କୁମ୍ଭାରପଡ଼ାରେ ଚାଞ୍ଚଲ୍ୟ: ଭଡ଼ାଘରେ ମହିଳାଙ୍କୁ ହତ୍ୟା ପରେ ପୋତିଦେବା ଅଭିଯୋଗ
କୁମ୍ଭାରପଡା ରେ ହତ୍ୟାକାଣ୍ଡ l ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ l ଭଡାଘରେ ମହିଳାକୁ ମାରି ପୋତି ପ୍ଳାଷ୍ଟର କରିଦେଇଥିବା ଜଣାପଡ଼ିଛି l ଘଟଣା ସ୍ଥଳରେ ସିଟିଡ଼ିଏସପି ଓ କୁମ୍ଭାରପଡା ଥାନା ପୁଲିସ ପହଞ୍ଚି ଛାନ ଭିନ ଆରମ୍ଭ କରିଛି
N
By Namita PattanaikPublished: Aug 24, 2026, 07:41 PM •1 min read •2 Views
ପୁରୀ: କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ଏକ ଭଡ଼ାଘର ଭିତରେ ଜଣେ ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।
ଖବର ପାଇ ଘଟଣାସ୍ଥଳରେ ସିଟି ଡିଏସପି ଓ କୁମ୍ଭାରପଡ଼ା ଥାନା ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଭଡ଼ାଘର ଭିତରେ ମହିଳାଙ୍କୁ ହତ୍ୟା ପରେ ମାଟି ତଳେ ପୋତି ତା' ଉପରେ ପ୍ଲାଷ୍ଟର କରିଦିଆଯାଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ଘଟଣା ସହ ଜଡ଼ିତ ସମସ୍ତ ଦିଗକୁ ଯାଞ୍ଚ କରୁଛି । ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା, ତାଙ୍କୁ ହତ୍ୟା ପରେ କାହିଁକି ଘର ଭିତରେ ପୋତି ଦିଆଗଲା—ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାକୁ ନେଇ କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁଲିସର ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ।
N
Namita PattanaikSr. Producer, Naxatra News
Comments0
Leave a Reply
Loading comments...
