥିଲା। ଏହା ପରେ ପିଲାଟି ବିଜୟନଗରରୁ ବସରେ ରାତିରେ ଶ୍ରୀଗଙ୍ଗାନଗର ପହଞ୍ଚିଥିଲା। ସେଠାରେ ରିକ୍ସା କରିଥିଲା। ରିକ୍ସା ବାଲା ତାକୁ ହୋଟେଲକୁ ନେଇଥିଲା। ପିଲାଟି ସହ ରାତିରେ ହୋଟେଲରେ ରହିଥିଲା ରିକ୍ସା ବାଲା। ଆଉ ଏହି ହୋଟେଲରେ ହିଁ ନାବାଳିକା ସହ ଅଧିକ ଥର ଦୁଷ୍କର୍ମ କରାଗଲା। ଏହା ପରେ ଅନ୍ୟ ଦୁଇଟି ହୋଟେଲକୁ ବି ନିଆଯାଇଥିଲା। ସେଠାରେ ବି ଦେହ ବେପାରରେ ଲଗାଇ ଦିଆଗଲା। ପିଲାଟି ଘରେ ପହଞ୍ଚିନଥିବାରୁ ତାଙ୍କ ମା ଚାରିଆଡ଼େ ଖୋଜଖବର ନେଇଥିଲେ। ସମ୍ପର୍କୀୟଙ୍କୁ ବି ପଚାରିଥିଲେ। କିନ୍ତୁ ଜୁନ୍ ୨୨ ଯାଏ ନାବାଳିକା ଘରେ ପହଞ୍ଚିନଥିବାରୁ ଥାନାରେ ରିପୋର୍ଟ କରିଥିଲେ। ହେଲେ ମାଆ ଥାନାରେ ପହଞ୍ଚିବା ଆଗରୁ ପୁଲିସକୁ ଏ ବାବଦରେ ଜଣାଥିଲା। କାରଣ ପିଲାଟି ପାଖରେ ପୁଲିସ ପହଞ୍ଚିସାରିଥିଲା ଓ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। ଘଟଣା ପରେ ଶ୍ରୀଗଙ୍ଗାନଗରରେ ଉତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଅଭିଯୁକ୍ତଙ୍କୁ କଡ଼ା ସଜ୍ଜା ଦେବାକୁ ଦାବି କରି ହଙ୍ଗାମା କରିଥିଲେ। ଜାତୀୟ ଶିଶୁସୁରକ୍ଷା ଆୟୋଗ ବି ଏ ମାମଲାରେ ନିଜ ଆଡୁ ସଂଜ୍ଞାନ ନେଇ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି। ୧୫ ଦିନ ଭିତରେ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି। ଯେଉଁ ହୋଟେଲରେ ଏ କାଣ୍ଡ ଘଟିଥିଲା, ତାକୁ ଡିମୋଲିସ କରାଯାଇଛି।
